New Labour Code: ଆସନ୍ତା ବର୍ଷରୁ ଦେଶର ସବୁ କର୍ମଚାରୀମାନେ ସପ୍ତାହରେ ୪ ଦିନ କାମ କରିବେ

New Labour Codes likely to be implemented next year with four-day week | ନୂଆ ଶ୍ରମ ଆଇନଗୁଡିକ ଲାଗୁ ହେବା ପରେ କର୍ମଚାରୀମାନଙ୍କ ପକେଟ ଉପରେ ବି ଏହାର ପ୍ରଭାବ ପଡ଼ିବ । ସେମାନଙ୍କ ଟେକ୍-ହୋମ୍ ବେତନ କମିଯିବ ଓ ସେମାନଙ୍କ କମ୍ପାନୀକୁ ଅଧିକ ପ୍ରୋଭିଡେଣ୍ଟ୍ ଫଣ୍ଡର ଦାୟିତ୍ୱ ବହନ କରିବାକୁ ପଡିବ ।

ଦରମାର ଏହି ନୂଆ ଆଇନ ସରକାରୀ ଓ ବେସରକାରୀ ସବୁ କ୍ଷେତ୍ରରେ ଲାଗୁ ହେବ । (ପ୍ରତୀକାତ୍ମକ ଛବି)

ଦରମାର ଏହି ନୂଆ ଆଇନ ସରକାରୀ ଓ ବେସରକାରୀ ସବୁ କ୍ଷେତ୍ରରେ ଲାଗୁ ହେବ । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷ ଆରମ୍ଭରୁ କେନ୍ଦ୍ର ସରକାର ସାରା ଦେଶରେ ଦରମା, ସାମାଜିକ ସୁରକ୍ଷା, ଶିଳ୍ପ ସମ୍ପର୍କ ଓ ବୃତ୍ତିଗତ ସୁରକ୍ଷା ପାଇଁ ତିଆରି ହୋଇଥିବା ଚାରୋଟି ନୂଆ ଶ୍ରମ ଆଇନ୍‌ (new labour code) କାର୍ଯ୍ୟକାରୀ କରିବାର ସମ୍ଭାବନା ରହିଛି । ଏହି ନୂଆ ଆଇନଗୁଡି଼କ ଯୋଗୁଁ ଚାକିରୀ ଓ କାର୍ଯ୍ୟ ସଂସ୍କୃତି ସହିତ ଜଡିତ ଅନେକ କଥା ବଦଳିଯାଇପାରେ । କର୍ମଚାରୀମାନଙ୍କୁ ଦିଆଯାଉଥିବା ବେତନ, ସେମାନଙ୍କ କାର୍ଯ୍ୟ ସମୟ ଓ ସପ୍ତାହରେ କାର୍ଯ୍ୟ ଦିନର ସଂଖ୍ୟା ବଦଳିଯାଇପାରେ ।

ଏହି ନୂଆ ଶ୍ରମ ଆଇନ କାର୍ଯ୍ୟକାରୀ କରାଗଲେ ଭାରତରେ କର୍ମଚାରୀମାନେ ଆସନ୍ତା ଆର୍ଥିକ ବର୍ଷଠାରୁ ସପ୍ତାହରେ ଛଅ ଦିନ ବା ପାଞ୍ଚ ଦିନ ବଦଳରେ ସପ୍ତାହରେ ଚାରି ଦିନ କାମ କରିବେ । ଏହି ପରିପ୍ରେକ୍ଷୀରେ ଶ୍ରମ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏହି ପ୍ରସ୍ତାବ ଲାଗୁ ହେଲେ ମଧ୍ୟ ୪୮-ଘଣ୍ଟିଆ କାର୍ଯ୍ୟ ସପ୍ତାହର ଆବଶ୍ୟକତା ପୂରଣ ହେବା ଉଚିତ । ଅର୍ଥାତ କର୍ମଚାରୀମାନଙ୍କୁ ଏଣିକି ସପ୍ତାହରେ ଚାରି ଦିନ କାମ କରିବାକୁ ପଡ଼ିବ, ମାତ୍ର ସେହି ଚାରି ଦିନ ୧୨-ଘଣ୍ଟିଆ କାର୍ଯ୍ୟ ଦିବସ ହେବ । ଅର୍ଥାତ ଦିନକୁ ୧୨ ଘଣ୍ଟା କରି ସପ୍ତାହରେ ଚାରି ଦିନ କାମ କରିବେ କର୍ମଚାରୀମାନେ ।

