ଭୁବନେଶ୍ୱରରେ ନୂଆ ବର୍ଷ ଭୋଜିରେ ହତ୍ୟା ପଛରେ ସାମାନ୍ୟ ବଚସା ନା ସ୍ଥାନୀୟ ପତିଆରା ବିବାଦ ଥିଲା?

New Years Eve murder in Bhubaneswar puzzles people, puts police in dock | ରାତି ୧୦ଟା ପରଠାରୁ ଭୁବନେଶ୍ୱରରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁ ସମୟରେ ଦୁଇ ଗୋଷ୍ଠୀ କେମିତି ଭୋଜି କଲେ ଓ ଏୟାରଫିଲଡ୍ ଥାନା ପୋଲିସ ପାଟ୍ରୋଲିଂ ବେଳେ ଏହି ଭୋଜି ବିଷୟରେ କେମିତି ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ ।

  • News18 Odia
  • | January 02, 2022, 23:45 IST
    facebookTwitterLinkedin
    LAST UPDATED 6 MONTHS AGO

    AUTO-REFRESH

    HIGHLIGHTS

    News18 Odia Digital

    ଭୁବନେଶ୍ୱର: ନୂଆ ବର୍ଷର ପ୍ରଥମ ଦିନରେ ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ଏକ ହତ୍ୟାକାଣ୍ଡର କାରଣ ନୂଆ ବର୍ଷ ଉପଲକ୍ଷେ ଆୟୋଜିତ ହୋଇଥିବା ଏକ ଭୋଜିରେ ସାମାନ୍ୟ ବଚସା ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏୟାରଫିଲଡ୍‌ ଥାନା ଅଧୀନ ସୁନ୍ଦରପଦା ନୂଆସାହିରେ କିଛି ଦୁର୍ବୃତ୍ତ ଜଣେ ଯୁବକକୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ ।

    ହତ୍ୟାର ଶିକାର ଯୁବକ ସ୍ଥାନୀୟ ଅଞ୍ଚଳର ଦୀପକ ରାଉତରାୟ ଓରଫ ଦିପୁଙ୍କୁ (୩୪ ବର୍ଷ) ଶୁକ୍ରବାର ବିଳମ୍ବିତ ରାତିରେ ଘେରୁ ଡାକିନେଇ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତମାନେ । ହତ୍ୟାକରୀକୁ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଶନିବାର ସକାଳେ ଏୟାରଫିଲଡ୍‌ ଥାନା ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା ।

    ଏହା ବି ପଢ଼ନ୍ତୁ | ମଣିଷ ନା ରାକ୍ଷସ? ନିଜ ମାକୁ ମାରି ମୃତ ଦେହକୁ ,୦୦୦ ଖଣ୍ଡ କରି କାଟିଥିଲା ଖାଇଥିଲା ଏହି ଯୁବକ

    ପ୍ରାଥମିକ ତଦନ୍ତ ଅନୁସାରେ ଦୁଇ ଗୋଷ୍ଠୀର ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି । ଦିପୁକୁ ହତ୍ୟା କରିଥିବା ଯୁବକମାନେ କପିଳେଶ୍ୱର ଅଞ୍ଚଳର ବୋଲି ସୂଚନା ମିଳିଛି । ରାତିରେ ଗୋଟିଏ ସ୍ଥାନରେ ଦୁଇ ଗୋଷ୍ଠୀ ଭୋଜି କରୁଥିବା ସମୟରେ ଦୁଇ ଗୋଷ୍ଠୀର କେତେକ ସଦସ୍ୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ହିଁ ପରେ ହତ୍ୟାର ରୂପ ନେଇଥିଲା ବୋଲି ପୋଲିସ ସନ୍ଦେହ କରୁଛି ।

    ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ (ଫାଇଲ ଫଟୋ)


    ‘‘ରାତିରେ ମୋ’ ଭାଇ ତା’ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ । ରାତି ପ୍ରାୟ ସାଢ଼େ ୧୨ଟା ବେଳକୁ ଘରକୁ ଆସିଥିଲେ । କିଛି ସମୟ ପରେ କିଛି ଯୁବକ ଡାକିବାରୁ ଭାଇ ଘରୁ ବାହାରକୁ ଯାଇଥିଲେ । ସେ ଦୀର୍ଘ ସମୟ ପରେ ଘରକୁ ନ ଫେରିବାରୁ ଆମେ ଖୋଜାଖୋଜି କରିଥିଲୁ । ପରେ ପାଖ ଖେଳ ପଡି଼ଆରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭାଇଙ୍କୁ ପଡି଼ଥିବା ଦେଖିଥିଲୁ । ଦୁର୍ବୃତ୍ତମାନେ ଭାଇଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ,’’ କହିଛନ୍ତି ମୃତ ଦିପୁଙ୍କ ସାନ ଭାଇ ।

    ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ସାରା ଅଲ୍ଲୀ ଖାନଙ୍କ ପ୍ରେମ କାହାଣୀରେ ମମ୍ମି ଅମୃତା ସିଂ ଭିଲେନ୍ ସାଜୁଛନ୍ତି! ସେ ଚାହୁଁନାହାଁନ୍ତି ଯେ ସାରା...

    ହତ୍ୟାକାରୀମାନଙ୍କୁ ଗିରଫ କରିବା ଦାବି କରି ସୁନ୍ଦରପଦା-ଜଟଣୀ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଉତ୍ୟକ୍ତ ଲୋକେ ନୂଆସାହିରେ ଥିବା ଏକ ଫାଷ୍ଟ୍‌ ଫୁଡ୍‌ ଦୋକାକୁ ପୋଡି଼ ଦେଇଥିଲେ । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ସହ ହତ୍ୟାକାରୀକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଉ ବୋଲି ଦାବି କରିଥିଲେ ସ୍ଥାନୀୟ ଲୋକେ । ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

    ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନ୍ଧୁଣୀ ମାସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁ

    ଦିପୁକୁ କିଏ ଓ କାହିଁକି ହତ୍ୟା କରିଛି ତାହା ଜଣାପଡି଼ ନାହିଁ । ହତ୍ୟାକାରୀମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ ସ୍ଥାନରେ ଚଢ଼ାଉ କରୁଛି ।

    ‘‘ଆମେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛୁ । ପୋଲିସ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ମୃତ ଦିପୁ ସହିତ ଯେଉଁମାନେ ଭୋଜି କରୁଥିଲେ ସେମାନଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି । କାହିଁକି ଦିପୁକୁ ହତ୍ୟା କରାଗଲା ତାହା ଏବେ ସ୍ପଷ୍ଟ କହିହେବ ନାହିଁ । ଆମେ ଚେଷ୍ଟା କରୁଛୁ ଖୁବ୍‌ ଶୀଘ୍ର ହତ୍ୟାକରୀମାନଙ୍କୁ ଗିରଫ କରିବା ସହ ପୂରା ଘଟଣା ଉପରେ ପରଦା ହଟାଇବୁ,’’ କହିଛନ୍ତି ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ ।

    ଏହା ବି ପଢ଼ନ୍ତୁ | କେତେ ସ୍ୱପ୍ନ ନେଇ ବାହା ହୋଇଥିଲା; କ୍ରେଟା କାର୍ ଲକ୍ଷ ଟଙ୍କା ଆଣିବାରୁ ଜୀବନ ଗଲା

    ଜିରୋ ନାଇଟ୍‌ ବ୍ୟାନ୍‌ ହୋଇଥିବାରୁ ରାତି ୧୦ଟା ପରଠାରୁ ଭୁବନେଶ୍ୱରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିଲା । ପୋଲିସ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିଲେ । ହେଲେ ନାଇଟ୍‌ କର୍ଫ୍ୟୁ ସମୟରେ ଦୁଇ ଗୋଷ୍ଠୀ ଭୋଜି କରିବା ଘଟଣା ପ୍ରଶାସନର ସକ୍ରିୟତାକୁ ନେଇ ପ୍ରଶ୍ନ ଠିଆ କରାଇଛି । ଏୟାରଫିଲଡ୍‌ ଥାନା ପୋଲିସ ସେହି ଅଞ୍ଚଳରେ ଯଦି ପାଟ୍ରୋଲିଂ କରୁଥିଲା ତାହେଲେ ଏହି ଭୋଜି ବିଷୟରେ କେମିତି ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ । ହତ୍ୟା ପଛରେ ପୁରୁଣା ଶତ୍ରୁତା ନା ସ୍ଥାନୀୟ ପତିଆରା ବିବାଦ ଥିଲା ସେହି ପ୍ରଶ୍ନର ଉତ୍ତର ଖୋଜୁଛି କମିସନରେଟ୍‌ ପୋଲିସ ।