‘‘Bypoll ପୂର୍ବରୁ RSS ଓ BJP ସହିତ BJDର ସମ୍ପର୍କ ସ୍ପଷ୍ଟ କରିବେ କି ନବୀନ?’’ ପଚାରିଲେ ନିରଞ୍ଜନ

ରାଜ୍ୟରେ ମାସ୍କ କିଣାରୁ ଆରମ୍ଭ କରି ଭେଣ୍ଟିଲେଟର କିଣା ଯାଏଁ ଦୁର୍ନୀତି ହୋଇଥିବା ଅଭିଯୋଗ କରି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଉଭୟ ବିଜେଡି ଓ ବିଜେପି ଟଙ୍କିକିଆ ଚାଉଳର ବାହାଦୁରୀ ନେଉଛନ୍ତି, ଯାହାକି ‘‘ପ୍ରକୃତରେ UPA ସରକାରର ଅବଦାନ’’ ।

‘‘Bypoll ପୂର୍ବରୁ RSS ଓ BJP ସହିତ BJDର ସମ୍ପର୍କ ସ୍ପଷ୍ଟ କରିବେ କି ନବୀନ?’’ ପଚାରିଲେ ନିରଞ୍ଜନ
ନିରଞ୍ଜନ ପଟ୍ଟନାୟକ ଓ (ଡାହାଣ) ନବୀନ ପଟ୍ଟନାୟକ
  • News18 Odia
  • Last Updated: October 29, 2020, 11:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନ ସଭା ଉପନିର୍ବାଚନ ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ୍‌ ପ୍ରଚାର କରିଛନ୍ତି ଓ ଏହି ଦୁଇ ଅଞ୍ଚଳର ବିକାଶ କାର୍ଯ୍ୟକୁ କିପରି ଆଗକୁ ବଢ଼ାଯିବ ତାହା ଦେଖିବୋ ବୋଲି କହିଛନ୍ତି । ବିରୋଧୀ ଦଳ କଂଗ୍ରେସ ଏହି ଅବସରରେ ବିଜେଡିର ରାଜନୈତିକ ନୀତି ଓ ରାଜ୍ୟର ବିକାଶ ଦିଗରେ ଆଭିମୁଖ୍ୟକୁ ନେଇ ମୁଖ୍ୟ ମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରି ଉପନିର୍ବାଚନ ପୂର୍ବରୁ ତାଙ୍କ ଠାରୁ ଉତ୍ତର ଦାବି କରିଛି ।

ଆର.ଏସ.ଏସ. ଓ ବିଜେପି ସହ ବିଜେଡିର ସମ୍ପର୍କ କ’ଣ ତାହା ଜନସାଧାରଣଙ୍କ ଆଗରେ ନବୀନ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ‘‘ଆମେ ଦେଖୁଛୁ ବିଜେପି ପକ୍ଷରୁ ଯେତେ ବିଲ୍‌ ଲୋକସଭା ଓ ରାଜ୍ୟସଭାରେ ଆସୁଛି ସବୁ ବିଲକୁ ଆପଣଙ୍କ ଦଳ ବିଜେଡି ସମର୍ଥନ କରୁଛି । ସଂଖ୍ୟାଲଘୁଙ୍କ ହାନି ବଢ଼େଇବା ପାଇଁ ଯେଉଁ ବିଲ ଆସିଲା, ଯଥା NRC ଓ CAA, ଆପଣଙ୍କ ଦଳ ତାକୁ ସମର୍ଥନ କଲା । ଗରିବଙ୍କୁ ଶୋଷଣ କରି ଶିଳ୍ପପତିଙ୍କୁ ସାହାଯ୍ୟ କରିବା ପାଇଁ ଚାଷୀମାନଙ୍କ ବିରୁଦ୍ଧରେ ଯେଉଁ ବିଲ ଆସିଲା ତାକୁ ବି ସମର୍ଥନ କଲା ବିଜେଡି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁବିହାର ନିର୍ବାଚନ ପ୍ରଚାରରୁ ଫେରି ଅମିଶା ପଟେଲ କହିଲେ, ‘‘ସେଠି ମୋର ରେପ୍ ହୋଇଯାଇଥାନ୍ତା’’

‘‘ଶ୍ରମିକମାନଙ୍କ ବିରୁଦ୍ଧରେ ଯେଉଁ ଆଇନ କେନ୍ଦ୍ର ସରକାର ତିଆରି କଲେ, ୮ ଘଣ୍ଟାରୁ ୧୨ ଘଣ୍ଟା ହେଲା କାର୍ଯ୍ୟ କରିବା ସମୟ, ତାକୁ ବି ସମର୍ଥନ କଲେ ଆପଣ । ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି । ପ୍ରଧାନ ମନ୍ତ୍ରୀ ଓ ଆପଣ ମୁଖ୍ୟ ମନ୍ତ୍ରୀଙ୍କ ପ୍ରତିଶୃତି ସତ୍ତ୍ୱେ ବେକାରୀ ସମସ୍ୟା ଦୂର ହେଲା ନାହିଁ, ଯାହା ଫଳରେ ଦୀର୍ଘ ୪୫ ବର୍ଷ ମଧ୍ୟରେ ବେକାରୀ ହାର ସର୍ବାଧିକ ହେଲା । ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ,’’ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନିରଞ୍ଜନ ।

ଜିଏସଟି ବିଲକୁ ବିଜେଡି ସମର୍ଥନ କରିଥିବା ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଓଡ଼ିଶା ରାଜ୍ୟର ଜିଏସଟି ବାବଦରେ ଯାହା ପ୍ରାପ୍ୟ ତାକୁ କେନ୍ଦ୍ର ନ ଦେଇ ଋଣ ନେବାକୁ କହିବାରୁ ସେଥିରେ ବି ଓଡ଼ିଶା ସରକାର ରାଜି ହେଲେ । ‘‘କେନ୍ଦ୍ର ବିରୁଦ୍ଧରେ ପଦଟିଏ ମଧ୍ୟ ପାଟି ଫିଟାଇଲେ ନାହିଁ । ସବୁ କଥାରେ ତ ଆପଣ ବିଜେପିକୁ ସମର୍ଥନ ଦେଉଛନ୍ତି । ଯେଉଁ ସବୁ ଶିଳ୍ପ କାରଖାନା କଂଗ୍ରେସ ସମୟରେ ହୋଇଥିଲା ତାହା ବର୍ତ୍ତମାନ ସମୟରେ ବନ୍ଦ ହୋଇପଡିଛି। ବିଜେପି ସରକାରରେ ତୈଳ ଦର ଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ହେଉଥିଲେ ମଧ୍ୟ ଆପଣ ପଦଟିଏ ପାଟି ନ ଫିଟେଇବା କାରଣ କ’ଣ ଆପଣଙ୍କୁ ଭଲ ଭାବେ ଜଣା । ତାହା କହିବେ କି?’’ ପଚାରିଛନ୍ତି ନିରଞ୍ଜନ ।

ଏହା ବି ପଢ଼ନ୍ତୁ | Jio ଧାଁସୁ ପ୍ଲାନ୍! ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଅନେକ ସୁବିଧା ପାଆନ୍ତୁ

ରାଜ୍ୟରେ ମାସ୍କ କିଣାରୁ ଆରମ୍ଭ କରି ଭେଣ୍ଟିଲେଟର କିଣା ପର୍ଯ୍ୟନ୍ତ ଦୁର୍ନୀତି ହୋଇଥିବା ଅଭିଯୋଗ କରି ‘‘ତଳୁ ଉପର ଯାଏଁ ସମସ୍ତେ ଦୁର୍ନୀତିରେ ସମ୍ପୃକ୍ତ’’ ବୋଲି କହିଛନ୍ତି ନିରଞ୍ଜନ । ‘‘ଏବେ ଟଙ୍କିକିଆ ଚାଉଳର ବାହାଦୁରୀ ନେଉଛନ୍ତି ଉଭୟ ବିଜେଡି ଓ ବିଜେପି, ଯାହାକି ପ୍ରକୃତରେ ୟୁପିଏ ସରକାରର ଅବଦାନ । କେଉଁ ପ୍ରରିପ୍ରେକ୍ଷୀରେ ଆପଣ ଆଜି ସେହି ବିକାଶ କଥା କହୁଛନ୍ତି ଓ ୨୧ ବର୍ଷ ଶାସନରେ ଆପଣ କ’ଣ ବିକାଶ କାର୍ଯ୍ୟ କରିଛନ୍ତି ତାହା ଜନସାଧାରଣ ଜାଣିବା ଉଚିତ । ତେଣୁ ସେ ପୁରୁଣା ବାଜା ବଜେଇ ଅର୍ଥ ବଳରେ ବା ଶାସନ ବଳରେ ଯେଉଁ ଭୋଟ ପ୍ରଚାର କରୁଛନ୍ତି ତାହା କେବଳ ପ୍ରଚାର, ପ୍ରତିଶୃତି ଓ ପ୍ରତାରଣା ପାଇଁ,’’ ସେ କହିଛନ୍ତି ।

‘‘ବିଜେଡି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉପନିର୍ବାଚନ ଲଢ଼ୁଛି । ନିଜେ ମୁଖ୍ୟ ମନ୍ତ୍ରୀ ଲୋକଙ୍କ ପାଖକୁ ନ ଯାଇ ନିଜ ଘରେ ସୁରକ୍ଷିତ ରହି ଭୋଟରମାନଙ୍କୁ ଏକାଠି କରି ଭର୍ଚ୍ଚୁଆଲ ରାଲି ମାଧ୍ୟମରେ ଭାଷଣ ଦେଇ ଲୋକଙ୍କୁ ବିପଦ ମୁଖକୁ ଠେଲିଦେଉଛନ୍ତି କାହିଁକି?’’ ପଚାରିଛନ୍ତି ନିରଞ୍ଜନ ।



କଂଗ୍ରେସ ନେତାଙ୍କ ବିବୃତି ଓ ଅଭିଯୋଗକୁ ବିଜେଡି ‘‘ଅନାବଶ୍ୟକ ପ୍ରଳାପ’’ ବୋଲି କହିଛି । ‘‘ରାଜ୍ୟରେ ଗତ ୨୦ ବର୍ଷ ମଧ୍ୟରେ ହୋଇଥିବା ଅମାପ ପ୍ରଗତିକୁ ଦେଖି ଲୋକେ ବିଜେଡିକୁ ବାରମ୍ବାର ଶାସନକୁ ଆଣୁଥିବା ବେଳେ କଂଗ୍ରେସର ଏ ପ୍ରକାର ଅଭିଯୋଗ ଆଦୌ ଗ୍ରହଣୟ ନୁହେଁ,’’ କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି ।
Published by: Anand Shankar Thankur Das
First published: October 29, 2020, 11:43 PM IST
corona virus btn
corona virus btn
Loading