ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଦୀଘାରେ ତିଆରି ହେଉଛି ନୂଆ ଜଗନ୍ନାଥ ମନ୍ଦିର

ପଶ୍ଚିମବଙ୍ଗ ସରକାର ଗଢୁଛନ୍ତି ନୂଆ ଜଗନ୍ନାଥ ମନ୍ଦିର । ଅବିକଳ ପୁରୀ ଶ୍ରୀମନ୍ଦିର ଶୈଳୀରେ ଦୀଘାର ମନ୍ଦିର ନିର୍ମାଣ ହେଉଥିବାରୁ ଚର୍ଚ୍ଚା ଜୋର ଧରିଛି ।

ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଦୀଘାରେ ତିଆରି ହେଉଛି ନୂଆ ଜଗନ୍ନାଥ ମନ୍ଦିର

ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଦୀଘାରେ ତିଆରି ହେଉଛି ନୂଆ ଜଗନ୍ନାଥ ମନ୍ଦିର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଶ୍ରୀମନ୍ଦିର ଢାଞ୍ଚାରେ ପଶ୍ଚିମବଙ୍ଗ ଦୀଘାରେ ତିଆରି ହେଉଛି ଜଗନ୍ନାଥ ମନ୍ଦିର (jagannath temple) । ଏଥିପାଇଁ ୧୦୦ କୋଟି ଟଙ୍କା ବିନିମୟରେ ୨୦ ଏକର ଜାଗାରେ ନିର୍ମାଣ ହେଉଛି ଜଗନ୍ନାଥ ମନ୍ଦିର । ଏଥିପାଇଁ ରାଜସ୍ଥାନରୁ ଆସିଛି ସ୍ୱତନ୍ତ୍ର ପଥର ।  ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମନ୍ଦିର ନିର୍ମାଣକାର୍ଯ୍ୟ ଶେଷ କରିବାର ଡେଡଲାଇନ (deadline) ରହିଛି ୨୦୨୩ । ଏହାକୁ ନେଇ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik)ଙ୍କୁ ମନ୍ଦିରକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (cm mamata banerjee) ।

ଅବିକଳ ପୁରୀ ଶ୍ରୀମନ୍ଦିର ଶୈଳୀରେ ଡିଜାଇନରେ ୬୫ ମିଟର ଉଚ୍ଚତା ବିଶିଷ୍ଟ ମନ୍ଦିର ନିର୍ମାଣ କରୁଛନ୍ତି ବେଙ୍ଗଲ ସରକାର । ଜୋରସୋରରେ ଚାଲିଛି ମନ୍ଦିର ନିର୍ମାଣ କାମ । ନିର୍ମାଣ ପାଇଁ  WBHIDCO ( West Bengal Housing Infrastructure Development Corporation ) ଦାୟିତ୍ବ ନେଇଛି। ଏଥିପାଇଁ ପଶ୍ଚିମବଙ୍ଗ ସରକାର ୧୦୦ କୋଟି ବ୍ୟୟ ଅଟକଳ କରିଥିବା ବେଳେ ୬୫ ମିଟରର ମନ୍ଦିର ନିର୍ମାଣ କରାଯାଉଛି । ଦୀଘାର ସମୁଦ୍ରକୂଳ ଷ୍ଟେଶନ ନିକଟରେ ମନ୍ଦିର ନିର୍ମାଣ ପାଇଁ ୨୦ ଏକର ଜଗାରେ ଆରମ୍ଭ ହୋଇଛି ମନ୍ଦିର ନିର୍ମାଣ କାର୍ଯ୍ୟ । ଏଥିସହିତ ମନ୍ଦିରର ଡିଜାଇନ ଅନୁଯାୟୀ ୨୦୦ ଜଣ ଶ୍ରମିକ ଓ ଇଞ୍ଜିନିୟର ଏହି ମନ୍ଦିର ନିର୍ମାଣ ପାଇଁ ଲାଗିଛନ୍ତି । ସେହିପରି ମନ୍ଦିରର କାରୁକାର୍ଯ୍ୟ ପାଇଁ ରାଜସ୍ଥାନରୁ ମଗାଯାଇଛି ପଥର । ଏହି ପଥରରେ ନିର୍ମାଣ ହେଉଛି ମନ୍ଦିର।

କିଛିଦିନ ତଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସିଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ମମତା ଭେଟିବା ସହିତ ପଶ୍ଚିମବଙ୍ଗ ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିବା କହିଥିଲେ । ନୂଆ ଜଗନ୍ନାଥ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ ମମତା । ନୂୂଆ ଜଗନ୍ନାଥ ମନ୍ଦିରଟିର ସମସ୍ତ ନିର୍ମାଣକାର୍ଯ୍ୟ ଚଳିତବର୍ଷ ଶେଷ ସୁଦ୍ଧା ସମାପ୍ତ କରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ।

ଚର୍ଚ୍ଚା ହେଉଛି ଜଗନ୍ନାଥ ମନ୍ଦିର ନିର୍ମାଣ ଦ୍ୱାରା ମମତାଙ୍କୁ ମିଳିପାରେ ରାଜନୈତିକ ଫାଇଦା । ପୂର୍ବରୁ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ହିଂସାକୁ ନେଇ ମମତାଙ୍କ ହିନ୍ଦୁ ବିରୋଧ ଛବି ତିଆରି ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବା ବେଳେ ପଶ୍ଚିମବଙ୍ଗର ଆରାଧ୍ୟ ଦେବତାମାନଙ୍କ ମଧ୍ୟରେ ଘରେ ଘରେ ଜଗନ୍ନାଥଙ୍କୁ ପୂଜା କରାଯାଇଥାଏ । ଏଣୁ ଠିକ ନିର୍ବାଚନ ପୂର୍ବରୁ ଜଗନ୍ନାଥ ମନ୍ଦିର ନିର୍ମାଣ ମମତାଙ୍କୁ ବେଶ ଫାଇଦା  ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି  ।

ଏହି ଖବର ପଢ଼ନ୍ତୁ -  ମାନସିକ ପୂରଣ କରନ୍ତି ମାଆ ବୁଢୀ ଠାକୁରାଣୀ! ମନସ୍କାମନା ପାଇଁ ଶ୍ରଦ୍ଧାଳୁଙ୍କ ନିଆରା ବେଶ
Published by:Soubhagya Mishra
First published: