News18 Odia Digital
ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫୋନ୍ ଗ୍ରାହକଙ୍କ ପାଇଁ ଘୋଷଣା କରାଯାଇଛି “ନୂଆ ଜିଓଫୋନ୍ ୨୦୨୧'' ଅଫର । ଏହା ଏକ ବଣ୍ଡଲ୍ଡ୍ ପ୍ଲାନ୍ ଯେଉଁଥିରେ ଗ୍ରାହକଙ୍କୁ ମାତ୍ର ୧,୯୯୯ ଟଙ୍କାରେ ନୂଆ ଜିଓଫୋନ୍ ସହିତ ଦୁଇ ବର୍ଷ ପର୍ଯ୍ୟନ୍ତ ଅସୀମିତ କଲ୍ ଏବଂ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଦୁଇ ଜିବି ହାଇସ୍ପିଡ୍ ଡାଟା ସୁବିଧା ମିଳିବ ।
ଦ୍ୱିତୀୟ ପ୍ଲାନ୍ଟି ହେଉଛି ୧,୪୯୯ ଟଙ୍କିଆ ପ୍ଲାନ୍ ଯେଉଁଥିରେ ଗ୍ରାହକମାନେ ଏକ ଜିଓଫୋନ୍ ସହିତ ଏକ ବର୍ଷର ଅସୀମିତ ଭଏସ୍ କଲିଂ ଏବଂ ଏକ ବର୍ଷ ପାଇଁ ପ୍ରତି ମାସରେ ଦୁଇ ଜିବି ହାଇସ୍ପିଡ୍ ଡାଟା ପାଇପାରିବେ । ଏହି ଅଫରରେ ଜିଓଫୋନର ପୁରୁଣା ଗ୍ରାହକଙ୍କ ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । ଥରେ ସେମାନେ ୭୪୯ ଟଙ୍କାର ରିଚାର୍ଜ କଲେ ଆଉ ବର୍ଷକ ପର୍ଯ୍ୟନ୍ତ ସେମାନଙ୍କୁ ରିଚାର୍ଜ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ । ଏଥି ସହିତ ଏକ ବର୍ଷର ଅସୀମିତ ଭଏସ୍ କଲିଂ ଓ ପ୍ରତି ମାସ ଦୁଇ ଜିବି ହାଇସ୍ପିଡ୍ ଡାଟା ପାଇପାରିବେ ।
ଏହା ବି ପଢ଼ନ୍ତୁ | India vs England: ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ ହେବ; କିଏ ପାଇବେ ସୁଯୋଗ?“ନୂଆ ଜିଓଫୋନ୍ ୨୦୨୧'' ଅଫର୍ ମାର୍ଚ୍ଚ ୧ ତାରିଖରୁ ସାରା ଭାରତରେ ଲାଗୁ ହେବ ଏବଂ ସମସ୍ତ ରିଲାଏନ୍ସ ରିଟେଲ୍ ଏବଂ ଜିଓ ରିଟେଲରଙ୍କ ପାଖରେ ଉପଲବ୍ଧ ହେବ ।
ସାରା ଭାରତରେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଗ୍ରାହକମାନେ ପ୍ରାୟତଃ ମାଗଣାରେ ଭଏସ୍ କଲିଂ ସେବା ଉପଭୋଗ କରୁଥିବା ବେଳେ ଯେଉଁ ୩୦ କୋଟି ଗ୍ରାହକ ଏବେବି ୨ଜି ଫିଚର ଫୋନ୍ ବ୍ୟବହାର କରୁଛନ୍ତି ସେମାନଙ୍କୁ ମିନିଟ୍ ପିଛା ୧.୨ ଟଙ୍କାରୁ ୧.୫ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି । ଏହା ବ୍ୟତୀତ କନେକ୍ସନକୁ ଜାରି ରଖିବା ଲାଗି ମଧ୍ୟ ପ୍ରତି ମାସରେ ୫୦ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡ଼ୁଛି । ଏହି ଅଫର ଜରିଆରେ ୨ଜି ମୁକ୍ତ ଭାରତ ଦିଗରେ ଜିଓ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ।
ଏହା ବି ପଢ଼ନ୍ତୁ | Pub-G ଖେଳୁ ଖେଳୁ ବିବାହିତା ମହିଳାଙ୍କର ଯୁକ୍ତ-୨ ଛାତ୍ର ସହ ପ୍ରେମ ହେଲା, ଘରୁ ପଳାଇ ଗଲେବିଗତ କିଛି ବର୍ଷ ଭିତରେ ଜିଓ ଫୋନ୍ ରଖିଥିବା ଗ୍ରାହକଙ୍କ ସଂଖ୍ୟା ୧୦ କୋଟିରେ ପହଞ୍ଚିପାରିଛି । ଫିଚର ଫୋନ୍ ବ୍ୟବହାର କରୁଥିବା ୩୦ କୋଟି ୨ଜି ଗ୍ରାହକଙ୍କ ଉପରେ ଜିଓ ନଜର ରଖିଛି ଏବଂ ସେମାନଙ୍କୁ ଡିଜିଟାଲ୍ କ୍ରାନ୍ତିର ସୁଫଳ ପହଞ୍ଚାଇବାର ପ୍ରୟାସ ଜାରି ରଖିଛି ।
ଏହି ଅବସରରେ ରିଲାଏନ୍ସ ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି, “ଯେତେବେଳେ ଦୁନିଆ ୫ଜିର ଦ୍ୱାରଦେଶରେ ଠିଆ ହୋଇଛି ସେହି ସମୟରେ ଭାରତରେ ୩୦ କୋଟି ଲୋକ ୨ଜି ଫୋନ୍ ବ୍ୟବହାରରେ ଫସି ରହିଛନ୍ତି । ସେମାନେ ଇଣ୍ଟରନେଟର ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ବିଗତ ଚାରି ବର୍ଷ ଭିତରେ ଜିଓ ଇଣ୍ଟରନେଟକୁ ସମସ୍ତଙ୍କ ନିକଟରେ ପହଞ୍ଚାଇଛି ଓ ସବୁ ଭାରତୀୟଙ୍କୁ ଟେକ୍ନୋଲୋଜି ଓ ପ୍ରଯୁକ୍ତିର ଲାଭ ପ୍ରଦାନ କରିଛି । ପ୍ରଯୁକ୍ତି ଏବେ ଆଉ କିଛି ହାତଗଣତି ଲୋକଙ୍କ ବିଶେଷ ଅଧିକାର ହୋଇ ରହିନାହିଁ । ନୂଆ ଜିଓଫୋନ୍ ୨୦୨୧ ଅଫର ହେଉଛି ସେହି ଦିଗରେ ଗ୍ରହଣ କରାଯାଇଥିବା ଏକ ପଦକ୍ଷେପ । ଜିଓରେ ଆମେ ଏହି ଡିଜିଟାଲ୍ ଅନ୍ତରକୁ ଦୂର କରିବା ଦିଗରେ କାର୍ଯ୍ୟ କାରି ରଖିବୁ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Valentine Dayରେ ଏମିତି କେହି ପ୍ରପୋଜ୍ କରିଥିବା ଦେଖିଛନ୍ତି? VIDEO ଦେଖନ୍ତୁ, ହେଲେ ଟ୍ରାଇ କରନ୍ତୁ ନାହିଁ!ସୁଲଭ ମୂଲ୍ୟ ଓ ଭଲ ବ୍ୟାଟେରି ବ୍ୟାକ୍-ଅପ୍ ପାଇଁ ଜିଓଫୋନ୍ ବେଶ୍ ଲୋକପ୍ରିୟତା ହାସଲ କରିଛି । ଦେଶର ଜନସଂଖ୍ୟାର ଏକ ବଡ଼ ଭାଗ ଏବେ ଏହି ୪ଜି ଫିଚର ଫୋନକୁ ବ୍ୟବହାର କରୁଛନ୍ତି । ଏହି ସିରିଜ୍ରେ ବର୍ତ୍ତମାନ ସୁଦ୍ଧା କମ୍ପାନି ଦୁଇଟି ଫୋନ୍ ଉନ୍ମୋଚନ କରିଛି ।
ଏହି ସିରିଜ୍ର ପ୍ରଥମ ଫୋନ୍ ଥିଲା ଜିଓଫୋନ୍ । ଏହା ପରେ କମ୍ପାନି ଜିଓଫୋନ୍ ୨ ଉନ୍ମୋଚନ କରିଥିଲା । ଫିଚର ଫୋନ୍ ବିକ୍ରି ତାଲିକାରେ ଏହା ସବୁଠୁ ଉପରେ ରହିଛି ଓ ବର୍ତ୍ତମାନର ଫିଚର ଫୋନ୍ ବଜାରରେ ଅଗ୍ରଣୀ ସ୍ଥାନରେ ରହିଛି । ରିଲାଏନ୍ସ ଜିଓ ପକ୍ଷରୁ ଜିଓଫୋନକୁ 'ଭାରତର ସ୍ମାର୍ଟଫୋନ୍’ ଭାବେ ପ୍ରଚଳନ କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।