New Motor Vehicle Act: ଟ୍ରାଫିକର ଏହି ୧୯ ଟି ନିୟମ; ଯାହା ଜାଣିବା ପରେ ଆପଣ ରହିବେ ଟେନସନ୍ ଫ୍ରି

ନୂତନ ମୋଟର ଯାନ ଅଧିନିୟମ ଅନୁଯାୟୀ ଜରୁରୀକାଳୀନ ଯାନବାହନକୁ ରାସ୍ତା ନ ଦେବା କିମ୍ବା ଅଯୋଗ୍ୟ ହେବା ସତ୍ତ୍ୱେ ଗାଡି ଚଳାଇବା ପାଇଁ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡିଥାଏ । ଜାଣନ୍ତୁ ଏହିପରି ୧୯ ଟି ଗୁରୁତ୍ୱପୂର୍ଣ୍ଣ ନିୟମ...

ଟ୍ରାଫିକର ଏହି ୧୯ ଟି ନିୟମ ଜାଣିବା ପରେ ଆପଣ ରହିବେ ଟେନସନ୍ ଫ୍ରି

ଟ୍ରାଫିକର ଏହି ୧୯ ଟି ନିୟମ ଜାଣିବା ପରେ ଆପଣ ରହିବେ ଟେନସନ୍ ଫ୍ରି

  • Share this:
News18 Odia Digital
ନୂଆ ଦିଲ୍ଲୀ: ୯ ଅଗଷ୍ଟ ୨୦୧୯ ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ମୋଟର ଯାନ ସଂଶୋଧନ ବିଲ୍ ୨୦୧୯ ରେ ଅନୁମୋଦନ କ୍ରମେ ଦେଶରେ ଏକ ନୂତନ ମୋଟର ଯାନ ଅଧିନିୟମ ଲାଗୁ ହୋଇହେଲା । ସେବେଠାରୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସିଛି ଯାହାର ସେମାନେ ଆଜି ପର୍ଯ୍ୟନ୍ତ ସଠିକ୍ ଉତ୍ତର ପାଇ ନାହାଁନ୍ତି । ଏପରି ପରିସ୍ଥିତିରେ ଆମେ ନୂତନ ମୋଟର ଯାନ ଅଧିନିୟମର କିଛି ନିୟମ ଆପଣଙ୍କ ସାମ୍ନାରେ ଆଣିଛୁ । ଏହା ଜାଣିବା ପରେ ଆପଣ ସମ୍ପୁର୍ଣ୍ଣ ଟେନସନ୍ ଫ୍ରି ହୋଇପାରିବେ ।

ନୂତନ ମୋଟର ଯାନ ଅଧିନିୟମ ଅନୁଯାୟୀ ଜରୁରୀକାଳୀନ ଯାନବାହନକୁ ରାସ୍ତା ନ ଦେବା କିମ୍ବା ଅଯୋଗ୍ୟ ହେବା ସତ୍ତ୍ୱେ ଗାଡି ଚଳାଇବା ପାଇଁ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଡ୍ରାଇଭିଂ ଲାଇସେନ୍ସ ନିୟମ ଉଲ୍ଲଂଘନ କରୁଥିବା ଏଗ୍ରିଗେଟରମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ । କ୍ଷିପ୍ର ବେଗରେ ଗାଡି ଚଳାଇବା ଦ୍ୱାରା ୧୦୦୦ ରୁ ୨,୦୦୦ ଟଙ୍କା ଜୋରିମାନା ଦେବାକୁ ହେବ ।

ଏହା ବି ପଢ଼ନ୍ତୁ | ଆମେରିକାରେ ନୂଆ ଯୁଗର ଆରମ୍ଭ ହେଲା; ଜୋ ବାଇଡେନ୍ President କମଳା ହ୍ୟାରିସ୍ VP ରୂପେ ଶପଥ ନେଲେ

(୧) ଧାରା ୧୭୮ ଅନୁଯାୟୀ ବର୍ତ୍ତମାନ ବିନା ଟିକେଟରେ ଯାତ୍ରା ପାଇଁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ
(୨) ଧାରା ୧୭୯ ଅନୁଯାୟୀ ଯଦି କର୍ତ୍ତୃପକ୍ଷ ଏହି ଆଦେଶ ଗ୍ରହଣ ନକରନ୍ତି ତେବେ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ
(୩) ଧାରା ୧୮୧ ଅନୁଯାୟୀ ବିନା ଲାଇସେନ୍ସରେ ଗାଡି ଚଳାଇବା ପାଇଁ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ

ଏହା ବି ପଢ଼ନ୍ତୁ | କରୋନା ଟିକା ନେବାର ଦିନକ ପରେ ହସପିଟାଲ୍ ୱାର୍ଡ଼ ବୟଙ୍କ ମୃତ୍ୟୁ ହେଲା

(୪) ଧାରା ୧୮୨ ଅନୁଯାୟୀ ଅଯୋଗ୍ୟ ହେବା ପରେ ମଧ୍ୟ ଗାଡି ଚଳାଇବା ପାଇଁ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ
(୫) ଧାରା ୧୮୩ ଅନୁଯାୟୀ ବର୍ତ୍ତମାନ ଅତ୍ୟଧିକ ଗତି ପାଇଁ (ନିର୍ଦ୍ଦିଷ୍ଟ ବେଗ ସୀମାଠାରୁ ଅଧିକ ଦ୍ରୁତ ଗତିରେ ଗାଡି ଚଳାଇବା) LMV ପାଇଁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ ଓ MPV ପାଇଁ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ

ଦେଖନ୍ତୁ ଫଟୋ | ଅଭିନେତ୍ରୀ ଏଶା ଗୁପ୍ତାଙ୍କ ତାଜା ଫଟୋ ସବୁ ଦେଖି ତାଙ୍କ ପ୍ରଶଂସକମାନେ କହିଲେ, ‘‘ଓଃ ଓଃ!’’

(୬) ଧାରା ୧୮୪ ଅନୁଯାୟୀ ବିପଜ୍ଜନକ ଭାବେ ଗାଡି ଚଳାଇବା ପାଇଁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ
(୭) ଧାରା ୧୮୫ ଅନୁଯାୟୀ ମଦ୍ୟପାନ କରିବା ପରେ ଗାଡି ଚଳାଇବା ପାଇଁ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ
(୮) ଧାରା ୧୮୯ ଅନୁଯାୟୀ ବର୍ତ୍ତମାନ ଦ୍ରୁତ ଗତିରେ / ରେସିଂ ଉପରେ ୫୦୦୦ ଟଙ୍କା ଜୋରିମାନା ପାଇଁ ବ୍ୟବସ୍ଥା ଅଛି

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କି ନିର୍ଦୟ! ବାଡ଼ି ରଡ଼ରେ ପିଟି ପିଟି ଡଲଫିନକୁ ହତ୍ୟା କଲେ; VIDEO ଭାଇରାଲ ହେଲା; ଗିରଫ

(୯) ଧାରା ୧୯୨୧ ଏ ଅନୁଯାୟୀ ବିନା ପରମିଟରେ ଗାଡି ଚଳାଇବା ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ
(୧୦) ଧାରା ୧୯୩ ଅନୁଯାୟୀ ଲାଇସେନ୍ସ ନିୟମ ଭାଙ୍ଗିବା ପାଇଁ ୨୫,୦୦୦ ରୁ ୧ ଲକ୍ଷ ଟଙ୍କା ଜୋରିମାନା ପାଇଁ ବ୍ୟବସ୍ଥା ରହିଛି
(୧୧) ଧାରା ୧୯୪ ଅନୁଯାୟୀ ଉଭରଲୋଡିଂ (ନିର୍ଦ୍ଧାରିତ ସୀମାରୁ ଅଧିକ ଦ୍ରବ୍ୟ ନେବା ପାଇଁ) ୨୦୦୦ ଟଙ୍କା ଓ ପ୍ରତି ଟନ୍ ପିଛା ଅତିରିକ୍ତ ୨୦,୦୦୦ ଜୋରିମାନା ପାଇଁ ଏକ ବ୍ୟବସ୍ଥା ରହିଛି

