ନୀଳାଦ୍ରି ବିଜେ Watch LIVE: ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ତାଙ୍କ ମାନଭଞ୍ଜନ କରୁଛନ୍ତି ମହାପ୍ରଭୁ

Watch LIVE: ଆଜି ନୀଳାଦ୍ରି ବିଜେ । ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ । ଆଜିର ଦିନରେ ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିବେ । ଆଜି ରଥରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ ଅର୍ପଣ କରାଯାଏ । ପୁରୀ ବଡ଼ଦାଣ୍ଡରୁ ଦେଖନ୍ତୁ ଲାଇଭ୍ ।

ନୀଳାଦ୍ରି ବିଜେ Watch LIVE: ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ତାଙ୍କ ମାନଭଞ୍ଜନ କରୁଛନ୍ତି ମହାପ୍ରଭୁ
ଆଜି ନୀଳାଦ୍ରି ବିଜେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଆଜି ନୀଳାଦ୍ରି ବିଜେ । ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ । ଆଜିର ଦିନରେ ମହାପ୍ରଭୁ ନିଳାଦ୍ରି କନ୍ଦରକୁ ବିଜେ କରିବେ । ସନ୍ଧ୍ୟା ଧୂପ ପରେ ଚାରମାଳ ବନ୍ଧାଯିବା ପରେ ଆରମ୍ଭ ହେବ ନିଳାଦ୍ରୀ ବିଜେ ନୀତି ପାଇଁ ପହଣ୍ଡି । ଆଜି ରଥରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ ଅର୍ପଣ କରାଯାଏ । ଗତକାଲି ଶେଷ ହୋଇଛି ମହାପ୍ରଭୁଙ୍କ ଅଧର ପଣା ନୀତି ।

Watch LIVE



ନୀଳାଦ୍ରି ବିଜେ ନୀତି ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସେବାୟତଙ୍କ ସହ ଆଲୋଚନା କାରାଯାଇଛି । ଅଧର ଉଚ୍ଚର କୁଢୁଆରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସମର୍ପଣ କରାଯାଇଛି ଅଧରପଣା । ମଧ୍ୟାହ୍ନ ଧୂପ ପରେ ଏହି ଅଧର ପଣା ନୀତି ରଥ ଉପରେ ସମ୍ପନ୍ନ ହୋଇଥିଲା । ସମର୍ପଣ ପରେ ଏହି କୁଢୁଆଗୁଡିକୁ ଭାଙ୍ଗି ଦିଆଯାଇଛି ।

ପୂଜା ସମୟରେ ବଳଭଦ୍ରଙ୍କ ରଥର ଗୋଟାଏ ଅଧର ହାଣ୍ଡି ଭାଙ୍ଗି ଯାଇଥିବାରୁ ଏହା ଭଲ ଲକ୍ଷଣ ନୁହେଁ ବୋଲି କହିଛନ୍ତି ସେବାୟତ । ରଥ ସହ ଯାତ୍ରା କରିଥିବା ପାର୍ଶ୍ୱ ଦେବା ଦେବୀ ଓ ଚାମୁଣ୍ଡାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ରଥ ଉପରେ ଏହି ନୀତି ସମ୍ପନ୍ନ ହୋଇଛି ।
First published: July 4, 2020, 4:41 PM IST
corona virus btn
corona virus btn
Loading