ସରକାରଙ୍କ ନୂଆ ନିୟମ: ଲୋକାୟୁକ୍ତଙ୍କ ତଦନ୍ତରେ ଆଉ ସରକାରୀ ଅଧିକାରୀଙ୍କ ନାଁ ପ୍ରଘଟ ହେବନି

ରାଜ୍ୟର ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ କହିଛନ୍ତି ଯେ ଦୁର୍ନୀତିଗ୍ରସ୍ତ ଅଧୀକାରୀଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଏହି ବ୍ୟବସ୍ଥା ଆପଣାଉଛନ୍ତି । ସୂଚନା ଅଧିକାର କର୍ମୀମାନେ କହିଛନ୍ତି ଏହି ନୂଆ ନିୟମ ଲୋକାୟୁକ୍ତ ଆଇନକୁ ଦୁର୍ବଳ କରୁଛି ।

ସରକାରଙ୍କ ନୂଆ ନିୟମ: ଲୋକାୟୁକ୍ତଙ୍କ ତଦନ୍ତରେ ଆଉ ସରକାରୀ ଅଧିକାରୀଙ୍କ ନାଁ ପ୍ରଘଟ ହେବନି
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 20, 2020, 6:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲୋକାୟୁକ୍ତଙ୍କ ଦ୍ୱାରା ହେଉଥିବା ତଦନ୍ତରେ ସରକାରୀ ଅଧିକାରୀଙ୍କ ନାଁ ପ୍ରଘଟ ନ କରିବାକୁ ନୂଆ ନିୟମ ଆଣିଛନ୍ତି ସରକାର । ଆବେଦନକାରୀଙ୍କୁ ସତ୍ୟପାଠ ଜରିଆରେ ଆବେଦନ କରିବାକୁ ଏହି ନୂଆ ନିୟମରେ କୁହାଯାଇଛି । ଓଡିଶା ଲୋକାୟୁକ୍ତଙ୍କ ତଦନ୍ତ ପ୍ରକ୍ରିୟାରେ ଯୋଡ଼ାଯାଉଥିବା ନୂଆ ନିୟମକୁ ନେଇ ବିବାଦ ଦେଖାଦେଇଛି ।

ରାଜ୍ୟର ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ କହିଛନ୍ତି ଯେ ଦୁର୍ନୀତିଗ୍ରସ୍ତ ଅଧୀକାରୀଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଏଭଳି ବ୍ୟବସ୍ଥା ଆପଣାଉଛନ୍ତି । ସୂଚନା ଅଧିକାର କର୍ମୀମାନେ କହିଛନ୍ତି ଯେ ଏହି ନିୟମ ପରିବର୍ତ୍ତନ ଦ୍ୱାରା ଲୋକାୟୁକ୍ତ ଆଇନ ଦୁର୍ବଳ ହେଉଛି । ହେଲେ ଶାସକ ଦଳ ବିଜେଡି କହିଛି ଯେ ନିୟମ ଭିତରେ ହିଁ ସବୁ ହେଉଛି ।

ଜୁଲାଇ ୨୦୧୯ରେ ସମବାୟ ବ୍ୟାଙ୍କ ଦୁର୍ନୀତି ଅଭିଯୋଗରେ ଲୋକାୟୁକ୍ତଙ୍କ ପାଖରେ ହାଜର ହେବା ପାଇଁ ଆଇଏସଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ନୋଟିସ ହୋଇଥିଲା । ସେମିତି ସେପ୍ଟେମ୍ବର ୨୦୨୦ରେ ମାସ୍କ-ପିପିଇ କିଟ୍ କିଣା ଦୁର୍ନୀତି ଅଭିଯୋଗରେ ଲୋକାୟୁକ୍ତଙ୍କ ପାଖରେ ହାଜର ହେବା ପାଇଁ ଆଇଏଏସ ଅଧିକାରୀ ହେମନ୍ତ ଶର୍ମାଙ୍କୁ ନୋଟିସ ହୋଇଥିଲା । ଏଭଳି ବରିଷ୍ଠ ଆଇଏଏସ ଅଧିକାରୀମାନଙ୍କୁ ଲୋକାୟୁକ୍ତ ନୋଟିସ ଦେବା ପରେ ସେମାନଙ୍କ ପରିଚୟ ଅକ୍ଷୁର୍ଣ୍ଣ ରଖିବାକୁ ସରକାର ଉଦ୍ୟମ କରୁଥିବା କୁହାଯାଉଛି ।

ଏହି ବି ପଢ଼ନ୍ତୁ ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚଳିତ ମାସ ୧ ତାରିଖରେ ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତିରେ କିଛି ନୂଆ ନିୟମକୁ ନେଇ ବିବାଦ ଆରମ୍ଭ ହୋଇଛି । ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ଦାଖଲ କରିବାର ପ୍ରକ୍ରିୟା ବା ପ୍ରସ୍ୟୁଡର ଅଫ ଫାଇଲିଂ ଅଫ କମ୍ପ୍ଲେଣ୍ଟ, ୨୦୨୦ ନିୟମରେ ତଦନ୍ତ ନ ସରିବା ଯାଏଁ ସରକାରୀ ଅଧିକାରୀଙ୍କ ନାଁ ଗୋପନ ରଖିବାକୁ କୁହାଯାଇଛି । କୌଣସି ଅଭିଯୋଗକର୍ତ୍ତା ଲୋକାୟୁକ୍ତଙ୍କ ନିକଟରେ ଆବେଦନ କରିବା ପୁର୍ବରୁ ତାଙ୍କୁ ନୋଟାରୀ ଜରିଆରେ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ ବୋଲି ବି ଏହି ନିୟମରେ କୁହାଯାଇଛି ।

ଏହି ବିଜ୍ଞପ୍ତିକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଏହି ନୂଆ ନିୟମରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟରେ ଲୋକାୟୁକ୍ତ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନ ଥିଲା, କେବଳ ବାଧ୍ୟବାଧକତାରେ ଲାଗୁ କରିଛନ୍ତି ।

‘‘ଏବେ ଲୋକାୟୁକ୍ତଙ୍କ କ୍ଷମତାକୁ ଖର୍ବ କରିବା ପାଇଁ ସରକାର ଚାହୁଁଛନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚାର ରୋକିବା ପାଇଁ ସରକାର ଚାହୁଁନାହାନ୍ତି,’’ କହିଛନ୍ତି ହରିଚନ୍ଦନ ।

ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତାମାମୃତ ଦେହ ପାଖରେ ୩ ଦିନ ବସିରହିଲା

ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଏହି ନୂଆ ନିୟମ ଦ୍ୱାରା ଦୁର୍ନୀତି ବଢ଼ିବ । ‘‘ଯଦି ଏହି ନିୟମ ଣିବାର ଥିଲା, ତାହେଲେ କାହିଁକି ସରକାର ଲୋକାୟୁକ୍ତ ଆଣୁଥିଲେ?’’ ସେ ପ୍ରଶ୍ନ କରିଛନ୍ତି ।

ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି, ‘‘ଲୋକାୟୁକ୍ତ ରାଜ୍ୟ ସରକାର ଗଠନ କରିଛନ୍ତି । ସମୟେ ସମୟେ ତାକୁ ତର୍ଜମା କରାଯାଏ । ଯେଉଁମାନଙ୍କୁ ନୋଟିସ ହୁଏ, ଅଧିକ ପବ୍ଲିସିଟି ଯୋଗୁଁ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ସର୍ବୋଚ୍ଚ ନ୍ୟାୟାଳୟରେ ଏ ସମ୍ପର୍କରେ ବ୍ୟବସ୍ଥା ରହିଛି । କୌଣସି ପରିସ୍ଥିତିରେ ଲୋକାୟୁକ୍ତକୁ ସଙ୍କୁଚିତ କରାଯାଉ ନାହିଁ ।’’



ସୂଚନା ଅଧିକାର କର୍ମୀମାନେ କହିଛନ୍ତି ଯେ ପୂର୍ବରୁ ସଚିବମାନଙ୍କ ନାମରେ ମାମଲା ହେଉଥିଲେ କୋର୍ଟକୁ ଓକିଲ ପଠେଇ ସେମାନେ ଓ ସରକାର ଚୁପ ବସିଯାଉଥିଲେ । ହେମନ୍ତ ଶର୍ମାଙ୍କ କେସ୍‌ ପରେ ସରକାର ଖୁବ୍‌ ବଦନାମ ହେବା ପରେ ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି ବୋଲି ସେମାନେ କହିଛନ୍ତି ।
Published by: Anand Shankar Thankur Das
First published: October 20, 2020, 6:41 PM IST
corona virus btn
corona virus btn
Loading