ମହିଳାଙ୍କୁ ନୂଆ ପରିଚୟ ଦେଲା ମିଶନ ଶକ୍ତି କାଫେ: ସୁସ୍ଵାଦ୍ୟ ଖାଦ୍ୟ ପାଇଁ ଲୋକଙ୍କ ଭିଡ଼

ମିଶନ ଶକ୍ତି କାଫେ ମହିଳାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ଦେଢ ବର୍ଷ ହେଲା କାଫେ ଦ୍ବାରା ବେଶ ଉପକୃତ ହେବା ସହ ଆର୍ଥିକ ସୁଦୃଢ ହୋଇପାରିଛନ୍ତି ମହିଳା ।

ମହିଳାଙ୍କୁ ନୂଆ ପରିଚୟ ଦେଲା ମିଶନ ଶକ୍ତି କାଫେ: ସୁସ୍ଵାଦ୍ୟ ଖାଦ୍ୟ ପାଇଁ ଲୋକଙ୍କ ଭିଡ଼

ମହିଳାଙ୍କୁ ନୂଆ ପରିଚୟ ଦେଲା ମିଶନ ଶକ୍ତି କାଫେ: ସୁସ୍ଵାଦ୍ୟ ଖାଦ୍ୟ ପାଇଁ ଲୋକଙ୍କ ଭିଡ଼

  • News18 Odia
  • Last Updated :
  • Pipili, India
  • Share this:
News 18 Odia Digital

ପୁରୀ: ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ (shg group) ଆତ୍ମନିର୍ଭରଶୀଳର ବାଟ ଦେଖାଇଛି ମିଶନ ଶକ୍ତି କାଫେ । ଲୋକଙ୍କୁ ସୁଲଭ ମୁଲ୍ୟରେ ଖାଇବା ଯୋଗାଇଦେବା ସହିତ ରୋଜଗାରକ୍ଷମ ହୋଇପାରିଛନ୍ତି ମହିଳା (women) । ପୁରୀ (puri) ଜିଲ୍ଲା ପିପିଲି ବ୍ଲକ ପରିସରରେ ମିଶନ ଶକ୍ତି କାଫେ ଖୋଲିବା ପରେ ଘର ରୋଷେଇ ଭଳି ସୁସ୍ଵାଦ୍ୟ ଖାଦ୍ୟ (testy food) ପାଉଛନ୍ତି ଗ୍ରାହକ ।

ଆମିଷ, ନିରାମିଷ ସାଙ୍ଗକୁ ମିଳୁଛି ଜଳଖିଆ । ବ୍ଲକ, ତହସିଲ, କୋର୍ଟକୁ ଆସୁଥିବା ଲୋକେ କମ୍‌ ଖର୍ଚ୍ଚରେ ସୁସ୍ବାଦୁ ଖାଦ୍ୟ ଖାଇପାରୁଛନ୍ତି । ମାତୃଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ଏହାର ପରିଚାଳନା ଦାୟିତ୍ଵ ନେଇଛନ୍ତି । ଦଶଜଣ ମହିଳା ଏହାର ଦାୟିତ୍ଵ ନେଇ ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ (Self reliant) । ବଢିଛି ରୋଜଗାର, ମିଳିଛି ପରିଚୟ । ମହିଳାଙ୍କୁ ବିକାଶର ବାଟ ଦେଖାଇଛି ମିଶନ ଶକ୍ତି । ସ୍ବଚ୍ଛତା ଓ ସୁଲଭତା ଏହି ସଫଳତାର ମୂଳମନ୍ତ୍ର ବୋଲି କହିଛନ୍ତି କାଫେର ସଦସ୍ୟାମାନେ ।

ପୂର୍ବରୁପ ଚାନ୍ଦୁଆ ବିକ୍ରି କରୁଥିଲେ । ଆଉ ଏବେ ମିଶନ ଶକ୍ତି କାଫେ ମହିଳାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ଦେଢ ବର୍ଷ ହେଲା କାଫେ ଦ୍ବାରା ବେଶ ଉପକୃତ ହେବା ସହ ଆର୍ଥିକ ସୁଦୃଢ (financially strong) ହୋଇପାରିଛନ୍ତି ମହିଳା । କାଫେ ମାଧ୍ୟମରେ ପ୍ରସ୍ତୁତ ଖାଦ୍ୟ (food) ସବୁ ବର୍ଗର ଲୋକଙ୍କ ପକେଟକୁ ସୁହାଉଥିବା କହିଛନ୍ତି ଲୋକେ ।

ମିଶନ ଶକ୍ତି କାଫେ ମାଧ୍ୟମରେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ପିପିଲି ମିଶନ ଶକ୍ତି କାଫେର ସଦସ୍ୟାମାନେ ।

ରିପୋର୍ଟ-  ଦେବାଶିଷ ସିଂରାୟନ
Published by:Soubhagya Mishra
First published: