ପୋଷା କୁକୁର ପାଇଁ ନୂଆ ଗାଇଡଲାଇନ; ବିଏମସି ଅନୁମତି ନମିଳିଲେ ହେବେ ନିରାଶ

ଯଦି ଆପଣ ନିଜ ଘରେ ପୋଷା କୁକୁର ରଖୁଛନ୍ତି ତେବେ ଆପଣଙ୍କୁ ପ୍ରଥମେ ବିଏମସି ତରଫରୁ ଅନୁମତି ନେବାକୁ ପଡିବ ।

ପୋଷା କୁକୁର ପାଇଁ ନୂଆ ଗାଇଡଲାଇନ; ବିଏମସି ଅନୁମତି ନମିଳିଲେ ହେବେ ନିରାଶ

ପୋଷା କୁକୁର ପାଇଁ ନୂଆ ଗାଇଡଲାଇନ; ବିଏମସି ଅନୁମତି ନମିଳିଲେ ହେବେ ନିରାଶ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ବିଏମସି ପକ୍ଷରୁ ପଶୁପ୍ରେମୀଙ୍କ ପାଇଁ ଏକ ଜରୁରୀ ସୂଚନା ଜାରି କରାଯାଇଛି । ତାହା ହେଉଛି ଯଦି ଆପଣ ନିଜ ଘରେ ପୋଷା କୁକୁର ରଖୁଛନ୍ତି ତେବେ ଆପଣଙ୍କୁ ପ୍ରଥମେ ବିଏମସି ତରଫରୁ ଅନୁମତି ନେବାକୁ ପଡିବ । ବିଏମସିରେ ପଞ୍ଜିକରଣ ନକଲେ ଆପଣ ପୋଷା କୁକୁର ରଖିପାରିବେ ନାହିଁ । ଆଗକୁ ଏନେଇ ସର୍ବସାଧାରଣଙ୍କ ପାଇଁ ବିଏମସି ତରଫରୁ ସୂଚନା ମଧ୍ୟ ଜାରି କରାଯିବ । ଏକ ନୂଆ ଗାଇଡଲାଇନ ସହ ଏନେଇ ଏସଓପି ଆସିବ ବୋଲି କହିଛନ୍ତି ବିଏମସି କମିସନର ଅମୃତ କୁଲାଙ୍ଗେ ।

ସୂଚନାଯୋଗ୍ୟ, ନିକଟରେ ଏକ ପୋଷା କୁକୁର କାମୁଡା କାରଣରୁ ଭୁବନେଶ୍ୱର ଇନଫୋସିଟିରେ ଦୁଇ ପଡୋଶୀଙ୍କ ମଧ୍ୟରେ କଥା କଟାକଟି ଓ ଯୁକ୍ତି ତର୍କ ଲାଗି ରହିଥିଲା । ତେଣୁ ଏପରି ଏକ ନୂଆ ନିୟମ ପାଇଁ ବିଏମସି ପକ୍ଷରୁ ଆଲୋଚନା ହୋଇଛି । ଏଥିସହ କୁକୁରଙ୍କୁ ଟିକାକରଣ ସହିତ ଖାଦ୍ୟପେୟ ଓ ଯତ୍ନ ବ୍ୟବସ୍ଥା ସମ୍ପର୍କରେ ଗାଇଡଲାଇନରେ ଉଲ୍ଲେଖ ରହିବ ବୋଲି ସୂଚନା ମିଳିଛି ।
Published by:Soubhagya Mishra
First published: