ବାଲେଶ୍ବରର ନୂଆ ଜିଲ୍ଲାପାଳ ରୂପେ ଦାୟିତ୍ବ ଗ୍ରହଣ କଲେ ଦତ୍ତତ୍ରୋୟ ଭାଉ ସାହେବ ସିନ୍ଦେ

୨୦୧୬ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସିନ୍ଦେ ଏହା ପୂର୍ବରୁ ବାଲିଗୁଡା ଉପ ଜିଲ୍ଲାପାଳ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଓ ଗଞ୍ଜାମ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।

ବାଲେଶ୍ବରର ନୂଆ ଜିଲ୍ଲାପାଳ ରୂପେ ଦାୟିତ୍ବ ଗ୍ରହଣ କଲେ ଦତ୍ତତ୍ରୋୟ ଭାଉ ସାହେବ ସିନ୍ଦେ

ବାଲେଶ୍ବରର ନୂଆ ଜିଲ୍ଲାପାଳ ରୂପେ ଦାୟିତ୍ବ ଗ୍ରହଣ କଲେ ଦତ୍ତତ୍ରୋୟ ଭାଉ ସାହେବ ସିନ୍ଦେ

  • Share this:
News18 Odia Digital

ବାଲେଶ୍ବର: ବାଲେଶ୍ୱରରେ ଦାୟିତ୍ୱ ଗ୍ରହଣ କରିଛନ୍ତି ନୂଆ ଜିଲ୍ଲାପାଳ ଦତ୍ତତ୍ରୋୟ ଭାଉ ସାହେବ ସିନ୍ଦେ। ନୂଆ ଜିଲ୍ଲାପାଳଙ୍କ ନିକଟରୁ ଜିଲ୍ଲା ବାସୀଙ୍କ ରହିଛି ଅନେକ ଆଶା। ସେପଟେ ସୀମାବର୍ତ୍ତୀ ଜିଲ୍ଲାର ସୀମା ସମସ୍ୟା ସହିତ ବର୍ଷ ସାରା ବନ୍ୟା, ବାତ୍ୟା ଆଦି ସମସ୍ୟାର ସମ୍ମୁଖୀନ ହେଉଥିବା ବାଲେଶ୍ୱରରେ ନୂଆ ଭାବେ ଜିଲ୍ଲାପାଳ ଦାୟିତ୍ବ ନେଉଥିବା ସିନ୍ଧେଙ୍କ ପାଇଁ ରହିବ ଅନେକ ଚ୍ୟାଲେଞ୍ଜ।

ବାଲେଶ୍ଵର ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦତ୍ତତ୍ରୋୟ ଦାୟିତ୍ବ ଗ୍ରହଣ କରିଛନ୍ତି। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ସେ ବିଦାୟୀ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୬ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସିନ୍ଦେ ଏହା ପୂର୍ବରୁ ବାଲିଗୁଡା ଉପ ଜିଲ୍ଲାପାଳ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଓ ଗଞ୍ଜାମ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ସିନ୍ଦେ ମହାରାଷ୍ଟ୍ର ରାଜ୍ୟ ଅହମଦନଗରର ବାସିନ୍ଦା ହୋଇଥିବା ବେଳେ ସେ ଇତିହାସରେ ସ୍ନାତକ ଡିଗ୍ରୀ ଲାଭ କରିଛନ୍ତି।

ତେବେ କଳା ସଂସ୍କୃତି ଓ ସାହିତ୍ୟର ସହର ବାଲେଶ୍ୱରରେ ରହିଛି ଅନେକ ସମସ୍ୟା। ବିକାଶର ରାସ୍ତାରେ ଦିନକୁ ଦିନ ଜିଲ୍ଲା ଆଗେଇ ଚାଲୁଥିବା ବେଳେ ଏବେ ବି ଅନେକ ମୌଳିକ ସମସ୍ୟା ମୁଣ୍ଡ ଟେକିବା ଦେଖିବାକୁ ମିଳୁଛି। ଏହା ଭିତରେ ନିଜର ୩ ବର୍ଷର କାର୍ଯ୍ୟକାଳ ଶେଷ କରି ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ବିଦାୟ ନେଇଛନ୍ତି କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ନୂଆ ଜିଲ୍ଲାପାଳ ଭାବରେ ଶପଥ ଦାୟିତ୍ୱ ଗ୍ରହଣ କରିଛନ୍ତି ଦତ୍ତତ୍ରୋୟ ଭାଉ ସାହେବ ସିନ୍ଦେ। ତେବେ ତାଙ୍କର ପ୍ରଥମ ଜିଲ୍ଲା ଭାବରେ ଜିଲ୍ଲାପାଳ ଦାୟିତ୍ୱ ତୁଳାଉଥିବା ବେଳେ ଜଣେ ଯୁବ ପ୍ରଶାସନିକ ଅଧିକାରୀ ଭାବରେ ଜିଲ୍ଲାବାସୀ ଅନେକ ଆଶା ରଖିଛନ୍ତି। ମୁଖ୍ୟତଃ ବଙ୍ଗ ଓ ଓଡ଼ିଶା ସୀମା ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ସହିତ ପ୍ରତ୍ୟକ ବର୍ଷ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ ସମ୍ମୁଖୀନ ହେଉଥିବା ଜିଲ୍ଲା ପାଇଁ ସଠିକ ବିପର୍ଯ୍ୟୟ ପରିଚାଳନା ଦାୟିତ୍ବ।

"ଜିଲ୍ଲାରେ ଏବେ ସ୍ୱାସ୍ଥ୍ୟ ସମସ୍ୟା ଅନେକ ଦେଖା ଯାଉଥିବା ବେଳେ ପ୍ରତ୍ୟକ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ୩ ହଜାରରୁ ଅଧିକ ରୋଗୀ ଆସୁଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ତମ ବ୍ୟବସ୍ଥା। ବାଲେଶ୍ୱର ଫକୀର ମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ କାଡ଼ିଓଲୋଜି , ନିଉରୋଲୋଜି ଭଳି ବିଭାଗ ଏଯାଏଁ ଖୋଲି ପାରିନଥିବା ନେଇ ଜିଲ୍ଲାପାଳ ଗୁରୁତ୍ୱ ଦେବେ ବୋଲି ଆଶା ବାନ୍ଧିଛନ୍ତି ଲୋକେ,’’ କହିଛନ୍ତି ମେଡିକାଲ କ୍ରିୟାନୁଷ୍ଠାନ କମିଟିର ସ୍ଥାୟୀ ସଦସ୍ୟ ନିରଞ୍ଜନ ପରିଡ଼ା।

ସେହିପରି ସହରର ଜବର ଦଖଲ ଗୋଟେ ବଡ଼ ସମସ୍ୟା ହୋଇଥିବା ବେଳେ ପୂର୍ବ ଜିଲ୍ଲାପାଳମାନେ ଚେଷ୍ଟା କରି ଅଳ୍ପ କିଛି ସଫଳତା ପାଇଛନ୍ତି ହେଲେ ଅନେକ ଚାପ, କୋର୍ଟରେ ଷ୍ଟେ ଦ୍ୱାରା ଏସବୁ ପୂରଣ ହୋଇପାରିନି ଏଣୁ ଏ ଦିଗରେ ଜିଲ୍ଲାପାଳ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଲୋକେ କହିବା ସହିତ ନୂଆ ଜିଲ୍ଲାପାଳଙ୍କ ଠାରୁ ଆଶା ମଧ୍ୟ ରଖିଛନ୍ତି ବୋଲି ଗିରିଜା ଶଙ୍କର ଦାସ ବାଲେଶ୍ୱର ଅଭିଭାବକ ସଙ୍କ ସଭାପତି କହିଛନ୍ତି।

ଏଥି ସହିତ ଶିକ୍ଷା, ପାନୀୟ ଜଳ ଭଳି ସରକାରୀ ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ହେବା। ମିଡ଼ିଲ ମ୍ୟାନ ବା ସରକାରୀ ଯୋଜନାରେ ବାଧକ ସାଜୁଥିବା ବା ମୁନାଫା କମାଉଥିବା ଅସାଧୁ ବ୍ୟକ୍ତିଙ୍କୁ ହାଠାଇ ବା ନେଇ ଜିଲ୍ଲାପାଳ କାର୍ଯ୍ୟ କରିବେ ବୋଲି ଆଶା ରଖିଛନ୍ତି ଲୋକେ।

ସେପଟେ ଦାୟିତ୍ବ ଗ୍ରହଣ ପରେ ଏକ୍ସନ ମୋଡ଼ରେ ନୂଆ ଜିଲ୍ଲାପାଳ ଭାଉ ସାହେବ ସିନ୍ଦେଙ୍କୁ ଦେଖିବାକୁ ମିଳିଛି। ଜିଲ୍ଲାର ସମସ୍ତ ଅଧିକାରୀମାନଙ୍କୁ ଡାକି ସେ ସବୁ ସମସ୍ୟା ବୁଝି ବା ସହିତ ଏହାର ସମାଧାନ କିପରି ହେବ ସେନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଏନେଇ ଜିଲ୍ଲାପାଳ କହିବା ଅନୁସାରେ ତାଙ୍କର ପ୍ରଥମ ଦାୟିତ୍ବ ରହିବ ଲୋକଙ୍କ ନିକଟରେ କିପରି ସରକାରୀ ସୁବିଧା ପହଞ୍ଚି ପାରିବ। ସେହିପରି ଦୁର୍ନୀତି ବିରୋଧରେ ମଧ୍ୟ ସେ କଡ଼ା ପଦକ୍ଷେପ ଆପଣେଇବେ ବୋଲି ପ୍ରତିଶ୍ରୁତି ଦେବା ସହିତ ଅନ୍ୟାନ୍ୟ ଦିଗରେ ମଧ୍ୟ କାର୍ଯ୍ୟ କରିବେ ବୋଲି କହିଛନ୍ତି। ରାଜ୍ୟ ସରକାରଙ୍କ ଯେଉଁ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ରହିଛି ସେହି ବ୍ୟବସ୍ଥାରେ କାର୍ଯ୍ୟକଲେ କିଛି ଅସୁବିଧା ହେବନି ଓ ଲୋକେ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ ସିନ୍ଦେ କହିଛନ୍ତି।

ଜିଲ୍ଳାପାଳ ଯେଉଁ ସମୟରେ ଆସିଛନ୍ତି ସେହି ସମୟରେ ପ୍ରଶାସନିକ ଅଧିକାରୀମାନଙ୍କ ପ୍ରତି ଲୋକଙ୍କ କ୍ଷୋଭ ବଢ଼ିବାରେ ଲାଗିଛି। ଜିଲ୍ଲାର ଆଇନଶୃଙ୍ଖଳା ବ୍ୟବସ୍ଥା ଏତେ ବିପର୍ଯ୍ୟୟ ଯେ ଲୋକେ ଏହାକୁ ନେଇ ବାଲେଶ୍ୱର ବନ୍ଦ କରି ପ୍ରତିବାଦ ମଧ୍ୟ କରି ସାରିଲେଣି। ତେବେ ପ୍ରଥମ କରି ଜିଲ୍ଲାପାଳ ଦାୟିତ୍ବ ନେଇଥିବା ସିନ୍ଦେଙ୍କ ପାଇଁ ଏହି ସମୟରେ କିପରି ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିବେ ସେ ନେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
Published by:Lipina Das
First published: