News18 Odia Digital
ସମ୍ବଲପୁର: ଧନୁପାଲି ଥାନା ଅନ୍ତର୍ଗତ ଭତରା ମଠପାଲୀରେ ପୋଲିସ୍ ଏକ ସେକ୍ସ ରାକେଟ ଠାବ କରିଛି । ପଡ଼ା ଭିତରେ ଥିବା ଗୋଟିଏ ଘର ଭିତରେ ଦୀର୍ଘ ଦିନ ଧରି ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ସନ୍ଦେହ କରି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏକ ସ୍ୱତନ୍ତ୍ର ପୋଲିସ ଦଳ ପଠାଇ ଘର ଉପରେ ଚଢାଉ କରି ନଅ ଜଣଙ୍କୁ ଗରିଫ କରିଛି ।
ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ପାଞ୍ଚ ଜଣ ଗ୍ରାହକ ହୋଇଥିବା ବେଳେ ତିନି ଜଣ ଦେହଜୀବୀ ଓ ଜଣେ ସେହି ଗୃହର ମାଲିକାଣୀ । ଗୃହ ମାଲିକାଣୀ ଜଣକ ଦୀର୍ଘ ଦିନ ହେଲା ଏହି ସେକ୍ସ ରାକେଟ ଚଳାଉଥିଲେ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗିରଫ ତିନି ଜଣ ଯୁବତୀ ସମ୍ବଲପୁର ନିକଟବର୍ତ୍ତୀ ଜିଲ୍ଲାର ହୋଇଥିବା ବେଳେ ଗିରଫ ପାଞ୍ଚ ଜଣ ଯୁବକ ସମ୍ବଲପୁର ସହରର ବୋଲି ପୋଲିସ ତଦନ୍ତ ବେଳେ ଜାଣିପାରିଛି ।
ଆଜି ଦ୍ୱିପହରେ କିଛି ଯୁବକ ଓ ଯୁବତୀ ସେହି ଘରେ ଥିବା ବେଳେ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ଏହା ପରେ ସେମାନେ ଧନୁପାଲି ଥାନାର ଜଣେ ଅଧିକାରୀଙ୍କୁ ସେକ୍ସ ରାକେଟ ଚାଲିଥିବା ସମ୍ପର୍କରେ ଅବଗତ କରାଇଥିଲେ । ବହୁତ ଦିନ ହେଲା ଜଣେ ମହିଳା ତାଙ୍କ ଘରେ ସେକ୍ସ ରାକେଟ ଚଳାଉଥିବା ନେଇ ଅଭିଯୋଗ ହୋଇଆସିବା ପରେ ଧନୁପାଲୀ ଥାନା ପୋଲିସ ସଜାଗ ରହିଥିଲା । ଏହାର ତଦନ୍ତ କରିବାପାଇଁ ସ୍ବତନ୍ତ୍ର ପୋଲିସ କର୍ମଚାରୀଙ୍କୁ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ସାଧା ପୋଷାକରେ ନିୟୋଜତ କରିଥିଲେ ଧନୁପାଲୀ ଥାନା ଅଧିକାରୀ ।

ପ୍ରିଭେନସନ ଅଫ ଇମ୍ମୋରାଲ ଟ୍ରାଫିକିଙ୍ଗ ଆକ୍ଟ, ୧୯୫୬ ଓ ଭାରତୀୟ ପିଙ୍ଗଳ କୋଡର ୩୭୦ ଧାରାରେ ମାମଲା ରୁଜୁ ହୋଇଛି ।
ଆଜି ଘରେ ଭିତରେ ଅନୈତକ କାର୍ଯ୍ୟ ଚାଲିଥିବା ବେଳେ ପୋଲିସର ଏକ ସ୍ବତନ୍ତ୍ର ଟିମ ଅତର୍କିତ ଭାବେ ସେହି ସ୍ଥାନରେ ଚଢାଉ କରିଥିଲା । ଚଢ଼ାଉ ବେଳେ ପୋଲିସ ବହୁ ଆପତ୍ତିଜନକ ସମାଗ୍ରୀ ଜବତ କରିଛି ।
‘‘ଗିରଫ ହୋଇଥିବା ଲୋକଙ୍କ ନାମରେ କେସ ନମ୍ବର ୨୨୯ ରୁଜୁ କରାଯାଇଛି । ପ୍ରିଭେନସନ ଅଫ ଇମ୍ମୋରାଲ ଟ୍ରାଫିକିଙ୍ଗ ଆକ୍ଟ, ୧୯୫୬ ଓ ଭାରତୀୟ ପିଙ୍ଗଳ କୋଡର ୩୭୦ ଧାରାରେ ଅଭିଯୁକ୍ତମାନଙ୍କ ନାମରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି,’’ କହିଛନ୍ତି ଧନୁପାଲୀ ଥାନାର ଭାରପ୍ରାପ୍ତ ଅଧିକାରୀ କମଳ ଲୋଚନ ପଣ୍ଡା ।
ପୋଲିସ ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କୁ ଜେରା କରାଯାଇ ଅଧିକ ତଦନ୍ତ ଜାରି ଅଛି । ସେମାନଙ୍କ ଠାରୁ ମିଳିଥିବା ସୁଚନା ମୁତାବକ ତଥ୍ୟ ସଂଗ୍ରହ କରାଯାଉଛି । ଖୁବ ଶୀଘ୍ର ଆଉ କିଛି ସ୍ଥାନରେ ଚଢ଼ାଉ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ବି ପଢ଼ନ୍ତୁ: ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।