କେରଳ ରାଜ୍ୟପାଳଙ୍କୁ ଭେଟିଲେ ନିରଞ୍ଜନ ପଟ୍ଟନାୟକ; କହିଲେ ମୋ ଅନ୍ତରଙ୍ଗ ବନ୍ଧୁ

କଣିହାଁ ସ୍ଥିତ ଏନ ଟି ପି ସି ଶକ୍ତି ଉତ୍ପାଦନ କେନ୍ଦ୍ର ଓଡିଶା ରାଜ୍ୟ ପାଇଁ ମହମ୍ମଦ ଆରିଫଙ୍କ ଅବଦାନ ବୋଲି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

କେରଳ ରାଜ୍ୟପାଳଙ୍କୁ ଭେଟିଲେ ନିରଞ୍ଜନ ପଟ୍ଟନାୟକ

କେରଳ ରାଜ୍ୟପାଳଙ୍କୁ ଭେଟିଲେ ନିରଞ୍ଜନ ପଟ୍ଟନାୟକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା କେରଳର ମହାମହିମ ରାଜ୍ୟପାଳ ଅରିଫ ଅହମ୍ମଦଙ୍କୁ ଆଜି ରାଜଭବନରେ ଭେଟିଛନ୍ତି ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ।

ନିରଞ୍ଜନ ପଟ୍ଟନାୟକ କେରଳ ରାଜ୍ୟର ରାଜ୍ୟପାଳଙ୍କୁ ଭେଟିବା ଅବସରରେ ପ୍ରକାଶ କରିଥିଲେ କି କେରଳ ରାଜ୍ୟପାଳ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ। ଯେତେବେଳେ ସେ ରାଜ୍ୟରେ ଶକ୍ତି ମନ୍ତ୍ରୀ ଥିଲେ ବର୍ତ୍ତମାନର କେରଳ ରାଜ୍ୟପାଳ ମହମ୍ମଦ ଆରିଫ ସେହି ସମୟରେ କେନ୍ଦ୍ର ରେ ଶକ୍ତି ମନ୍ତ୍ରୀ ଭାବେ ଥିଲେ । ସେହି ଅନୁସାରେ ତାଙ୍କ ସହିତ ନିବିଡ଼ ସମ୍ପର୍କ ଗଢି ଉଠିଥିଲା ଓ ପରବର୍ତ୍ତୀ ସମୟରେ ମୋର ଅନ୍ତରଙ୍ଗ ବନ୍ଧୁ ହୋଇଥିଲେ।କେରଳ ରାଜ୍ୟପାଳ ଓଡିଶା ଗସ୍ତରେ ଆସିବା ଖବର ପାଇ ମୁଁ ତାଙ୍କୁ ଆଜି ଭେଟି ବହୁତ ଖୁସି ଅନୁଭବ କଲି।

ଦୀର୍ଘ ସମୟ ଧରି ଆମେ ଅନ୍ତରଙ୍ଗ ଆଳାପ ଆଲୋଚନା କଲୁ। କଣିହାଁ ସ୍ଥିତ ଏନ ଟି ପି ସି ଶକ୍ତି ଉତ୍ପାଦନ କେନ୍ଦ୍ର ଓଡିଶା ରାଜ୍ୟ ପାଇଁ ମହମ୍ମଦ ଆରିଫଙ୍କ ଅବଦାନ ବୋଲି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
Published by:Soumya Das
First published: