ବ୍ରହ୍ମପୁର ପୋଲିସର ନିଆରା ପ୍ରୟାସ: ମଦୁଆଙ୍କୁ ଧରିବାକୁ ଜାରି କରିଛି ଅଭିଯାନ; ବୁଲୁଛି ମଦୁଆ ଧରା ଗାଡ଼ି

ବ୍ରହ୍ମପୁରରେ ମଦୁଆଙ୍କୁ ଧରିବା ପାଇଁ ବୁଲୁଛି ମଦୁଆ ଧରା ଗାଡ଼ି । ପାର୍ବଣ ସମୟରେ ଅସାମାଜିକ କାର୍ଯ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁରରେ ମଦୁଆଙ୍କୁ ଧରିବା ପାଇଁ ବୁଲୁଛି ମଦୁଆ ଧରା ଗାଡ଼ି

ବ୍ରହ୍ମପୁରରେ ମଦୁଆଙ୍କୁ ଧରିବା ପାଇଁ ବୁଲୁଛି ମଦୁଆ ଧରା ଗାଡ଼ି

  • Share this:
News18 Odia Digital

ବ୍ରହ୍ମପୁର: ମଦୁଆଙ୍କୁ ସାବାଡ଼ କରିବା ନିମନ୍ତେ ବ୍ରହ୍ମପୁର ପୋଲିସର ନୂଆ ପଦକ୍ଷେପ । ସହରରେ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁଲୁଛି ମଦୁଆ ଧରା ଗାଡ଼ି । ଯେଉଁମାନେ ରାତି ସମୟରେ ମଦ୍ୟପାନ କରି ଗାଡ଼ିରେ ବୁଲୁଛନ୍ତି ତଥା ନିରୋଳା ସ୍ଥାନରେ ବସି ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ଧରିବ ଏହି ମଦୁଆ ଧରା ଗାଡ଼ି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ସହ ପଚାରଉଚୁରା କରାଯିବା ପରେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଗତ କିଛି ଦିନ ହେଲା ଏଭଳି ମଦୁଆ ଧରା ଗାଡ଼ି ଆରମ୍ଭ ହୋଇଥିବା ବେଳେ ଗତ କାଲି ସୁଦ୍ଧା ୫୦ ଜଣଙ୍କୁ ଧରାଯାଇଛି । ବ୍ରହ୍ମପୁର ପୋଲିସର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ସହରବାସୀ । ଏଭଳି ମଦୁଆ ଧରା ଅଭିଯାନ ନିୟମିତ ଭାବେ ଜାରି ରହୁ ବୋଲି ସେମାନେ କହିଛନ୍ତି ।

ଆଗକୁ ପୂଜା ପାର୍ବଣ ଥିବା ଯୋଗୁଁ ମଦ୍ୟପ ମାନଙ୍କର ପ୍ରର୍ଦୁଭାବ ବୃଦ୍ଧି ହେବାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ପକ୍ଷରୁ ଏହି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ସହରରେ ବୁଲୁଛି ମଦୁଆ ଧରା ଗାଡ଼ି । ସହରର ସମସ୍ତ ଥାନାକୁ ସଜାଗ କରାଯାଇଛି । ସନ୍ଧ୍ୟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ସହରର ସବୁ ଥାନାର କର୍ମଚାରୀ ଓ ଅଫିସରମାନେ ସହରରେ ପଇଁତରା ମାରୁଛନ୍ତି ।

ସନ୍ଧ୍ୟା ସମୟରେ ଯେଉଁମାନେ ବିଭିନ୍ନ ଗଳି କନ୍ଦି ଓ ନିରୋଳା ସ୍ଥାନରେ ବସି ମଦ୍ୟପାନ କରିଥାନ୍ତି ସେମାନଙ୍କୁ ଧରାଯିବ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରାଯିବା ପରେ ଥାନାକୁ ଆଣି ପଚାରାଉଚୁରା କରାଯିବ । ଏହା ପରେ ସେମାନଙ୍କ ଠାରୁ ଜୋରିମନା ଆଦାୟ କରାଯାଉଛି । ଯେଉଁମାନେ ମଦ୍ୟପାନ ନକରି କେବଳ ନିରୋଳା ସ୍ଥାନରେ ବସିଥିବା ସେମାନଙ୍କୁ ଥାନାକୁ ଆଣି ପଚାରଉଚୁରା କରାଯିବା ପରେ ବ୍ୟକ୍ତିଗତ ମୁଚଳିକାରେ ଛଡ଼ାଯାଉଛି । ସେହିପରି ଯେଉଁମାନେ ମଦ୍ୟପାନ କରି ଗାଡ଼ି ଚଳାଉଛନ୍ତି ସେମାନଙ୍କୁ ମଧ୍ୟ ଧରିବା ସହିତ ସେମାନଙ୍କ ଠାରୁ ଜୋରିମନା ମଧ୍ୟ ଆଦାୟ କରାଯାଉଛି । ଗତ କାଲି ସୁଦ୍ଧା ପ୍ରାୟ ୫୦ ଜଣଙ୍କୁ ଏହି ଅଭିଯାନ ଦ୍ବାରା ଧରାଯିବା ସହିତ ସେମାନଙ୍କ ଠାରୁ ଜୋରିମନା ଆଦାୟ କରାଯାଇ । ବ୍ୟକ୍ତିଗତ ମୁଚଳିକାରେ ଛଡ଼ାଯାଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ।

‘‘ବର୍ତ୍ତମାନ ପାର୍ବଣ ସମୟ ରହିଥିବା ଯୋଗୁଁ ମଦୁଆ ମାନଙ୍କର ପ୍ରର୍ଦୁଭାବ ବଢ଼ିବା ସହିତ ଅସାମାଜିକ କାର୍ଯ୍ୟ ମଧ୍ୟ ବଢ଼ିବାରେ ଲାଗିଛି ସହରରେ । ଏହାକୁ ଦୃଷ୍ଟିରେ ରଖି ପୋଲିସ ଆହୁରି ସଜାଗ ହେବାର ଆବଶ୍ୟକତା ରହିଛି । ବିଶେଷ କରି ମଦ୍ୟପମାନେ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ୍ୟପାନ କରି ସହରରେ ବିଭିନ୍ନ ସମୟରେ ମାରପିଟ୍‌ କରିବା ସହିତ ଆତଙ୍କ ଖେଳାଇଥାନ୍ତି । ଏହାଛଡ଼ା ମଦ୍ୟପାନ କରି ବଜାର ତଥା ଜନଗହଳି ସ୍ଥାନରେ ମହିଳାମାନଙ୍କୁ ଖରାପ ବ୍ୟବହାର କରୁଥିବା ମଧ୍ୟ ନଜର ରହିଛି । ତେଣୁ ଏହି ସମୟରେ ମଦ୍ୟପ ମାନଙ୍କ ନିମନ୍ତେ ପୋଲସ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ଅତ୍ୟନ୍ତ ସ୍ବାଗତ ଯୋଗ୍ୟ,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ସଂଘମିତ୍ରା ଦଳେଇ।

ବ୍ରହ୍ମପୁର ବାସିନ୍ଦା ଅମର ଦାସ କହିଛନ୍ତି, ‘‘ମଦ୍ୟପାନ କରିବା ପରେ ନିରୋଳା ସ୍ଥାନରେ ବସି ମଦ୍ୟପମାନେ ଅସାମାଜିକ କାର୍ଯ୍ୟ କରିବା ନିମନ୍ତେ ଯୋଜନା କରିଥାନ୍ତି । ବିଶେଷ କରି ପୂଜା ଓ ପାର୍ବଣ ସମୟରେ ଜନଗହଳିକୁ ଦୃଷ୍ଟିରେ ରଖି ଅସାମାଜିକ କାର୍ଯ୍ୟ କରିବା ପାଇଁ ଆଗବର ହୋଇଥାନ୍ତି ସେମାନେ । ଏହି ସମୟରେ ଯଦି ପୋଲିସ ପକ୍ଷରୁ ମଦ୍ୟପ ଧରା ଗାଡ଼ି ସେମାନଙ୍କୁ ଧରି ପାରୁଛି ତେବେ ଭଲ କଥା । ପାର୍ବଣ ପୂର୍ବରୁ ମଦ୍ୟପମାନଙ୍କୁ ସାବାଡ଼ କରାଗଲେ ପାର୍ବଣ ସମୟରେ ସହରବାସୀ ଶାନ୍ତି ଶୃଙ୍ଖଳାର ସହିତ ସମୟକୁ ଅତିବାହିତ କରିପାରିବେ।’’

ବ୍ରହ୍ମପୁର ପୋଲିସ ପକ୍ଷରୁ ମଦ୍ୟପ ମାନଙ୍କୁ ସାବାଡ଼ କରିବା ନିମନ୍ତେ ନିଆଯାଇଥିବା ମଦୁଆ ଧରା ଗାଡ଼ି ଅଭିଯାନକୁ ବିଭିନ୍ନ ମହଲରେ ସ୍ବାଗତ କରାଯିବା ସହିତ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଲୋକଙ୍କୁ ଧରିବାରେ ବେଶ ସଫଳ ହେବ ବୋଲି ସମସ୍ତ ଆଶାବାଦି ଅଛନ୍ତି ।
Published by:Lipina Das
First published: