ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି; ଶପଥ ପାଠ କରାଇଲେ ଗୃହ ଅଧ୍ୟକ୍ଷ

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ।

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି (ପ୍ରତୀକାତ୍ମକ ଛବି)

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ । ରାଜ୍ୟସଭା ଉପନିର୍ବାଚନରେ ସୁବାସ ସିଂଙ୍କ ସ୍ଥାନରେ ନିର୍ବାଚିତ ହୋଇଥିଲେ ନିରଞ୍ଜନ ବିଶି ।

ନିରଞ୍ଜନ ବିଶି ଜଣେ ଆଦିବାସୀ ନେତା ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସର୍ବଦା ଜନସେବାରେ ଲାଗିଛନ୍ତି। ଆଦିବାସୀ ବର୍ଗର ହୋଇଥିଲେ ମଧ୍ୟ ପଛୁଆ ବର୍ଗଙ୍କ ଅଧିକାର ଲାଗି ସର୍ବଦା ସେ ସ୍ୱର ଉତ୍ତୋଳନ କରିଆସିଛନ୍ତି ।

ନିରଞ୍ଜନଙ୍କ ପୂର୍ବରୁ ବିଜେଡ଼ି ନେତା ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ ଓ ସସ୍ମିତ ପାତ୍ର ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି ।

ଶ୍ରୀ ବିଶି ବର୍ଷ ବର୍ଷ ଧରି ସରକାରଙ୍କ ବିରୋଧରେ ଆଦିବାସୀଙ୍କ ଅଧିକାର ପାଇଁ ଲଢ଼ୁଥିଲେ। ଆଦିବାସୀଙ୍କ ସଶସ୍ତ୍ର ଆନ୍ଦୋଳନର ନେତୃତ୍ୱ ନେଉଥିଲେ।
Published by:Soumya Das
First published: