News 18 Odia Digital
ଭୁବନେଶ୍ୱର: ବଦଳୁଛି ସାଇବର ଠକଙ୍କ ଠକେଇର ତରିକା । ଏଥର ଟ୍ରେଡିଂ ଆପ ଜରିଆରେ ଲୋଭନୀୟ ଅଫର ଦେଇ ଟଙ୍କା ଲୁଟୁଛନ୍ତି । ଫେସବୁକ (Facebook) ଓ ଟେଲିଗ୍ରାମରେ ବନ୍ଧୁତା ବାନ୍ଧି ଆକାଉଣ୍ଟକୁ ଖାଲି କରୁଛନ୍ତି ସାଇବର ଠକ । ଆଉ ଏହାର ମାଧ୍ୟମ ସାଜୁଛନ୍ତି ସୁନ୍ଦରୀ ଯୁବତୀ। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ (police) ।
ଏଭଳି ସୁନ୍ଦରୀ ସାଇବର ଜାଲରେ ପଡ଼ି ୧୫ ଲକ୍ଷ ହରାଇଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ର (engineering student) । ଏ ହେଉଛନ୍ତି ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ର ଆନନ୍ଦ ପ୍ରସାଦ ରଥ। ଅନଲାଇନ ଟ୍ରେଡିଂ ଆପ୍ରେ ଟଙ୍କା ବିନିଯୋଗ କରିବା ପରେ ଏବେ ସାଇବର ଠକେଇର ଶିକାର ହୋଇଛନ୍ତି। ଆନନ୍ଦ କହିଛନ୍ତି, ଫେସବୁକରେ ପ୍ରଥମେ ସୁନ୍ଦରୀ ଯୁବତୀ ଫ୍ରେଣ୍ଡ ରିକ୍ୟୁସ୍ଟ ପଠାନ୍ତି । ପରେ ମେସେଞ୍ଜରରେ ମିଠା ମିଠା କଥା କହି ବିଶ୍ବାସ ଜନ୍ମାନ୍ତି । ପରେ ଅନଲାଇନ ଟ୍ରେଡିଂ ଆପରେ ଟଙ୍କା ବିନିଯୋଗ କଲେ କିଭଳି ମାଲେ ମାଲେ ହେବେ, ସେନେଇ ଲୋଭ ଦେଖାନ୍ତି । ପ୍ରଥମେ ଫେସବୁକ ଜରିଆରେ ଟ୍ରେଡିଂ ଆପରେ ୩ ଲକ୍ଷ ୫୦ ହଜାର, ପରେ ଟେଲିଗ୍ରାମ ଜରିଆରେ ୧୧ ଲକ୍ଷରୁ ଅଧିକ ଟଙ୍କା ନିବେଶ କରିଥିଲେ। ଠକେଇର ଶିକାର ପରେ ଏବେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ ।
ରାଜଧାନୀରେ ସାଇବର ଠକେଇ ଥମିବାର ନା ଧରୁନି। କମିଶନରେଟ ପୋଲିସର ରିପୋର୍ଟ ଅନୁସାରେ ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱରରୁ ୨କୋଟିରୁ ଅଧିକ ଟଙ୍କା ଠକିଛନ୍ତି ସାଇବର ଠକ । ଯେଉଁଥିରେ ଅନଲାଇନ ଟ୍ରେଡିଂ ଆପ (online trading app) ଜରିଆରେ ଦେଢ଼କୋଟି ଟଙ୍କା ଠକିଛନ୍ତି। କମ୍ ସମୟରେ ଅଧିକ ଲାଭ ପାଇଁ ଏହି ଠକେଇ ବଢୁଛି । ଏଥିପାଇଁ ସାଇବର ଠକ ମାନେ ଲିଙ୍କ ପଠାଇ ପାର୍ଟ ଟାଇମ ଜବ୍ ନାରେ ଟଙ୍କାର ଲୋଭ ଦେଖାଇ ଆକାଉଣ୍ଟ ଖାଲି କରୁଛନ୍ତି। ତେଣୁ ଏଭଳି ଲୋଭନୀୟ ସ୍କିମ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ସାଇବର ଏକ୍ସପର୍ଟ ।
ଗତବର୍ଷ ରାଜଧାନୀରୁ ସାଇବର ଠକ ଲୁଟିଛନ୍ତି ୧୩ କୋଟି ୧୦ ଲକ୍ଷ ୪୦ହଜାର ୯୭୨ଟଙ୍କା । ୩ ହଜାର ୮୩୬ଜଣଙ୍କ ଠାରୁ ଏହି ଟଙ୍କା ସାଇବର ଠକିଛନ୍ତି । ସେହିପରି ଗତ ତିନି ମାସ ମଧ୍ୟରେ ୫ କୋଟି ଟଙ୍କା ଲୁଟିସାରିଲେଣି ଏହି ଅଦୃଶ୍ୟ ଠକ।
ଏହି ଖବର ପଢ଼ନ୍ତୁ -
HDFC କ୍ରେଡିଟ କାର୍ଡରେ କରନ୍ତୁ UPI ପେମେଣ୍ଟ: ମିଳିବ ୩% ରିୱାର୍ଡ ପଏଣ୍ଟPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।