News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) କ୍ୟାବିନେଟରେ ନୂଆ ରେଳ ମନ୍ତ୍ରୀ ଦାୟିତ୍ୱ ପାଇଥିବା ଓଡ଼ିଶାରୁ ସାଂସଦ ଅଶ୍ୱିନୀ ବୈଷ୍ଣବ (Railway Minister Ashwini Vaishnaw) କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ ଆକ୍ସନକୁ ଆସିଛନ୍ତି । ସେ ପ୍ରଥମେ ନିଜ ଅଫିସରେ ଥିବା କର୍ମଚାରୀମାନଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ କରିଛନ୍ତି । ସବୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦୁଇଟି ସିଫ୍ଟରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) ଗୁରୁବାର ଦିନ ଦାୟିତ୍ୱ ଗ୍ରହଣ କଲେ । ରେଳ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସିଥିବା ନିର୍ଦ୍ଦେଶ ଅନୁଯାୟୀ ଏଣିକି ସେଠାରେ କାମ କରୁଥିବା ସବୁ କର୍ମଚାରୀଙ୍କ ପ୍ରଥମ ସିଫ୍ଟ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ଶେଷ ହେବ । ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ମଧ୍ୟରାତ୍ରି ୧୨ଟାରେ ଶେଷ ହେବ । ରେଳ ମନ୍ତ୍ରଣାଳୟର ଏଡିଜି (ପି.ଆର୍.) ଡି.ଜେ. ନାରାୟଣଙ୍କ ଅନୁଯାୟୀ ଏହି ନିର୍ଦ୍ଦେଶ କେବଳ ଏମ୍.ଆର୍. ସେଲ (ରେଳ ମନ୍ତ୍ରଣାଳୟ କାର୍ଯ୍ୟାଳୟ) ପାଇଁ ଜାରି କରାଯାଇଛି । ଏହା ଘରୋଇ କର୍ମଚାରୀ କିମ୍ବା ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ରେଳ କର୍ମଚାରୀମାନଙ୍କ ପାଇଁ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଏହା ବି ପଢ଼ନ୍ତୁ | Dana Majhi Daughter: ମ୍ୟାଟ୍ରିକ୍ ପାସ୍ କଲେ କଳାହାଣ୍ଡିର ଦାନ ମାଝୀଙ୍କ ଝିଅ; KISSରେ ପଢ଼ୁଥିଲେ‘‘ରେଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ସବୁ କାର୍ଯ୍ୟାଳୟ ଓ କର୍ମଚାରୀ ତୁରନ୍ତ ଦୁଇଟି ସିଫ୍ଟରେ ଅର୍ଥାତ୍ ସକାଳ ୭ଟାରୁ ୪ଟା ଓ ଅପରାହ୍ଣ ୩ଟାରୁ ମଧ୍ୟରାତ୍ରି ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଏହି ଅର୍ଡ଼ର ଥିବା ଚିଠିରେ ଲେଖାହୋଇଛି ଯେ ରେଳବାଇ ପାଇଁ ମିଶନ୍ ମୋଡରେ ଏବେ ଅନେକ କିଛି କରିବାକୁ ଅଛି ଓ ପ୍ରତ୍ୟେକ ମିନିଟ୍ ମୂଲ୍ୟବାନ,’’ କହିଛନ୍ତି ଡି.ଜେ. ନାରାୟଣ ।

ଦାୟିତ୍ୱ ଗ୍ରହଣ କରିବା ସମୟରେ ଅଶ୍ୱିନୀ ବୈଷ୍ଣବଙ୍କୁ କର୍ମଚାରୀମାନେ ସ୍ୱାଗତ କରୁଛନ୍ତି ।
ଦାୟିତ୍ୱ ଗ୍ରହଣ କରିବା ପରେ ନୂଆ ରେଳ ମନ୍ତ୍ରୀ କହିଥିଲେ ଯେ ରେଳବାଇ ପ୍ରଧାନ ମନ୍ତ୍ରୀ ମୋଦିଙ୍କ (PM Narendra Modi) ଦର୍ଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ସେ ସେହି ଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ କାର୍ଯ୍ୟ କରିବେ। ସେ କହିଛନ୍ତି ଯେ ରେଳ ମାଧ୍ୟମରେ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ କରିବାକୁ ପଡି଼ବ, ଯାହା ଦ୍ୱାରା ସାଧାରଣ ଲୋକ, କୃଷକ ଓ ଗରିବ ଲୋକ ଅଧିକ ସୁବିଧା ପାଇପାରିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବାଲେଶ୍ୱର: କରୋନାରେ ଚାଲିଗଲେ ବାପା; ଦୁଃଖରେ ଆତ୍ମହତ୍ୟା କଲେ ମାଆ; ଏବେ ଅସହାୟ ଦୁଇ ପିଲାପୂର୍ବ ଆଇ.ଏ.ଏସ୍. ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରୀ, ଯୋଗାଯୋଗ ମନ୍ତ୍ରୀ ଓ ଇଲେକ୍ଟ୍ରୋନିକ୍ସ ଓ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି । ବୈଷ୍ଣବଙ୍କ ପୂର୍ବରୁ ରେଳ ମନ୍ତ୍ରଣାଳୟ ପୀୟୁଷ ଗୋୟଲଙ୍କ (Piyush) ଅଧୀନରେ ଥିଲା । ଗୋୟଲଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟର ଦାୟିତ୍ ଦିଆଯାଇଛି ।
ଅଶ୍ୱିନୀ ବୈଷ୍ଣବ ଆଇ.ଏ.ଏସ୍. ଅଧିକାରୀ ଭାବରେ ଓଡ଼ିଶାରେ କାର୍ଯ୍ୟ କରିଥିଲେ । ସେ ବିଜେପିରୁ ଓଡ଼ିଶାରୁ ହିଁ ରାଜ୍ୟ ସଭାକୁ ଯାଇଛନ୍ତି । ରାଜ୍ୟ ସଭା ପାଇଁ ନିର୍ବାଚନରେ ସେ ବିଜେପିର ପ୍ରାର୍ଥୀ ହୋଇଥିଲେ ବି ତାଙ୍କୁ ଓଡ଼ିଶାର ଶାସକ ଦଳ ବିଜେଡି ସମର୍ଥନ କରିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।