କେନ୍ଦୁଝରରେ ରାସ୍ତା କଡ଼ରୁ ମିଳିଲା ନବଜାତ ଶିଶୁ, ରାତି ସାରା ପିମ୍ପଡ଼ିଙ୍କ ସଙ୍ଗେ ଯୁଝିଛି

ରାତି ସାରା ନବଜାତ ଶିଶୁ ପୁତ୍ରଟି ଖୋଲା ଆକାଶ ତଳେ ପଡ଼ି ରହିଥିଲା । ତା’ ଦେହରେ କନା ଖଣ୍ଡିଏ ବି ନ ଥିଲା । ରାତି ସାରା ସେ ପିମ୍ପୁଡ଼ିମାନଙ୍କ ଆକ୍ରମଣର ଶିକାର ହୋଇଥିଲା । ଉଦ୍ଧାର ହେବା ପରେ ସେ ହସପିଟାଲରେ ସୁସ୍ଥ ଅଛି ।

କେନ୍ଦୁଝରରେ ରାସ୍ତା କଡ଼ରୁ ମିଳିଲା ନବଜାତ ଶିଶୁ, ରାତି ସାରା ପିମ୍ପଡ଼ିଙ୍କ ସଙ୍ଗେ ଯୁଝିଛି
କେନ୍ଦୁଝରରେ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ ପୁତ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କେନ୍ଦୁଝର: ମାନବତାକୁ ଜଳାଞ୍ଜଳି ଦେଇ କେଉଁ ଏକ ହତଭାଗିନୀ ମାଆ ନିଜ ନବଜାତ ସନ୍ତାନକୁ ଗତ ରାତିରେ ରାସ୍ତା କଡ଼ରେ ଶୁଆଇ ଚାଲିଯାଇଛି । ଆଜି ସକାଳେ ଲୋକେ ଏହି ନବଜାତ ଶିଶୁ ପୁତ୍ରଟିକୁ ଉଦ୍ଧାର କରିଛନ୍ତି । ଏହି ଘଟଣା କେନ୍ଦୁଝରର ଟାଉନ ଥାନା ଅନ୍ତର୍ଗତ ସିଲୁଆଁ ଛକ ଠାରେ ଘଟିଛି ।

ଆଜି ଭୋର୍‌ ଲୋକେ ସେହି ରାସ୍ତାରେ ଯିବା ଆସିବା ଆରମ୍ଭ କରିବା ପରେ ରାସ୍ତା କଡ଼ରେ ଏକ ବୁଦା ନିକଟରୁ ନବଜାତ ଶିଶୁର କୁଆଁ କୁଆଁ ଡାକ ଶୁଣିବାକୁ ପାଇଥିଲେ । ପାଖକୁ ଯାଇ ଦେଖିବାରୁ ଏହି ସଦ୍ୟଜାତ ଶିଶୁ ପୁତ୍ରକୁ ଦେଖିଥିଲେ । ଶିଶୁଟି ଏକ ଅଖା ଉପରେ ପଡ଼ିଥିଲା । ଯାହା ଜଣା ପଡ଼ୁଛି ଗତ ରାତିରେ ସେ ଜନ୍ମ ହେବାର ଅଳ୍ପ କିଛି ମିନିଟ୍‌ ପରେ ତାକୁ ତା’ର ମାଆ ବା ଆଉ କେହି ସେଠାକୁ ଆଣି ସେହି ଅଖା ଉପରେ ଶୁଆଇ ନିର୍ଦ୍ଦୟଭାବେ ଛାଡ଼ି ଚାଲିଯାଇଥିଲା ।

ରାତି ସାରା ନବଜାତ ଶିଶୁଟି ଖୋଲା ଆକାଶ ତଳେ ପଡ଼ି ରହିଥିଲା । ତା’ ଦେହରେ କନା ଖଣ୍ଡିଏ ବି ନ ଥିଲା । ରାତି ସାରା ସେ ପିମ୍ପୁଡ଼ିମାନଙ୍କ ଆକ୍ରମଣର ଶିକାର ହୋଇଥିଲା । ପିମ୍ପୁଡ଼ିମାନେ ତା’ ପାଟି ଓ ଆଖିକୁ କାମୁଡ଼ିଥିଲେ ରାତି ସାରା ।

ଏହି ସ୍ଥାନରୁ ନବଜାତ ଶିଶୁଟିକୁ ଉଦ୍ଧାର କରାଯାଇଥିଲା ।


ନବଜାତକୁ ଏହି ଅଭାବନୀୟ ସ୍ଥିତିରେ ଉଦ୍ଧାର କରି ସ୍ଥାନୀୟ ଲୋକେ ଆଶା ଦିଦିଙ୍କ ସହ ଚାଇଲଡ଼୍ ଲାଇନକୁ ଖବର ଦେଇଥିଲେ । ପ୍ରଥମେ ଆଶା ଦିଦି ସେଠାରେ ପହଞ୍ଚି ଶିଶୁ ପୁତ୍ରଟିକୁ ଡାକ୍ତରଖାନାକୁ ପଠାଇଥିଲେ ।

ବର୍ତ୍ତମାନ ଶିଶୁଟି ଏକ ହସପିଟାଲରେ ଡାକ୍ତରମାନଙ୍କ ଯତ୍ନରେ ଅଛି ଓ ତା’ ସ୍ୱାସ୍ଥ୍ୟ ଭଲ ଅଛି । ସ୍ଥାନୀୟ ଲୋକଙ୍କ ସୂଚନା ଆନୁସାରେ ପୋଲିସ ଏ ସମ୍ବନ୍ଧରେ ଅନୁସନ୍ଧାନ ଆରମ୍ଭ କରିଛି । ନିକଟସ୍ଥ ନର୍ସିଂ ହୋମଗୁଡ଼ିକରେ ପୋଲିସ୍‌ ଏ ସଂକ୍ରାନ୍ତରେ ଖୋଜଖବର ନେବା ଆରମ୍ଭ କରିଛି ।

ସ୍ଥାନୀୟ ଲୋକେ ଓ ଆଶା ଦିଦି ନବଜାତକୁ ହସପିଟାଲ୍ ପଠାଉଛନ୍ତି ।


ଏହି ନବଜାତର ନିର୍ଦୟ ହୃଦୟର ମାଆ ତାକୁ ଛାଡ଼ି ଚାଲିଯାଇଥିଲେ ବି ଶିଶୁଟି ଉପରେ ଗାଡ଼ି ସାଇକଲ୍‌ ବା ଗାଇ ଗୋରୁ ଚଢ଼ିଯିବେ ବୋଲି ତାକୁ ରାସ୍ତା ମଝିରେ ନ ଶୁଆଇ ରାସ୍ତା କଡ଼ରେ ଏକ ବୁଦା ଭିତରେ ରଖି ଚାଲିଯାଇଥିଲା । ହୁଏ ତ ସେ ବା ତା’ ସହିତ ଏ ଅମାନବୀୟ କାର୍ଯ୍ୟରେ ଜଡ଼ିତ ଅନ୍ୟ ବ୍ୟକ୍ତି ଏହି ଖବର ଏବେ ପଢ଼ୁଥିବେ ଓ ନିଜ କୃତ୍ୟ ବିଷୟରେ ପୁନର୍ବାର ଭାବୁଥିବେ ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 4, 2020, 2:38 PM IST
corona virus btn
corona virus btn
Loading