News18 Odia Digital
ଭୁବନେଶ୍ବର: ଜେଲ୍ ଯିବେ ମଦୁଆ ଡ୍ରାଇଭର (Drunk Driver)। ମଦ ପିଇ ଗାଡ଼ି ଚଳାଉଥିଲେ ସିଧା ଜେଲ୍ ଯିବେ। ରାଜ୍ୟ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯିବ। ସାରା ରାଜ୍ୟରେ ୩ଦିନ ଧରି ଚାଲିବ ଏହି ଅଭିଯାନ।
ଆଜି ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡ଼ାକଡ଼ି ହେବ। ଧରାପଡ଼ିଲେ କେବଳ ଜୋରିମାନା ନୁହେଁ, ଜେଲ୍ ପଠାଯିବ। ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ପରିବହନ ବିଭାଗର ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନର କହିଛନ୍ତି।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ପରିବହନ ବିଭାଗର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ଏପ୍ରିଲ ପ୍ରଥମ ସପ୍ତାହକୁ ‘ଜିରୋ କାଜୁଆଲିଟି’ ସପ୍ତାହ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସେଥିପାଇଁ ମଦୁଆ ଗାଡ଼ି ଚାଳକଙ୍କ ଉପରେ ରହିଛି କଡ଼ା ନଜର। ମଦ ପିଇ ମାତାଲ ଅବସ୍ଥାରେ ଗାଡି ଚଲାଇ ଦୁର୍ଘଟଣା ଘଟାଉଛନ୍ତି ଗାଡ଼ି ଚାଳକ। ନିଜେ ମୃତ୍ୟୁ ମୁଖରେ ପଡ଼ିବା ସହ ଅନ୍ୟକୁ ମଧ୍ୟ ବିପଦରେ ପକାଉଛନ୍ତି।
ପଢ଼ନ୍ତୁ ଏହି ଖବର: ଆସୁଛି ଆଉ ଏକ ପଶ୍ଚିମା ଝଡ଼ ! ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରିସେହିପରି ଦୃତ ଗତିରେ ଗାଡ଼ି ଚଲାଇ ଅନେକ ବିପଦକୁ ଡାକିଥାନ୍ତି ଏହି ମଦୁଆ ଡ୍ରାଇଭର। ହେଲେ ଏଥର ଆଉ ମଦ ପିଇ ଗାଡ଼ି ଚଳାଇପାରିବେନି କୌଣସି ବି ଡ୍ରାଇଭର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।