ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ନୂଆ ମ୍ୟୁଜିକ ଭିଡିଓ ‘ହାର୍ଟବିଟ’କୁ ନେଇ ଚର୍ଚ୍ଚା; ଭିନ୍ନ ପ୍ରେମ କାହାଣୀକୁ ନେଇ ଆଧାରିତ ଗୀତ

ନୂଆ ମ୍ୟୁଜିକ ଭିଡିଓ ‘ହାର୍ଟବିଟ’କୁ ନେଇ ଚର୍ଚ୍ଚା; ଭିନ୍ନ ପ୍ରେମ କାହାଣୀକୁ ନେଇ ଆଧାରିତ ଗୀତ

ଡ଼ି.ଏନ. ସିରିଜ୍ ବ୍ୟାନରରେ ମୁକ୍ତିଲାଭ କରିଛି ଏହି ଅର୍ବାନ ପଞ୍ଜାବୀ ମ୍ୟୁଜିକ୍ ଭିଡ଼ିଓ ‘ହାର୍ଟବିଟ୍’ । ଏଥିରେ ଅଭିନୟ କରିଛନ୍ତି ନବାଗତ ନାୟକ ଦୀପକ ରାଜ୍ ଓ ତାଙ୍କ ସହ ନଜର ଆସୁଛନ୍ତି ନାୟିକା ଶେଫାଳି ।

ନୂଆ ମ୍ୟୁଜିକ ଭିଡିଓ ‘ହାର୍ଟବିଟ’କୁ ନେଇ ଚର୍ଚ୍ଚା; ଭିନ୍ନ ପ୍ରେମ କାହାଣୀକୁ ନେଇ ଆଧାରିତ ଗୀତ
ନୂଆ ମ୍ୟୁଜିକ ଭିଡିଓ ହାର୍ଟବିଟକୁ ନେଇ ଚର୍ଚ୍ଚା
  • News18 Odia
  • Last Updated: October 25, 2021, 5:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କରୋନା କଟକଣା କାରଣରୁ ଜୀବନ ଆଉ ଜୀବିକାର ଦୋଛକି ଭିତରେ ବାଟବଣା ହୋଇଛି ମଣିଷ । କିନ୍ତୁ ନିଜ ଭାବନାକୁ ପରିପ୍ରକାଶ କରିବାରେ କେବେ ବି ଦ୍ୱିଧା କରୁନାହିଁ । ଓଡ଼ିଶାର ଉପାନ୍ତ ଅଞ୍ଚଳରୁ ବାହାରି ଆସି ନିଜ ଭାବନାର ପରି ପ୍ରକାଶ ପାଇଁ ଦିନ ରାତି ପରିଶ୍ରମ କରୁଥିବା ଓ ଶେଷରେ ସଫଳ ହେଉଥିବା ଜଣେ ଯୁବକର କାହାଣୀ ହେଉଛି ‘ହାର୍ଟବିଟ୍‌’ । ନିକଟରେ ମୁକ୍ତିଲାଭ କରିଥିବା ନୂଆ ମ୍ୟୁଜିକ୍ ଭିଡ଼ିଓ ହାର୍ଟବିଟ୍‌ରେ ରହିଛି ଏମିତି ଏକ ଚର୍ଚ୍ଚାର କାହାଣୀ ଯାହା ଯୁବବର୍ଗଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି ଆଶା ରଖିଛନ୍ତି ଏହାର ନିର୍ମାତା।

ଡ଼ି.ଏନ. ସିରିଜ୍ ବ୍ୟାନରରେ ମୁକ୍ତିଲାଭ କରିଛି ଏହି ଅର୍ବାନ ପଞ୍ଜାବୀ ମ୍ୟୁଜିକ୍ ଭିଡ଼ିଓ ‘ହାର୍ଟବିଟ୍’ । ଏଥିରେ ଅଭିନୟ କରିଛନ୍ତି ନବାଗତ ନାୟକ ଦୀପକ ରାଜ୍ ଓ ତାଙ୍କ ସହ ନଜର ଆସୁଛନ୍ତି ନାୟିକା ଶେଫାଳି । ଯୁବବର୍ଗଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏହି ଅର୍ବାନ ପଞ୍ଜାବୀ ମ୍ୟୁଜିକ୍ ଭିଡ଼ିଓ ନିର୍ମିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନାରେ ଅଛନ୍ତି ଲୋକପ୍ରିୟ କୋରିଓଗ୍ରାଫର ବିଦୁ ।
ଭିଡ଼ିଓର ଗୀତ ରଚନା ସହିତ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପିନାକୀ ରଥ । ଏହି ମ୍ୟୁଜିକ୍ ଭିଡ଼ିଓ ପାଇଁ ଗୀତ ଗାଇଛନ୍ତି ବିଶ୍ୱଜିତ୍ ମହାପାତ୍ର ଓ ଏଥିରେ ଥିବା ରାପ୍ ଗାଇଛନ୍ତି ଦେବ.ଜେ ମିଶ୍ର ।

ଶୁଣିବାକୁ ଖୁବ୍ ସାଧାରଣ ଲାଗୁଥିଲେ ବି ଏହି ଭିଡ଼ିଓରେ ଦୁଇଜଣ ନବାଗତ, ଯେଉଁମାନେ କି ପରସ୍ପରକୁ ଆଦୌ ଜାଣନ୍ତି ନାହିଁ, ଘଟଣାଚକ୍ରରେ ପରସ୍ପରର ନିକଟତର ହୋଇଛନ୍ତି । ମ୍ୟୁଜିକ୍ ଭିଡ଼ିଓର କାହାଣୀ ଅନୁସାରେ ଏହାର ମୁଖ୍ୟ ଚରିତ୍ର ଦୀପକ ରାଜ୍ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଗାଁ ଛାଡ଼ି ସହର ପଳାଇ ଆସିଛନ୍ତି ।

ହେଲା ଏଠାରେ ପହଞ୍ଚିବା ପରେ ସବୁଠି ତାଙ୍କୁ ମିଳୁଛି ଅସହଯୋଗ । ଏଭଳି ପ୍ରତିକୂଳ ସ୍ଥିତିରେ ଅନ୍ୟ କାହାର ସାହାରା ଖୋଜୁଥିବା ବେଳେ ତାଙ୍କର ପରିଚୟ ହେଉଛି ଅଭିନେତ୍ରୀ ଶେଫାଳୀଙ୍କ ସହ। ନିଜ ଲକ୍ଷ୍ୟରେ ଆଗକୁ ବଢ଼ିବାକୁ ଉଦ୍ୟମ କରୁଥିବା ଦୀପକ ରାଜ୍, ଶେଫାଳୀଙ୍କଠାରୁ ପାଇଛନ୍ତି ସହଯୋଗ । ଏହା ଭିତରେ ଉଭୟଙ୍କ ଭିତରେ ପରସ୍ପର ମଧ୍ୟରେ ସୃଷ୍ଟି ହୋଇଛି ଭଲ ପାଇବା । ଏହି ଭଲ ପାଇବା ରାସ୍ତାରେ ଆସିଛି ଅନେକ ପ୍ରତିକୁଳ ସ୍ଥିତି, ଯାହାକୁ ସାମ୍ନା କରିବାକୁ ଉଭୟଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି । ମୋଟ ଉପରେ ସମସାମୟିକ ଚିତ୍ର ଓ ଚରିତ୍ରକୁ ନେଇ ଏଭଳି ଏକ ମ୍ୟୁଜିକ୍ ଭିଡ଼ିଓ ‘ହାର୍ଟବିଟ୍‌’ର ପରିକଳ୍ପନା କରାଯାଇଛି ।

ମ୍ୟୁଜିକ୍ ଭିଡ଼ିଓର ନିର୍ଦ୍ଦେଶକ ବିଦୁଙ୍କ କହିବା ଅନୁସାରେ, କୋଭିଡ଼ କାରଣରୁ ପାଖାପାଖି ଦେଢ଼ ବର୍ଷ ହେବ ଏକ ପ୍ରକାର ବନ୍ଦ ହୋଇଥିଲା ମନୋରଞ୍ଜନ ଶିଳ୍ପ । ଉଭୟ ଆଉଟଡ଼ୋର ଓ ଇନଡ଼ୋର ସୁଟିଂ ପାଇଁ ଅନୁମତି ନ ଥିବା କାରଣରୁ ମନୋରଞ୍ଜନ ଶିଳ୍ପ ସହ ସାମିଲ ଥିବା ଅନେକ କଳାକାର, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ସ୍ପଷ୍ଟ ବଏ ପର୍ଯ୍ୟନ୍ତ ଜୀବିକା ହରାଇ ଅନେକ କଷ୍ଟ ସହିଥିଲେ । ହେଲେ କୋଭିଡ଼ର ପ୍ରଭାବ କମିବା ସହିତ ଧୀରେ ଧୀରେ କଟକଣା କୋହଳ ହେବାରୁ ଏହି ମ୍ୟୁଜିକ୍ ଭିଡ଼ିଓର ସୁଟିଂ ଆରମ୍ଭ କରିଥିଲୁ । ଭିଡ଼ିଓରେ ପ୍ରେମ କାହାଣୀ ସହିତ ସମସାମୟିକ ସାମାଜିକ ବ୍ୟବସ୍ଥା ମଧ୍ୟ ପ୍ରତିଫଳିତ କରିବାକୁ ଆମେ ଉଦ୍ୟମ କରିଛୁ । କୋଭିଡ଼ ମହାମାରୀ କାରଣରୁ ଲାଗୁ ହୋଇଥିବା କଟକଣା ଭିତରେ ବି କିଭଳି ଦୁଇଟି ଯୁବସୁଲଭ ମନ ପରସ୍ପରକୁ ଭଲ ପାଇବାକୁ ଆଉଟିପାଉଟି ହେଉଛନ୍ତି ତାହା ଏଥିରେ ପର୍ଯ୍ୟବେଶିତ କରାଯିବାକୁ ଉଦ୍ୟମ କରିଛୁ । ସହର ଭିତରେ ପଞ୍ଜାବୀ କଲୋନୀରେ ଏହି ଦୁଇ ଚରିତ୍ରକୁ ନେଇ କାହାଣୀ ଗଢ଼ି ଉଠିଥିବାରୁ ଏହାକୁ ଅର୍ବାନ୍ ପଞ୍ଜାବୀ ମ୍ୟୁଜିକ୍ ଭିଡ଼ିଓର ଆଖ୍ୟା ଦିଆଯାଇଛି ।

ମ୍ୟୁଜିକ୍ ଭିଡ଼ିଓର ଅନ୍ୟତମ ସଦସ୍ୟ ପିନାକି ରଥଙ୍କ ସୂଚନା ଅନୁସାରେ, ଭିଡ଼ିଓଟିକୁ ଆମେ ଗୁଣାତ୍ମକ ଦିଗର ଗୁରୁତ୍ୱ ଦେଇ ନିର୍ମାଣ କରିଛୁ । ଅର୍ଥାତ୍ ଗୀତ, ଡ଼ାଇଲଗ ଠାରୁ ଆରମ୍ଭ କରି କ୍ଲାଇମାକ୍ସ ପର୍ଯ୍ୟନ୍ତ ପ୍ରତିଟି ଛୋଟ ଛୋଟ ଗୁଣାତ୍ମକ ଦିଗକୁ ଗୁରୁତ୍ୱ ଦେଇଛୁ । କୌଣସି ସ୍ଥିତିରେ ଆମେ ଏହାର ଗୁଣାତ୍ମକ ଦିଗକୁ ଅଣଦେଖା କରି ନାହୁଁ । କୋଭିଡ଼ କାରଣରୁ ମନୋରଞ୍ଜନ ଶିଳ୍ପ ଯଥେଷ୍ଟ ପ୍ରଭାବିତ ହୋଇଥିବା ବେଳେ ଏଭଳି ମ୍ୟୁଜିକ୍ ଭିଡ଼ିଓ ଓଡ଼ିଶାର ଲୋକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଦେବ ବୋଲି ସେ କହିଛନ୍ତି ।

ଭୁବନେଶ୍ୱର ଅଶୋକନଗର ସ୍ଥିତ ଏକ ଘରୋଇ ହୋଟେଲରେ ଏହି ମ୍ୟୁଜିକ୍ ଭିଡ଼ିଓର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ କଳାକାରଙ୍କ ସମେତ ଟେକ୍ନିସିଆନ ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ ।
Published by: Lipina Das
First published: October 25, 2021, 5:38 PM IST