ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ଫଳ; ମୋଟ ପାସ ହାର ୮୭.୨୦ ପ୍ରତିଶତ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ନବମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ ୫ ଲକ୍ଷ ୫୧ ହଜାର ୩୩୪ ଜଣ ପରୀକ୍ଷାର୍ଥୀ ଚଳିତବର୍ଷ ନବମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ଏହି ପରୀକ୍ଷାର ମୋଟ ୮୭.୨୦ ପ୍ରତିଶତ ପାସ ହାର ରହିଛି ।

ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ଫଳ (ପ୍ରତୀକାତ୍ମକ ଛବି)

ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ଫଳ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ଼ ଦ୍ବାରା ପରିଚାଳିତ ନବମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ ୫ ଲକ୍ଷ ୫୧ ହଜାର ୩୩୪ ଜଣ ପରୀକ୍ଷାର୍ଥୀ ଚଳିତବର୍ଷ ନବମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ଏହି ପରୀକ୍ଷାର ମୋଟ ୮୭.୨୦ ପ୍ରତିଶତ ପାସ ହାର ରହିଛି ।

A1 ଗ୍ରେଡ଼ରେ ୯ ହଜାର ୩୯ ଜଣ ପରୀକ୍ଷାର୍ଥୀ ପାସ କରିଥିବା ବେଳେ A2 ଗ୍ରେଡ଼ରେ ୫୯ ହଜାର ୯୯୧ ଜଣ, B1 ଗ୍ରେଡ଼ରେ ଏକ ଲକ୍ଷ ୧୮ ହଜାର ୭୯୨ ଜଣ, B2 ଗ୍ରେଡ଼ରେ ଏକ ଲକ୍ଷ ୪୫ ହଜାର ୧୬୩ ଜଣ,C ଗ୍ରେଡ଼ରେ ଏକ ଲକ୍ଷ ୯ ହଜାର ୫୭୩ ଜଣ, D ଗ୍ରେଡ଼ରେ ୪୬ ହଜାର ୯୮୦ ଜଣ, E ଗ୍ରେଡ଼ରେ ୫ ହଜାର ୩୧୦ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି ।

ତେବେ F ଗ୍ରେଡ଼କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିବା ବେଳେ ସେଥିମଧ୍ୟରୁ F (I) ଗ୍ରେଡ଼ରେ ୨୭ ହଜାର ୨୫୮ ଜଣ ଓ F (II) ଗ୍ରେଡ଼ରେ ୩୦ ହଜାର ୧୩୮ ଜଣ ରହିଛନ୍ତି । F (I) ଗ୍ରେଡ ପାଇଥିବା ଛାତ୍ରଛତ୍ରୀଙ୍କୁ ପାସ ଘୋଷଣା ଯାଇଛି । କିନ୍ତୁ F (II) ଗ୍ରେଡ଼ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଦଶମ ଶ୍ରେଣୀକୁ ଉନ୍ନିତ ହେବା ପାଇଁ ଇମ୍ପୁଭ୍ରୁମେଣ୍ଟ ପରୀକ୍ଷା ଦେବାକୁ ପଡ଼ିବ । ଏହି ଛାତ୍ରଛାତ୍ରୀମାନେ ଯେଉଁ ଯେଉଁ ବିଷୟରେ ଫେଲ୍ ହୋଇଛନ୍ତି ସେମାନଙ୍କୁ ସେହି ବିଷୟରେ ଅତିକମରେ ୩୦% ନମ୍ବର ରଖିବାକୁ ପଡ଼ିବ ।

ନିଜର ଦକ୍ଷତାର ପ୍ରଦର୍ଶନ କରିବା ପାଇଁ F (II) ଗ୍ରେଡ଼ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପାସ କରିବା ପାଇଁ ତିନିଥର ପରୀକ୍ଷା ଦେବା ଲାଗି ସୁଯୋଗ ଦିଆଯିବ। ଏହି ପରୀକ୍ଷାର ପ୍ରତି ବିଷୟ ପାଇଁ ୨୦ ମାର୍କ ବିଶିଷ୍ଟ ରହିବ। ପରୀକ୍ଷାର ଅବଧି ୪୦ ମିନିଟ ରଖାଯାଇଛି । ସ୍କୁଲ ଗୁଡ଼ିକ ନିଜ ନିଜ ସ୍ତରରେ ପରୀକ୍ଷା ସମ୍ପର୍ଣ୍ଣ କରାଇ ସେମାନଙ୍କ ଫଳାଫଳ ସମ୍ପର୍କରେ ବୋର୍ଡକୁ ଅବଗତ କରାଇବେ । ଆସନ୍ତା ଜୁନ ମାସ ପହିଲାରେ ପ୍ରଥମ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ୮ ତାରିଖ ଦିନ ଦ୍ବିତୀୟ ଓ ୧୬ ତାରିଖ ଦିନ ତୃତିୟ ପରୀକ୍ଷା ଅନୁଷ୍ଠିତ ହେବ ।

ସେପଟେ ଚଳିତ ଶିକ୍ଷାବର୍ଷରେ ମୋଟ ୫ ଲକ୍ଷ ୬୬ ହଜାର ୨୬୯ ଜଣ ଛାତ୍ରଛାତ୍ରୀ ନବମ ଶ୍ରେଣୀ ପରୀକ୍ଷା ପାଇଁ ଫର୍ମପୁରଣ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୧୪ ହଜାର ୯୩୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇନଥିଲେ । ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଏହି ଛାତ୍ରଛାତ୍ରଙ୍କର ସମ୍ପୂର୍ଣ୍ଣ ତଥ୍ୟକୁ ସେମାନଙ୍କ ସ୍କୁଲଗୁଡ଼ିକୁ ପଠାଯାଇଛି । କାହିଁକି ଏତେ ସଂଖ୍ୟକ ପରୀକ୍ଷର୍ଥୀ ପରୀକ୍ଷା କେନ୍ଦ୍ରକୁ ଆସିଲେ ନାହିଁ ତାହା ଅନୁଧ୍ୟାନ କରି ଆସନ୍ତା ୩୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ସମ୍ପୃକ୍ତ ସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।
Published by:Soumya Das
First published: