ନୂଆଗାଁରେ ନୂଆ ରେଳ ଷ୍ଟେସନରେ ଗଡ଼ିବ ରେଳ: ଆଜି ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୟାଗଡ଼ ମହୀପୁରରୁ ନୂଆ ଗାଁ ପର୍ଯ୍ୟନ୍ତ ରେଳ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ରେଳ ଷ୍ଟେସନକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ଆଜିଠାରୁ ନୂଆଗାଁକୁ ରେଳ ଚଳାଚଳ ଆରମ୍ଭ

ଆଜିଠାରୁ ନୂଆଗାଁକୁ ରେଳ ଚଳାଚଳ ଆରମ୍ଭ

  • Share this:
News 18 Odia Digital


ଭୁବନେଶ୍ୱର: ନୟାଗଡ଼ ମହୀପୁରରୁ ନୂଆ ଗାଁ ପର୍ଯ୍ୟନ୍ତ ରେଳ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ରେଳ ଷ୍ଟେସନକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏକ ସ୍ୱତନ୍ତ୍ର ରେଳ ଯୋଗେ ରେଳମନ୍ତ୍ରୀ ଆଜି ୩ଟାରେ ନୂଆଗାଁ ରେ ପହଞ୍ଚିବେ । ଭୁବନେଶ୍ୱର ମହିପୁର ଲୋକାଲ୍ ଟ୍ରେନରେ ନୂଆଗାଁ ରୋଡ଼କୁ ରେଳ ଯୋଗାଯୋଗ ବିଷୟରେ ଉଦବୋଧନ ଦେବା ସହ ବଲାଙ୍ଗିର-ଖୋର୍ଦ୍ଧା ରେଳ କାମର ସମୀକ୍ଷା କରିବେ । ନୂଆଗାଁରୁ ଶ୍ରୀକ୍ଷେତ୍ର ପୁରୀକୁ ନୂଆ ରେଳ ବ୍ୟବସ୍ଥା ସହ ବୋଲଗଡ଼ରେ ଏକ୍ସପ୍ରେସ ଟ୍ରେନ ରହିବା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପଦକ୍ଷପ ନେଇପାରନ୍ତି ।


ଆଜିର ଏ କାର୍ଯ୍ୟକ୍ରମରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସହ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଉପସ୍ଥିତ ହେବାନେଇ ସୂଚନା ରହିଛି । ୨୦୧୯ ଅଗଷ୍ଟରୁ ରେଳ ସଂଯୋଗ ମହୀପୁର ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା । ବର୍ଷେ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଥିବାବେଳେ କରୋନା କଟକଣା ପାଇଁ କାମ ସ୍ଥଗିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମ ପରେ ସ୍ଥାନୀୟବାସୀ​ ବେସ୍ ଉପକୃତ ହେବେ । ସେଥିପାଇଁ ସମଗ୍ର ଅଞ୍ଚଳବାସୀ ଖୁସିଥିବା ଦେଖିବାକୁ ମିଳିଛି ।
Published by:Soubhagya Mishra
First published: