ମମିତା ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ନୂଆ ମୋଡ଼; ହତ୍ୟାକାରୀ ଗୋବିନ୍ଦ ସାହୁ ଓକିଲଙ୍କୁ ଟାର୍ଗେଟ କଲା BJD

ମମିତାଙ୍କୁ ନ୍ୟାୟ ପାଇଁ ଚିତ୍କାର କରୁଥିବା ବିଜେପି ନେତାମାନେ କେବଳ ଯେ ହୀନ ରାଜନୈତିକ ସ୍ବାର୍ଥ ହାସଲ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ସ୍ପଷ୍ଟ ହୋଇଯାଇ ଥିବା ନେଇ ବିଜେଡ଼ି କହିଛି।

ମମିତା ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ନୂଆ ମୋଡ଼

ମମିତା ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ନୂଆ ମୋଡ଼

  • Share this:
News18 Odia Digital

ଭୁବନେଶ୍ବର: ମମିତା ମେହେର ହତ୍ୟାା ମାମଲାକୁ ନେଇ ତୁମ୍ବି ତୋଫାନ କରୁଛି ବିଜେପି। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା ଭିତରେ ଓ ବାହାର ନାଟକବାଜି ଚାଲୁଥିବା ବେଳେ ସେପଟେ ମମିତା ହତ୍ୟା ମାମାଲରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ବିଜେପି ନେତାମାନେ ସାଙ୍ଘାତିକ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେଡି। ଦଳର ଜଣେ ସକ୍ରିୟ ସଦସ୍ୟ ତଥା ଜଣାଶୁଣା ନେତା ମୋହନ ଲାଲ୍‌ ଶର୍ମାଙ୍କୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦ ସପକ୍ଷରେ କେସ୍‌ ଲଢ଼ାଉଛନ୍ତି। ଏଥିରୁ ବିଜେପି ନେତାଙ୍କ ଅସଲ ଚେହାରା ପଦାରେ ପଡ଼ିଯାଇଛି ବୋଲି ଦଳ କହିଛି।

ମମିତାଙ୍କୁ ନ୍ୟାୟ ପାଇଁ ଚିତ୍କାର କରୁଥିବା ବିଜେପି ନେତାମାନେ କେବଳ ଯେ ହୀନ ରାଜନୈତିକ ସ୍ବାର୍ଥ ହାସଲ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ସ୍ପଷ୍ଟ ହୋଇଯାଇ ଥିବା ନେଇ ବିଜେଡ଼ି କହିଛି। ଏହି ଜଘନ୍ୟ ମାମଲାରେ ଗୋବିନ୍ଦଙ୍କ ଓକଲ ସାଜିଥିବା ମୋହନ ଲାଲ୍‌ ଶର୍ମା କଣ୍ଟାବାଞ୍ଜିରେ ବିଜେପିର ଜନ ସମ୍ପର୍କ ଯାତ୍ରାଠୁ ଆରମ୍ଭ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରନ୍ତି। ୨୦୧୯ ନିର୍ବାଚନରେ କଣ୍ଟାବାଞ୍ଜିରୁ ବିଜେପି ପ୍ରାର୍ଥୀ ହେବା ଲାଗି ମଧ୍ୟ ସେ ଦୌଡ଼ରେ ଥିଲେ।

ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡା ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କର ଘନିଷ୍ଠ ଭାବେ ସେ ବେଶ୍‌ ଜଣାଶୁଣା। ତାଙ୍କ ଭଳି ଦଳର ଜଣେ ସକ୍ରିୟ ନେତାଙ୍କୁ ଜହ୍ଲାଦ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ବିଜେପିର ବରିଷ୍ଠ ନେତାମାନେ ନିୟୋଜିତ କରିବା ପଛରେ ଯେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି, ତାହା ଜଳଜଳ ଦେଖାଯାଉଛି। ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରୁଥିବା ବିଜେପି ସେ ବାବଦରେ କୌଣସି ପ୍ରମାଣ ଦେଇପାରୁ ନାହିଁ। ଅଥଚ୍ ଅଭିଯୁକ୍ତ ଗୋବିନ୍ଦକୁ ଫାଶୀ ଦଣ୍ଡରୁ ରକ୍ଷା କରିବାକୁ ପ୍ରମାଣ ଯୋଗାଡ଼ କରି ତଦନ୍ତକୁ ଦିଗହରା କରିବାକୁ ବିଜେପି ଅପଚେଷ୍ଟା କରୁଛି।

ପୂର୍ବରୁ ନୟାଗଡ଼ ପରୀ ହତ୍ୟା ମାମଲାରେ ମଧ୍ୟ ବିଜେପି ନେତାମାନେ ଏହି ଭଳି ହୀନ ରାଜନୀତି କରିଥିଲେ। ଏସ୍ଆଇଟି ତଦନ୍ତରୁ ଅଭିଯୁକ୍ତ ଧରା ପଡ଼ିଯିବା ପରେ ହାଇ କୋର୍ଟ ତଦନ୍ତରେ ସନ୍ତୋଷ ପ୍ରକାଶ କରିଥିଲେ। ମାତ୍ର ରାଜନୈତିକ ସ୍ଵାର୍ଥ ଲାଗି ଅଭିଯୁକ୍ତକୁ ବଞ୍ଚାଇବାକୁ ସେତେବେଳେ କୋର୍ଟରେ ବଡ଼ ଓକିଲଙ୍କୁ କିଏ ନିଯୁକ୍ତ କରିଥିଲା ? ବାରମ୍ଵାର ଏମିତି ବିଜେପି ରାଜନୀତି କରୁଥିଲା ବୋଲି ସମସ୍ତେ ଜାଣିଥିଲେ। ମାତ୍ର ଏବେ ଅଭିଯୁକ୍ତକୁ ଖସାଇବାକୁ ଷଡ଼ଯନ୍ତ୍ର କରୁଥିବା କଥା ପଦାରେ ପଡ଼ିଯିବା ପରେ ବିଜେପି ନେତାଙ୍କ ମୁହଁରୁ ମୁଖା ଖସି ପଡ଼ିଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ। ବିଜେପି ଏ ପାପ କୋଉଠି ଧୋଇବ ତାହା ଏବେ ରାଜ୍ୟବାସୀ ପ୍ରଶ୍ନ କରୁଥିବା ବେଳେ ବିଜେଡି ବିଧାୟକ ପ୍ରତାପ ଦେବଙ୍କୁ ସେପଟେ ବିଜେପି କରିଛି କାଉଣ୍ଟର ଆଟକ।

ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ନାଟକ କରୁଛି ବିଜେଡି ବୋଲି ଅଭିଯୋଗ ଆଣିଛି ବିଜେପି। ସାମ୍ବାଦିକ ସମିଳନୀରେ ବିଜେପି ବିଧାୟକ ମୁଖେଶ ମହାଲିଙ୍ଗ କହିଛନ୍ତି ଯେ ପ୍ରତାପ ଦେବ ନୂଆ ନାଟକ କରୁଛନ୍ତି। "ମନୋହର ଲାଲ ଶର୍ମା ବିଜେପିର କୌଣସି ପଦପଦବୀରେ ନାହାଁନ୍ତି। ଆୟୁବ ଖାନ ତାଙ୍କୁ ସରକାରୀ ଓକିଲ କରେଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଏହା ସହ ମୁଖ୍ୟ ମନ୍ତ୍ରୀଙ୍କ ସାଙ୍ଗରେ ମଧ୍ୟ ମନୋହର ଶର୍ମାଙ୍କ ଫଟୋ ରହିଛି। ଏହାର ଅର୍ଥ କାହା ସହିତ ମନୋହରଙ୍କ ଘନିଷ୍ଠଠା ରହିଛି ଲୋକେ ବିଚରା କରନ୍ତୁ,’’ କହିଛନ୍ତି ମହାଲିଙ୍ଗ ।

୨୦୧୯ରେ ମନୋହରଙ୍କୁ ଟିକେଟ କରାଇ ଦେବା ପାଇଁ ପ୍ରତାବ ଦେବ ଓ ଦିବ୍ୟସଙ୍କର ମିଶ୍ର ଲବି କରିଥିଲେ ବୋଲି ମଧ୍ୟ ବିଜେପି ଅଭିଯୋଗ ଆଣିଛି। ସେପଟେ ବିଜେଡି ବିଧାନସଭା ନ ଚଳେଇବା ଯୋଜନା କରିବା ଦୁର୍ଭାଗ୍ୟଜନକ। ମାହାଙ୍ଗା, ପରୀ କେସରେ ବିଜେଡି ହୀନ ରାଜନୀତି କରିଛି। ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ବିଜେଡି ସର୍ବଦା ଗଲା ବାଟ ଖୋଜୁଛି। ପାଞ୍ଚ ବର୍ଷା ଭିତରେ ରାଜ୍ୟରେ କେତେ ଦୁଷ୍କର୍ମ ଓ ଅପହରଣ ହୋଇଛି ତା'ର ହିସାବ ବିଧାନସଭାରେ ମଗାଯାଇଥିଲା। ହେଲେ ବିଜେଡି ହିସାବ ଦେଇପାରିଲା ନାହିଁ ବୋଲି ବିଜେପି ବିଧାୟକ ମୁଖେଶ ମହାଲିଙ୍ଗ କହିଛନ୍ତି।
Published by:Lipina Das
First published:
)}