ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗୋଟିଏ ମଞ୍ଚରେ ନବୀନ-ନିରଞ୍ଜନ; ବିଭିନ୍ନ ରାଜନୈତିକ ମହଲରେ ଜୋର ଧରିଛି ଚର୍ଚ୍ଚା

ଗୋଟିଏ ମଞ୍ଚରେ ନବୀନ-ନିରଞ୍ଜନ; ବିଭିନ୍ନ ରାଜନୈତିକ ମହଲରେ ଜୋର ଧରିଛି ଚର୍ଚ୍ଚା

ନବୀନଙ୍କ ସହ ନିରଞ୍ଜନ। ଏକାଠି ଗୋଟିଏ ସଭା ମଞ୍ଚରେ ବସିଲେ ଏକା ସାଙ୍ଗରେ ଚାଲିଲେ। ଏଭଳି ଏକ ରୋଚକ ଦୄଶ୍ୟ ଦେଖିବାକୁ ମିଳିଥିଲା ଶ୍ରମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଉତ୍ସବରେ।

ଗୋଟିଏ ମଞ୍ଚରେ ନବୀନ-ନିରଞ୍ଜନ; ବିଭିନ୍ନ ରାଜନୈତିକ ମହଲରେ ଜୋର ଧରିଛି ଚର୍ଚ୍ଚା
ଶ୍ରୀମନ୍ଦିର ଶିଳାନ୍ୟାସ ସ୍ଥଳିରେ ନବୀନ ସହ ନିରଞ୍ଜନ ଗୋଟିଏ ସଭାମଞ୍ଚରେ ବସିଥିଲେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 25, 2021, 2:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନବୀନଙ୍କ ସହ ନିରଞ୍ଜନ। ଏକାଠି ଗୋଟିଏ ସଭା ମଞ୍ଚରେ ବସିଲେ ଏକା ସାଙ୍ଗରେ ଚାଲିଲେ। ଏଭଳି ଏକ ରୋଚକ ଦୄଶ୍ୟ ଦେଖିବାକୁ ମିଳିଥିଲା ଶ୍ରମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଉତ୍ସବରେ।ନିରଞ୍ଜନ ପୁରୀ ଶ୍ରୀମନ୍ଦିର ଶିଳାନ୍ୟାସ ସ୍ଥଳୀରେ ନବୀନ ସହ ଗୋଟିଏ ସଭାମଞ୍ଚରେ ବସିଥିଲେ। ଏପରିକି ନବୀନଙ୍କ ସହ ଚାଲି ଚାଲି ବେଢ଼ା ପରିକ୍ରମା କରି ଶିଳାନ୍ୟାସ ସ୍ଥଳ ଯାଏ ଆସିଥିଲେ। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସଭାସ୍ଥଳରେ ଯୋଗଦେବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଊତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଶ୍ରୀ ମନ୍ଦିର କରିଡର ପରିକ୍ରମା ମାର୍ଗର ଶିଳାନ୍ୟାସ ଉତ୍ସବରେ ଜୟନ୍ତ ଷଡ଼ଙ୍ଗୀ ପୁରୀ ବିଧାୟକ ହିସାବରେ ଯୋଗଦେଇଥିବା ବେଳେ ନିରଞ୍ଜନ ପଟ୍ଟନାୟକଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା ଜୋର ଧରଛି। ମମିତା ମେହେର ହତ୍ୟାକାଣ୍ଡରେ ବିରୋଧୀ କଂଗ୍ରେସ ତରଫରୁ ଜୋରଦାର ବିରୋଧ ହେଉଥିବା ବେଳେ ଦଳର ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀଙ୍କ ସହ ଏକାଠି ମଞ୍ଚରେ ବସିବା ଭିନ୍ନ କିଛି ଇଙ୍ଗିତ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିରୋଧୀଙ୍କୁ ସାଥିରେ ନେଇ କାମ କରିବା ରେ ମାହିର ନବୀନ ଶ୍ରୀମନ୍ଦିର ପରିକ୍ରମା ଶିଳାନ୍ୟାସ ଉତ୍ସବରେ ପୁଣିଥରେ ପ୍ରମାଣିତ କରିଛନ୍ତି। ଶୀର୍ଷ ନେତୄତ୍ବଙ୍କ ଏଭଳି ଆଚରଣ ତୄଣମୂଳ ସ୍ତରରେ କର୍ମୀଙ୍କ ମନୋବଳ ଦୁର୍ବଳ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଏହି ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,"ଜଗନ୍ନାଥ ହେଉଛନ୍ତି ଦଳ ମତଠୁ ଉର୍ଦ୍ଧ୍ବରେ। ଜଗନ୍ନାଥଙ୍କ କାମରେ ରାଜନୀତି ନାହିଁ ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସରେ ଯୋଗଦେବା ନେଇ ନିରଞ୍ଜନ କିଛି ଫୋଟ ଟ୍ୟୁଟ କି ଫେସବୁକରେ ପୋଷ୍ଟ କରିନାହାଁନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ଼ ଘଟଣାରେ ନିରଞ୍ଜନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି," ଅଣ୍ଡାମାଡରେ କଣ ସମସ୍ୟାର ସମାଧାନ ହୋଇଯିବ?ଅଣ୍ଡା ମାଡ଼, ଟମାଟୋ ମାଡ଼, ଟେକା ମାଡ଼ ଦ୍ୱାରା ସମସ୍ୟା ତ ସମାଧାନ ହେବନି। ଏହା ହେଉଛି ଜନଆକ୍ରୋଶର ନମୁନା।ଲୋକଙ୍କର ଆକ୍ରୋଶର ଭାବନାର ଫଳ।ମାତ୍ର ଅଣ୍ଡାମାଡ ବିଲାତି ମାଡ ଠିକ୍ ନୁହେଁ ।ମନ୍ତ୍ରୀ ଇନଭେଷ୍ଟିଗେସନରୁ ଦୂରରେ ରୁହନ୍ତୁ। ଘଟଣାର ନିରପେକ୍ଷ ତଦନ୍ତ କରାଯାଉ"।

ପୁର୍ବରୁ ଅନେକ ସମୟରେ ଦେଖାଯାଉଛି ବିରୋଧୀ ନବୀନଙ୍କୁ ବିରୋଧ କରିବାକୁ ଯାଇ ହଟ୍ଟହଟ୍ଟା ହୋଇଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିବା ଯୋଗୁଁ ବିରୋଧୀ ବିଜେପି ନବୀନଙ୍କୁ ଖୋଜିବାକୁ ଯାଇ ନବୀନ ନିବାସରେ ପହଞ୍ଚି ଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଆପ୍ୟାୟିତ ହୋଇ ଫେରିଥିଲେ। ସେତେବେଳେ ଏ ଘଟଣାକୁ ନେଇ ବେଶ ରୋଚକ ଚର୍ଚ୍ଚା ହୋଇଥିଲା।। ବିରୋଧୀ କଂଗ୍ରେସ ହୁଅନ୍ତୁ ଅବା ବିଜେପି ସମସ୍ତେ ଯଦିଓ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରିଥାନ୍ତି ଓ ବିରୋଧ କରିବା ଏକ ଗଣତାନ୍ତ୍ରିକ ପ୍ରକ୍ରିୟା କିନ୍ତୁ ସମସ୍ତଙ୍କୁ ବଶ କରିବାର କାଇଦା ନବୀନଙ୍କୁ ବେଶ ଜଣା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
Published by: Soumya Das
First published: November 25, 2021, 2:56 PM IST