ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜଧାନୀରେ ନବ ବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ସ୍ୱାମୀକୁ ଅଟକ ରଖିଛି ପୋଲିସ

ରାଜଧାନୀରେ ନବ ବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ସ୍ୱାମୀକୁ ଅଟକ ରଖିଛି ପୋଲିସ

ରାଜଧାନୀ ଭୁବନେଶ୍ୱରରେ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି।

ରାଜଧାନୀରେ ନବ ବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ସ୍ୱାମୀକୁ ଅଟକ ରଖିଛି ପୋଲିସ
ଲକ୍ଷ୍ମୀପ୍ରିୟା ଦାଶ ଓ ସ୍ୱାମୀ ଦିଲ୍ଲୀପ ଦାଶ (ଫାଇଲ ଫଟୋ)
  • News18 Odia
  • Last Updated: September 19, 2021, 4:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ କାକଟପୁର ଅଞ୍ଚଳର ଲଷ୍ମୀପ୍ରିୟା ଦାଶ(୨୧) । ଲଷ୍ମୀପ୍ରିୟାଙ୍କ ପରିବାର ହତ୍ୟା ଅଭିଯୋଗ ଆଣିବା ପରେ ସ୍ୱାମୀ ଦିଲ୍ଲୀପ ଦାଶଙ୍କୁ ଲିଙ୍ଗରାଜ ଥାନା ପୋଲିସ ଅଟକ ରଖିଛି।

ପୁରୀ ଜିଲ୍ଲା କାକଟପୁର ଶରତ ଦାଶଙ୍କ ଝିଅ ଲଷ୍ମୀପ୍ରିୟା ଗତ ଫେବୃଆରୀ ୨୨ରେ ପୁରୁଣା ଭୁବନେଶ୍ୱର କପିଳେଶ୍ୱର ତଳ ସାହିର ସତ୍ୟବାଦୀ ମହାପାତ୍ର ଙ୍କ ପୁଅ ଦିଲ୍ଲୀପ କୁ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ଯୌତୁକ ମଧ୍ୟ ଦିଆଯାଇଥିବା କହିଛନ୍ତି ମୃତା ଲଷ୍ମୀପ୍ରିୟାଙ୍କ ପରିବାର । ହେଲେ ୨ମାସ ପରେ ଝିଅକୁ ବାରମ୍ବାର ନିର୍ଯ୍ୟାତନା ଦେଉଥିବା ପୋଲିସ ପାଖରେ ଅଭିଯୋଗ କରିଛି ଲଷ୍ମୀପ୍ରିୟାଙ୍କ ପରିବାର ।

"ବିବାହର ଦୁଇମାସ ପର୍ଯ୍ୟନ୍ତ ସବୁ କିଛି ଠିକଠାକ ଥିଲା । ଏହାପରେ ଝିଅକୁ ଶ୍ବଶୁର ଘର ଲୋକ ନିର୍ଯ୍ୟାତନା ଦେଉଥିଲେ। ଏପରିକି ଶ୍ୱଶୁର ଘର ଲୋକେ ଝିଅକୁ ବାପ ଘରକୁ ଛାଡୁ ନଥିଲେ । ଶନିବାର ୧୦ଟା ସମୟରେ ଜ୍ୱାଇଁ ଦିଲ୍ଲୀପ ଫୋନ କରି କହିଥିଲେ ଲଷ୍ମୀପ୍ରିୟା ବେକରେ ଲୁଗା ବାନ୍ଧି ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ତେଣୁ ଆମେ ତାଙ୍କ ଘରେ ପହଞ୍ଚି ଥିଲୁ। ହେଲେ ଝିଅର ମୃତଦେହ ହସ୍ପିଟାଲରେ ଦେଖିବାକୁ ପାଇଥିଲୁ,"କହିଛନ୍ତି ଲଷ୍ମୀପ୍ରିୟଙ୍କ ବାପା ଶରତ ଦାଶ ।

ଝିଅକୁ ଶ୍ୱଶୁର ଘର ଲୋକେ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପରିବାର । ଏନେଇ ପରିବାର ଲୋକ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦିଲ୍ଲୀପକୁ ଅଟକ ରଖି ପଚରାଉଚରା କରୁଛି ଲିଙ୍ଗରାଜ ଥାନା ପୋଲିସ । ଏହା ସହ ତାଙ୍କ ପରିବାର ଲୋକଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଛି । ସେ ଦିଗକୁ ମଧ୍ୟ ଗୁରୁତର ସହ ନେଇଥିବା  ଲିଙ୍ଗରାଜ ଥାନା ପୋଲିସ ପକ୍ଷରୁ କୁହାଯାଇଛି ।

"ଖବର ପାଇ ଆମେ ଘଟଣା ସ୍ଥଳରେ ପହଞ୍ଚିଥିଲୁ । ସେତେବେଳେ ମୃତଦେହ ଘରର ଫ୍ୟାନ ଝୁଲୁଥିଲା। ଆମେ ମୃତଦେହକୁ ଜବତ କ୍ୟାପିଟାଲ ହସ୍ପିଟାଲକୁ ପଠେଇଥିଲୁ । ପରିବାର ଲୋକ ପହଞ୍ଚିବା ପରେ ମୃତଦେହକୁ ହସ୍ତାନ୍ତର କରିବା ସହ ମୃତକଙ୍କ ସ୍ୱାମୀକୁ ଅଟକ ରଖି ପଚରାଉଚରା କରାଯାଉଥିବା," କହିଛନ୍ତି ଲିଙ୍ଗରାଜ ଥାନା ଅଧିକାରୀ ଶରତ ପାତ୍ର ।

ସୂଚନା ଅନୁସାରେ ଫେବୃଆରୀରେ ଲାଷ୍ମୀପ୍ରିୟା ବିବାହ କରିଥିଲେ। ତେବେ କେଉଁ କାରଣ ପାଇଁ ତାଙ୍କୁ ଶ୍ବଶୁର ଘର ଲୋକେ ନିର୍ଯ୍ୟାତନା ଦେଉଥିଲେ ସେ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି ।
Published by: Soumya Das
First published: September 19, 2021, 4:58 PM IST