ବାଲେଶ୍ୱରରୁ ଖଡ଼ଗପୁର ୧୨୦ କିମି NH ହେବ ୬ ଲେନ୍; ନିତିନ୍ ଗଡ଼କରୀଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ ଖୁବ୍ ଶୀଘ୍ର ଏକ ସଚିବ-ସ୍ତରୀୟ ବୈଠକ ଡାକି ଏହି ସଡ଼କ ପ୍ରକଳ୍ପ ପାଇଁ ଏକ DPR ପ୍ରସ୍ତୁତ କରିବେ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ ।

ବାଲେଶ୍ୱରରୁ ଖଡ଼ଗପୁର ୧୨୦ କିମି NH ହେବ ୬ ଲେନ୍; ନିତିନ୍ ଗଡ଼କରୀଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ
ଗଡ଼କରୀଙ୍କୁ ସାକ୍ଷାତ କରି NH୧୬ର ୧୨୦ କିମି ରାସ୍ତାର ଛଅ ଲେନର ଆବଶ୍ୟକତା ବିଷୟରେ ଜଣାଇଛନ୍ତି ଷଡ଼ଙ୍ଗୀ ।
  • News18 Odia
  • Last Updated: January 23, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା NH ୧୬ ଓ NH ୬୦ ଉପରେ ଓଡ଼ିଶା ସମେତ ଅନେକ ରାଜ୍ୟ ଅଧିକ ନିର୍ଭର କରୁଥିବା ବେଳେ ଜନ ସଂଖ୍ୟା ଓ ଗାଡ଼ି ମଟର ସଂଖ୍ୟାରେ ଦ୍ରୁତ ବୃଦ୍ଧି ଯୋଗୁଁ ଏହି ଦୁଇଟି ରାଜପଥର ଅନେକ ସ୍ଥାନରେ ଜାମ୍‌ ସୃଷ୍ଟି ହେଉଛି ଓ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଖଡ଼ଗପୁରରୁ ବାଲେଶ୍ୱର ମଧ୍ୟରେ ଥିବା NH ୧୬କୁ ଛଅ ଲେନ୍‌ କରିବା ଦିଗରେ ପଦକ୍ଷେପ ଆରମ୍ଭ ହୋଇଛି ।

ଭୁବନେଶ୍ବରରୁ ବାଲେଶ୍ୱର ୨୧୦ କିଲୋମିଟର NH ୧୬କୁ ଚାରି ଲେନରେ ପରିବର୍ତ୍ତନ କରି ଛଅ ଲେନ୍‌ କରିବା କାର୍ଯ୍ୟ ଚାଲୁ ରହିଛି । ଖଡ଼ଗପୁରରୁ କଲିକତା ୧୩୫ କିଲୋମିଟର ମଧ୍ୟ ଛଅ ଲେନ୍‌ ହୋଇସାରିଛି । ହେଲେ ଏହା ମଧ୍ୟରେ ରହୁଥିବା ବାଲେଶ୍ୱରରୁ ଖଡ଼ଗପୁର ୧୨୦ କିଲୋମିଟର ରାସ୍ତା ଏବେ ବି ଚାରି ଲେନ ଥିବା ଯୋଗୁଁ ଉଭୟ ଓଡ଼ିଶା ଓ ପଶ୍ଚିମ ବଙ୍ଗର ଟ୍ରାନ୍ସପୋର୍ଟ ସେକ୍ଟର ବେଶ୍‌ ଅସୁବିଧାରେ ପଡ଼ୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିଶ୍ୱସ୍ତ କୁକୁରର ଅନ୍ତିମ ଯାତ୍ରା ଆୟୋଜିତ ହେଲା; ଏବେ ତାପାଇଁ ନିର୍ମାଣ ହେବ ଏକ ସ୍ମାରକୀ

ଅଧିକାଂଶ ସଡ଼କ ଦୁର୍ଘଟଣା ଏହି ୧୨୦ କିଲୋମିଟର NH ୬୦ରେ ଘଟୁଥିବା ଦେଖିବାକୁ ମିଳୁଛି । ଏ ନେଇ ଏବେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଏହି ସଡ଼କକୁ ଚାରି ଲେନ୍‌ ବଦଳରେ ଛଅ ଲେନ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ବାଲେଶ୍ୱରରୁ ଖଡ଼ଗପୁର NH ୬୦ର ୧୨୦ କିଲୋମିଟର ରାସ୍ତାକୁ ଛଅ ଲେନ୍‌ କରିବା ନେଇ ସେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଏକ ଚିଠି ଲେଖିଛନ୍ତି । ଏ ନେଇ ସେ ଗଡ଼କରୀଙ୍କୁ ସାକ୍ଷାତ କରି ୧୨୦ କିଲୋମିଟର ରାସ୍ତାର ଛଅ ଲେନର ଆବଶ୍ୟକତା ବିଷୟରେ ମଧ୍ୟ ଜଣାଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପିତାମାତା ହେବା ପରେ ବିରାଟ ଅନୁଷ୍କା ପ୍ରଥମ ଥର ପାଇଁ ବାହାରକୁ ଆସିଲେ; ଭାଇରାଲ୍ ହେଉଛି ଫଟୋ

‘‘୨୦୧୧-୧୨ରେ NH ୧୬ର ଖଡ଼ଗପୁରରୁ ବାଲେଶ୍ୱର ମଧ୍ୟରେ ଥିବା ଅଂଶକୁ ଛଅ ଲେନ୍‌ କରିବା ପାଇଁ ଯୋଜନା ହୋଇଥିଲା । ସେତେବେଳେ ସେତେଟା ଆବଶ୍ୟକତା ନ ଥିବାରୁ ଏହି ଯୋଜନାର ପ୍ରୋଜେକ୍ଟକୁ ରେଜେକ୍ଟ କରାଯାଇଥିଲା । ହେଲେ ଏବେ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି,’’ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ ଖୁବ୍‌ ଶୀଘ୍ର ଏକ ସଚିବ-ସ୍ତରୀୟ ବୈଠକ ଡାକି ଏହି ପ୍ରକଳ୍ପ ପାଇଁ ଏକ DPR ପ୍ରସ୍ତୁତ କରିବେ ବୋଲି କହିଛନ୍ତି ଷଡ଼ଙ୍ଗୀ ।

ଏହା ବି ପଢ଼ନ୍ତୁ | ଜେଲ୍ରେ ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ; ଭେଟିବାକୁ ଆସିଲେ ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ମିସା

ଦେଶର ଜାତୀୟ ରାଜପଥଗୁଡ଼ିକରେ ଗତ ୧୦ ବର୍ଷ ମଧ୍ୟରେ ୫୦ ପ୍ରତିଶତ ଗାଡ଼ି ଚଳାଚଳ ବୃଦ୍ଧି ପାଇଥିବା ଜଣାପଡ଼ିଛି । ପ୍ରଧାନ ମନ୍ତ୍ରୀ ସ୍ୱର୍ଣ୍ଣ ଚତୁର୍ଭୂଜ ଯୋଜନାରେ ଦେଶରେ ନିର୍ମିତ ହୋଇଥିବା ଚାରି ଲେନ୍‌ ରାସ୍ତା ଏବେ ନିଅଣ୍ଟିଆ ପ୍ରତୀତ ହେଉଛି । ଅଧିକ ସଂଖ୍ୟାରେ ଗାଡ଼ି ଚଳାଚଳ ବୃଦ୍ଧି ଯୋଗୁଁ ଦୁର୍ଘଟଣା ବଢ଼ିବାରେ ଲାଗିଛି । ରାସ୍ତାରେ ଭିଡ଼ ଓ ଜାମ ଏକ ପ୍ରମୁଖ ସମସ୍ୟା ଭାବରେ ଛିଡ଼ା ହୋଇଛି ।

ଏହା ବି ପଢ଼ନ୍ତୁ | ମୁମ୍ବାଇରେ ନାମୀ-ଦାମୀ ଦେହ ବ୍ୟବସାୟ ଧରା ପଡ଼ିଲା; ଜଣ ମଡେଲଙ୍କୁ ଉଦ୍ଧାର କଲା ପୋଲିସ

‘‘ଖଡ଼ଗପୁରରୁ ବାଲେଶ୍ୱର ମଧ୍ୟରେ ଥିବା NH ୧୬କୁ ଛଅ ଲେନ୍‌ କରାଗଲେ ଲୋକେ ଉପକୃତ ହେବେ ଓ ଦୁର୍ଘଟଣା ଓ ଜାମ ଭଳି ସମସ୍ୟାରୁ ମୁକ୍ତି ମିଳିବ । ଓଡ଼ିଶାର ଅନେକ ବ୍ୟବସାୟୀ କଲିକତାରୁ ମାଲ୍‌ ପରିବହନ କରୁଥିବାରୁ ସେମାନେ ବିଶେଷ ଭାବେ ଲାଭବାନ ହୋଇପାରିବେ । ଏ ଦିଗରେ କେନ୍ଦ୍ର ମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ,’’ କହିଛନ୍ତି ବାଲେଶ୍ୱରର ଜଣେ ବ୍ୟବସାୟୀ ସଂଗ୍ରାମ ପଣ୍ଡା ।



NH ୧୬ର ଏହି ଅଂଶଟି ଛଅ ଲେନ୍‌ ବିଶିଷ୍ଟ ହେଲେ ଓଡି଼ଶା ସହିତ ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ଓ ତାମିଲନାଡ଼ୁର ଲୋକେ ବେଶୀ ଲାଭାନ୍ୱିତ ହେବେ । ଏହି ରାସ୍ତା ଚାରି ଲେନ ପରିବର୍ତ୍ତେ ଛଅ ଲେନ ହେଲେ ଟ୍ରାନ୍ସପୋର୍ଟ ସେକ୍ଟର ବିଶେଷ ଭାବେ ଲାଭାନ୍ୱିତ ହେବା ସହ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।
Published by: Anand Shankar Thankur Das
First published: January 23, 2021, 11:59 PM IST