ଏହା ବି ପଢ଼ନ୍ତୁ | ଜୁହି ଚାୱଲା କାହିଁକି ଜୟ ମେହେଟାଙ୍କ ସହ ନିଜ ବିବାହକୁ ଲୁଚ଼ାଇ ରଖିଥିଲେ? ତାଙ୍କ ଉତ୍ତର ଜାଣନ୍ତୁ

ନୂଆ ଶ୍ରମ ଆଇନଗୁଡିକ ଲାଗୁ ହେବା ପରେ କର୍ମଚାରୀମାନଙ୍କ ପକେଟ ଉପରେ ବି ଏହାର ପ୍ରଭାବ ପଡ଼ିବ । ସେମାନଙ୍କ ଟେକ୍-ହୋମ୍ ବେତନ (take home salary) କମ୍‌ ହୋଇଯିବ ଓ ସେମାନଙ୍କ କମ୍ପାନୀ ବା ସଂସ୍ଥାଗୁଡ଼ିକୁ ବର୍ଦ୍ଧିତ ପ୍ରୋଭିଡେଣ୍ଟ୍ ଫଣ୍ଡର (provident fund) ଦାୟିତ୍ୱ ବହନ କରିବାକୁ ପଡିବ ।

ଏହା ବି ପଢ଼ନ୍ତୁ | Is this Love? ଗର୍ଲଫ୍ରେଣ୍ଡ୍ ବାହା ହେବାକୁ ରାଜି ହେବାରୁ ତାକୁ ୨୦ ଥର ଛୁରୀ ଭୁସିଲା ଯୁବକ

ଟେକ୍-ହୋମ୍ ଦରମା କମିବ, PF ବଢ଼ିବ

ସଂଶୋଧିତ ଶ୍ରମ ଆଇନଗୁଡିକର ମୂଲ୍ୟାଙ୍କନ କରିଥିବା ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ସେଗୁଡ଼ିକ ଲାଗୁ ହେଲେ କର୍ମଚାରୀମାନଙ୍କ ମୌଳିକ ବେତନ ଓ ପ୍ରୋଭିଡେଣ୍ଟ୍ ଫଣ୍ଡ୍‌ (PF) ହିସାବରେ ଏକ ବଡ଼ ପରିବର୍ତ୍ତନ ହେବ । ଏହି ନୂଆ ଶ୍ରମ ଆଇନ ଅନୁଯାୟୀ କର୍ମଚାରୀମାନଙ୍କ PF ଆକାଉଣ୍ଟରେ ପ୍ରତି ମାସରେ ଅବଦାନ ବୃଦ୍ଧି ପାଇବ, କିନ୍ତୁ ସେମାନଙ୍କ ହାତକୁ ଆସୁଥିବା ମାସିକ ଦରମା ହ୍ରାସ ପାଇବ ।

ଏହା ବି ପଢ଼ନ୍ତୁ | ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲା

ଏହି ନୂଆ ନିୟମାବଳୀ ଅନୁସାରେ କର୍ମଚାରୀମାନଙ୍କ ଭତ୍ତାକୁ ୫୦ ପ୍ରତିଶତ ଭିତରେ ସୀମିତ କରାଯିବ, ଯାହାର ଅର୍ଥ ହେଉଛି ସେମାନଙ୍କ ଦରମାର ଅଧା ଭାଗ ହେବ ସେମାନଙ୍କ ମୌଳିକ ବେତନ । ପ୍ରୋଭିଡେଣ୍ଟ ପାଣ୍ଠିରେ କର୍ମଚାରୀମାନଙ୍କ ଅବଦାନକୁ ମୌଳିକ ବେତନର ଶତକଡ଼ାରେ ହିସାବ କରାଯିବ । ଏହା ମୌଳିକ ବେତନ ଓ ମହଙ୍ଗା ଭତ୍ତା (DA) ସହିତ ଜଡି଼ତ ହେବ ।

ଏହା ବି ପଢ଼ନ୍ତୁ | ପ୍ରେମ ବିବାହ କରିଥିବା ଝିଅର ସ୍ୱାମୀକୁ ତାଆଖି ସାମନାରେ ଗୁଳି ମାରି ହତ୍ୟା କଲେ ତାବାପା

ବର୍ତ୍ତମାନର ପ୍ରଚଳିତ ଶ୍ରମ ନିୟମାବଳୀ ଅନୁଯାୟୀ ନିଯୁକ୍ତିଦାତା PFକୁ ଦେଉଥିବା ଅବଦାନ କର୍ମଚାରୀଙ୍କ ମୌଳିକ ବେତନ ଓ ମହଙ୍ଗା ଭତ୍ତା ଉପରେ ନିର୍ଭର କରେ । ଯଦି ଜଣେ କର୍ମଚାରୀଙ୍କ ଦରମା ମାସକୁ ୫୦,୦୦୦ ଟଙ୍କା ଥାଏ, ତେବେ ତାଙ୍କ ମୌଳିକ ଦରମା ୨୫,୦୦୦ ଟଙ୍କା ହୋଇଥାଇପାରେ ଓ ଅବଶିଷ୍ଟ ୨୫,୦୦୦ ଟଙ୍କା ତାଙ୍କୁ ଭତ୍ତା ଆକାରରେ ମିଳୁଥାଇପାରେ । ହେଲେ ଏବେ ମୌଳିକ ଦରମା ବୃଦ୍ଧି କରାଗଲେ ତାଙ୍କର PF ଅଧିକ କଟାଯିବ, ଯାହା ଦ୍ୱାରା ତାଙ୍କ ହାତକୁ ଆସୁଥିବା ଦରମା (ଟେକ୍‌-ହୋମ୍‌ ସ୍ୟାଲାରୀ) କମିଯିବ ଓ ତାଙ୍କ ନିଯୁକ୍ତିଦାତା ବା କମ୍ପାନୀର ପ୍ରୋଭିଡେଣ୍ଟ୍‌ ଫଣ୍ଡକୁ ଅବଦାନ ବଢ଼ିଯିବ ।



କେନ୍ଦ୍ର ସରକାର ଏହି ଚାରିଟି ନୂଆ ଶ୍ରମ ଆଇନ (labour code) ପାଇଁ ନିୟମ ଚୂଡ଼ାନ୍ତ କରିସାରିଛନ୍ତି । ଶ୍ରମ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ଏକକାଳୀନ ବିଷୟ ହୋଇଥିବାରୁ ରାଜ୍ୟଗୁଡ଼ିକୁ ଏବେ ଏହା ଉପରେ ନିୟମାବଳୀ ପ୍ରସ୍ତୁତ କରିବା ଆବଶ୍ୟକ । ପି.ଟି.ଆଇ. ଏକ ରିପୋର୍ଟରେ କହିଛି ଯେ “ଚାରିଟି ଶ୍ରମ ଆଇନ ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହୋଇପାରେ କାରଣ ଅନେକ ରାଜ୍ୟ ଏହା ଉପରେ ନିୟମାବଳୀ ଚୂଡ଼ାନ୍ତ କରିସାରିଛନ୍ତି । ଫେବୃଆରୀ ୨୦୨୧ରେ କେନ୍ଦ୍ର ସରକାର ଏହି ଆଇନଗୁଡ଼ିକ ଉପରେ ନିୟମ ଚୂଡ଼ାନ୍ତ କରିସାରିଥିଲେ ।’’

ଏହା ବି ପଢ଼ନ୍ତୁ | ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଥିଲେ ପୋଲିସ ଇନସ୍ପେକ୍ଟର୍; ସ୍ତ୍ରୀ ଆସି ପହଞ୍ଚିବା ପରେ ମାମଲା ବିଗିଡ଼ିଗଲା

ଅତି କମରେ ୧୩ଟି ରାଜ୍ୟ ଏହି ଆଇନଗୁଡ଼ିକ ଉପରେ ଡ୍ରାଫ୍ଟ ନିୟମାବଳୀ ପୂର୍ବରୁ ପ୍ରକାଶ କରିଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି । କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ (Union labour minister Bhupendra Yadav) ପୂର୍ବରୁ ରାଜ୍ୟସଭାକୁ ଦେଇଥିବା ନିଜ ଉତ୍ତରରେ କହିଥିଲେ ଯେ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ସର୍ତ୍ତ ଆଇନ ହେଉଛି ଏକ ମାତ୍ର ଆଇନ ଯାହା ଉପରେ ସର୍ବନିମ୍ନ ୧୩ଟି ରାଜ୍ୟ ନିୟମ ଡ୍ରାଫ୍ଟ ପୂର୍ବରୁ ପ୍ରକାଶ କରିଛନ୍ତି ।
Published by:Anand S.T. Das
First published:
)}