ଶାଶ୍ୱତ ପ୍ରେମର ନୂଆ ତାଜମହଲ; ଶୁଭ୍ରାଂଶୁ ସହିତ ଦେବସ୍ମିତା

ପ୍ରେମ ଶାଶ୍ୱତ ଓ ଚିରନ୍ତନ । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଏହି ଦମ୍ପତ୍ତି । ଏମାନଙ୍କ ଲଭ୍ ଷ୍ଟୋରୀ ଏବେ ସଭିଙ୍କ ପାଇଁ ସାଜିଛି ଉଦାହରଣ ।

ଶାଶ୍ୱତ ପ୍ରେମର ନୂଆ ତାଜମହଲ; ଶୁଭ୍ରାଂଶୁ ସହିତ ଦେବସ୍ମିତା

ଶାଶ୍ୱତ ପ୍ରେମର ନୂଆ ତାଜମହଲ; ଶୁଭ୍ରାଂଶୁ ସହିତ ଦେବସ୍ମିତା

  • News18 Odia
  • Last Updated :
  • Baleshwar, India
  • Share this:
News 18 Odia Digital

ବାଲେଶ୍ୱର; ପ୍ରେମ ଶାଶ୍ୱତ ଓ ଚିରନ୍ତନ । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଏହି ଦମ୍ପତ୍ତି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳର ଶୁଭ୍ରାଂଶୁ ଓ ଦେବସ୍ମିତା ନିଜର ପ୍ରେମକୁ ସାର୍ଥକ କରିଛନ୍ତି ଓ ଦୁହେଁ ବିବାହ କରିଛନ୍ତି । ତେବେ କଥା ଖାଲି ଏତିକି ନୁହେଁ। ଆଜି ଏହି ଦୁହିଁଙ୍କ ନା ଏଥିପାଇଁ ଚର୍ଚ୍ଚାରେ ରହିଛି କାରଣ ଏହି ଦୁହେଁ ଆଜି ପ୍ରକୃତ ପ୍ରେମର ପ୍ରମାଣ ଦେଇଛନ୍ତି।

ବାଲେଶ୍ୱର ଖନ୍ତାପଡା ଅଞ୍ଚଳର ଶୁଭ୍ରାଂଶୁ ଓ ଦେବସ୍ମିତା ୨୦୧୫ରେ ପରସ୍ପରକୁ ଭଲ ପାଇ ବସିଥିଲେ । ଦୁହେଁ ବିବାହ କରିବାକୁ ବି ନିଷ୍ପତ୍ତି ମଧ୍ୟ ନେଇସାରିଥିଲେ । କିନ୍ତୁ ଦେବସ୍ମିତାଙ୍କ ସହ ଏମିତି କିଛି ଘଟିଥିଲା ଯାହା ତାଙ୍କ ଜୀବନର ଝଡ଼ ସୃଷ୍ଟି କରିଥିଲା । ଦିନଥିଲା ଯେଉଁ ପାଦରେ ଘୁଙ୍ଗୁର ବାନ୍ଧି ଓଡିଶୀ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରୁଥିଲେ । ହଠାତ୍ ପକ୍ଷାଘାତ ହୋଇ ସେହି ପାଦ ଅଟକି ଗଲା । ଦେବସ୍ମିତାଙ୍କ ଖୁସିରେ ଲାଗିଯାଇଥିଲା ଗ୍ରହଣ । ଆଉ ହ୍ୱିଲ ଚେୟାର ପାଲଟିଗଲା ଶରୀରର ଏକ ଅଭିନ୍ନ ଅଂଶ । କିନ୍ତୁ ଏହି ଅବସ୍ଥାରେ ଶୁଭ୍ରାଂଶୁ ଯେ ଖାଲି ତାଙ୍କ ସାଥିରେ ରହି ନଥିଲେ ବରଂ ପ୍ରତିଟି ସମୟରେ ସେ ତାଙ୍କ ପ୍ରେମର ପରୀକ୍ଷା ମଧ୍ୟ ଦେଇ ଚାଲିଥିଲେ ।

ଦୀର୍ଘ ୮ ବର୍ଷର ଅତୁଟ ଭଲପାଇବା ସଫଳ ହୋଇଛି ଆଉ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ୨ଠ୧୯ ରେ ଦେବସ୍ମିତାଙ୍କ ଜୀବନରେ ଅନ୍ଧାର ଘୋଟି ଆସିଥିଲା । ସେ ପାରାଲେସିସ ଯୋଗୁଁ ଶଯ୍ୟାଶାୟୀ ହୋଇଯାଇଥିଲେ । ସେବେଠାରୁ ତାଙ୍କର ହୁଇଲ ଚେୟାର ପାଲଟି ଯାଇଛି ଚଳ ପ୍ରଚଳର ମାଧ୍ୟମ । ମାତ୍ର ଦେବସ୍ମିତାଙ୍କର ଏଭଳି ପରିସ୍ଥିତିରେ ହାତ ଛାଡି ଦେଇନାହାନ୍ତି ଶୁଭ୍ରାଂଶୁ । ଆଉ ନିଜ ପ୍ରେମିକାକୁ ମଥାରେ ସିନ୍ଦୁର ଦେଇ ସାରା ଜୀବନ ପାଇଁ ଜୀବନସାଥୀ ରୂପେ ବାଛି ନେଇଛନ୍ତି । ଶୁଭ୍ରାଂଶୁ ଓ ଦେବସ୍ମିତା ଏ ସମାଜକୁ ଭଲ ପାଇବାର ଏକ ନିଆରା ନିଦର୍ଶନ ଦେଖାଇଛନ୍ତି । ଆଉ ଏହି ଦୁହିଁଙ୍କ ବିଷୟରେ ଯିଏ ଶୁଣୁଛି ସେ ପ୍ରଶଂସା ନକରି ରହିପାରୁନାହାଁନ୍ତି ।
Published by:Soubhagya Mishra
First published: