• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଅସନ୍ତୋଷ ଜାହିର କଲେ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ; ଏ ଭତ୍ତା ନିର୍ବାଚନ ନା କର୍ମୀଙ୍କ ହିତ ପାଇଁ: ବିରୋଧୀ

ଅସନ୍ତୋଷ ଜାହିର କଲେ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ; ଏ ଭତ୍ତା ନିର୍ବାଚନ ନା କର୍ମୀଙ୍କ ହିତ ପାଇଁ: ବିରୋଧୀ

ସରକାର ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଅବସରକାଳୀନ ଭତ୍ତା ବୃଦ୍ଧି କରିଛନ୍ତି। ଯାହାକୁ ନେଇ ନିଖିଳ ଓଡ଼ିଶା ଅଙ୍ଗନୱଡି କର୍ମୀ ସଂଘ ସାମ୍ବାଦିକ ସମ୍ମିଳନୀ କରି ନିଜର ଅସନ୍ତୋଷ ଜାହିର କରିଛନ୍ତି।

ଅବସରକାଳୀନ ଭତ୍ତା ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କଲା ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ (ପ୍ରତୀକାତ୍ମକ ଛବି)

ଅବସରକାଳୀନ ଭତ୍ତା ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କଲା ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ସରକାର ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଅବସରକାଳୀନ ଭତ୍ତା ବୃଦ୍ଧି କରିଛନ୍ତି। ଯାହାକୁ ନେଇ ନିଖିଳ ଓଡ଼ିଶା ଅଙ୍ଗନୱଡି କର୍ମୀ ସଂଘ ସାମ୍ବାଦିକ ସମ୍ମିଳନୀ କରି ନିଜର ଅସନ୍ତୋଷ ଜାହିର କରିଛନ୍ତି। ଏହି ଘୋଷଣା ପରେ ବିଭିନ୍ନ ମହଲରୁ ବିଭିନ୍ନ ମତ ଆସୁଛି।

ଦୀର୍ଘ ଦିନ ଧରି ଅଙ୍ଗନବାଡ଼ି କର୍ମୀମାନେ ଦରମା ପାଇଁ ଆନ୍ଦୋଳନ କରିଆସୁଥିଲେ। ବର୍ତ୍ତମାନ ସରକାର ସେମାନଙ୍କ ପାଇଁ ଅବସରକାଳୀନ ଭତ୍ତା ବୃଦ୍ଧି କରିଆସୁଛନ୍ତି। ମାତ୍ର ଏହାକୁ ନେଇ ଅସନ୍ତୋଷ ଜାହିର କରୁଛନ୍ତି ଅଙ୍ଗନବାଡ଼ି କର୍ମୀମାନେ।

"ଦରମା ବୃଦ୍ଧି ପାଇଁ ରାଜ ରାସ୍ତାକୁ ଆସି ଦିବା ରାତ୍ର ଧାରଣା ଦେଲେ। ପ୍ରତିବାଦ କଲେ ପରେ ସରକାରଙ୍କ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ପ୍ରତ୍ଯାହାର କଲେ। ସରକାର ସହାୟତା ଘୋଷଣା କଲେ ହେଲେ ଚାକିରି ସମୟର ଭତ୍ତା ନୁହେଁ ଅବସର ଭତ୍ତା ବୄଦ୍ଧି ନେଇ ଘୋଷଣା କଲେ"। ଶନିବାର ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ନିଖିଳ ଓଡିଶା ଅଙ୍ଗନବାଡ଼ି କର୍ମୀ ସଂଘ। ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦୀର୍ଘ ଦିନର ନ୍ୟାୟ ସଂଗତ ଦାବି ଭତ୍ତା ବୄଦ୍ଧି ଘୋଷଣା ନକରି ଅବସର ଦେୟ ଦ୍ବିଗୁଣିତ କରିବା ଉପହାସ ଛଡା ଆଉ କିଛି ନୁହେଁ ବୋଲି କହିଛି ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ।ଚିକିତ୍ସା ଜନିତ ଛୁଟି ଘୋଷଣାକୁ ସ୍ବାଗତ କରାଯିବା ସହ ଅନ୍ୟାନ୍ୟ ଦାବି ଗୁଡିକ ସମାଧାନ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ସଂଘ କହିଛି।

ଭୁବନେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ବାଇଁ କହିଛନ୍ତି," ୨୦୧୭ ମସିହା ପରଠାରୁ ଭତ୍ତା ବୄଦ୍ଧି ହୋଇ ନାହିଁ। ବିଭିନ୍ନ ବର୍ଗର ଶ୍ରମିକ କର୍ମଚାରୀଙ୍କ ଦରମା ଓ ଭତ୍ତା ବୄଦ୍ଧି କରୁଥିବା ରାଜ୍ଯ ସରକାର ଅଙ୍ଗନବାଡ଼ି କର୍ମୀ ଓ ସହାୟକଙ୍କ ଭତ୍ତା ବୄଦ୍ଧି ନକରିବା ପରିତାପର ବିଷୟ। ରାଜ୍ୟ ସରକାର ତୁରନ୍ତ ଭତ୍ତା ବୄଦ୍ଧି ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ"।

କେବଳ ଅଙ୍ଗନବାଡ଼ି କର୍ମୀଙ୍କ ହିତ ଦୃଷ୍ଟି ରୁ ସରକାର ଏହାକୁ ଘୋଷଣା କରିଛନ୍ତି ନା ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏପରି ଘୋଷଣା ହୋଇଛି ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି। ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି,"ମାସିକ ଭତ୍ତା ବୄଦ୍ଧି ନକରି ଅବସର ପରେ ବୄଦ୍ଧି କରିଛନ୍ତି। ଏହା ଅନୈତିକ ନିଷ୍ପତ୍ତି। ନିର୍ବାଚନକୁ ଦୄଷ୍ଟି ରେ ରଖି ସରକାର ଏଭଳି କରୁଛନ୍ତି"। ଏହି ଭତ୍ତା ପ୍ରସଙ୍ଗକୁ ନେଇ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି,"ମାମାନଙ୍କୁ ସରକାରଙ୍କ ସାମାନ୍ୟତମ ସମ୍ମାନ ନାହିଁ। ଆଗରୁ କାହିଁକି ଦେଉନଥିଲେ ନିର୍ବାଚନ ପାଇଁ ମନେ ପଡ଼ିଲା। ଏଥିରେ ଆନ୍ତରିକତା କମ ନିର୍ବାଚନୀ ଚାଲ ଅଧିକ ବୋଲି ଜଣାପଡ଼ିଛି। କିନ୍ତୁ ବିଜେଡି ସାଂସଦ ସୁବାସ ସିଂ ଏହାକୁ ଉଚ୍ଚ ପ୍ରଶଂସିତ ପଦକ୍ଷେପ କହିବା ସହିତ ଅଙ୍ଗନବାଡ଼ି କର୍ମୀଙ୍କ କାମକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

ଶନିବାର ମୂଖ୍ୟମନ୍ତ୍ରୀ ସେବାରେ ନିବୃତ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ସହାୟତା ରାଶି ପ୍ରଦାନ କରିବା ନେଇ ଘୋଷଣା କରିଥିଲେ। ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ୨୦ ହଜାର ଟଙ୍କା ବଦଳରେ ଏକକାଳୀନ ୪୦ ହଜାର ଟଙ୍କା , ମିନି ଅଙ୍ଗନବାଡ଼ି କର୍ମୀଙ୍କର ପ୍ରୋତ୍ସାହନ ରାଶି ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କା, ଅଙ୍ଗନବାଡ଼ି ସହାୟିକାମାନଙ୍କର ପ୍ରୋତ୍ସାହନ ରାଶି ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଥିଲେ।
Published by:Soumya Das
First published:
)}