ଏହା ବି ପଢ଼ନ୍ତୁ | ନୂଆ ବର୍ଷ ଠାରୁ UPI, ଚେକ୍ ପେମେଣ୍ଟ, GST ବୀମା ସମ୍ବନ୍ଧୀୟ ଅନେକ ନିୟମ ବଦଳିଛି; ଜାଣନ୍ତୁ

(୧୨) ଧାରା ୧୯୪A ଅନୁଯାୟୀ ବର୍ତ୍ତମାନ ଅତିରିକ୍ତ ଯାତ୍ରୀଙ୍କ ପାଇଁ ଓଭରଲୋଡିଂ (ଯଦି କ୍ଷମତାଠାରୁ ଅଧିକ ଯାତ୍ରୀ ଅଛନ୍ତି) ୧୦୦୦ ଟଙ୍କା ପ୍ରତି ଏକ୍ସଟ୍ରା ଯାତ୍ରୀଙ୍କ ପାଇଁ ଜୋରିମାନା ଦେବାକୁ ପଡିବ
(୧୩) ଧାରା ୧୯୪B ଅନୁଯାୟୀ ସିଟ୍ ବେଲ୍ଟ ଉପରେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ
(୧୪) ଧାରା ୧୯୪C ଅଧୀନରେ ବର୍ତ୍ତମାନ ସ୍କୁଟର ଓ ବାଇକ୍ ଉପରେ ଓଭରଲୋଡିଂ ଯଥା ଦୁଇରୁ ଅଧିକ ଲୋକ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଓ 3 ମାସ ଲାଇସେନ୍ସ ବାତିଲ ହେବ
(୧୫) ଧାରା ୧୯୪D ଅନୁଯାୟୀ ବର୍ତ୍ତମାନ ବିନା ହେଲମେଟରେ ଗାଡ଼ି ଚଳାଇବା ପାଇଁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୩ ମାସ ପାଇଁ ଲାଇସେନ୍ସ ବାତିଲ ହେବ

ଦେଖନ୍ତୁ ଫଟୋ | କୁଛ୍ କୁଛ୍ ହୋତା ହୈ ଫିଲ୍ମର ସେହି ବଚ୍ଚା ସର୍ଦ୍ଦାର୍ ବଡ଼ ହେଲେ; ଗର୍ଲଫ୍ରେଣ୍ଡକୁ ବାହା ହେଲେ - PHOTOS

(୧୬) ଧାରା ୧୯୪E ଅନୁଯାୟୀ ଆମ୍ବୁଲାନ୍ସ ପରି ଜରୁରୀକାଳୀନ ଯାନକୁ ରାସ୍ତା ନ ଦେଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ
(୧୭) ଧାରା ୧୯୬ ଅନୁଯାୟୀ ଇନ୍ସୁରାନ୍ସ ବିନା ଗାଡି ଚଳାଇବା ପାଇଁ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ
(୧୮) ଧାରା ୧୯୯ ଅନୁଯାୟୀ ନାବାଳିକାଙ୍କ ଅପରାଧ ମାମଲାରେ ଅଭିଭାବକ / ମାଲିକ ବର୍ତ୍ତମାନ ଦୋଷୀ ବିବେଚିତ ହେବେ । ଏହା ସହ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ରହିଛି । ଜୁଭେଲାଇନ୍ ଆକ୍ଟ ଅନୁଯାୟୀ ନାବାଳକଙ୍କ ବିରୋଧରେ କେସ କରାଯିବ । ଗାଡି ପଞ୍ଜିକରଣ ମଧ୍ୟ ବାତିଲ କରାଯିବ ।



(୧୯) ଅଧିକାରୀମାନଙ୍କୁ ଦିଆଯାଇଥିବା ଅଧିକାର। ଧାରା ୧୮୩, ୧୮୪, ୧୮୫, ୧୮୯, ୧୯୦, ୧୯୪C, ୧୯୪D, ୧୯୪E ଅଧୀନରେ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ କରିବାର ଅଧିକାର ରହିଛି ।
Published by:Jagdish Barik
First published: