• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ: ଯାତ୍ରୀଙ୍କ ସୁବିଧା ଓ ଦକ୍ଷତା ବୃଦ୍ଧି ଉପରେ ଦୃଷ୍ଟି

ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ: ଯାତ୍ରୀଙ୍କ ସୁବିଧା ଓ ଦକ୍ଷତା ବୃଦ୍ଧି ଉପରେ ଦୃଷ୍ଟି

ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଜିଏମ୍ ଭାବେ କାର୍ଯ୍ୟରତ ଥିବା ପ୍ରସନ୍ନ ପ୍ରଧାନଙ୍କୁ ମିଳିଛି ନୂଆ ଦାୟିତ୍ୱ । ଗତକାଲି ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ

ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ

  • Share this:
News 18 Odia Digital

ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଜିଏମ୍ ଭାବେ କାର୍ଯ୍ୟରତ ଥିବା ପ୍ରସନ୍ନ ପ୍ରଧାନଙ୍କୁ ମିଳିଛି ନୂଆ ଦାୟିତ୍ୱ । ଗତକାଲି ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଟ୍ରାଫିକ ନିୟନ୍ତ୍ରଣ, ଆଭିଏସନ୍ ଇକୋନୋମିକ୍ସ ସମେତ ଅନେକ କ୍ଷେତ୍ରରେ ରହିଛି ଇଞ୍ଜିନିୟର ପ୍ରସନ୍ନଙ୍କ ଅଭିଜ୍ଞତା ।

ଭାରତୀୟ ବିମାନ ଚଳାଚଳ କ୍ଷେତ୍ରର ଅନେକ କମିଟିରେ ଯୋଗଦେଇ ଏୟାର୍ ରୁଟ୍ କ୍ଷେତ୍ରରେ ବିଭିନ୍ନ ଗୁରୁଦାୟିତ୍ୱ ସେ ପୂର୍ବରୁ ବହନ କରିସାରିଛନ୍ତି । ଗୌହାଟି, ଖଜୁରାହୋ, ନୂଆଦିଲ୍ଲୀ ସମେତ ଅନେକ ବିମାନବନ୍ଦରରେ ସେ କାର୍ଯ୍ୟ କରିଛନ୍ତି । ବିଜୁ ପଟ୍ଟନାୟକ ଏୟାରପୋର୍ଟର ବିଭିନ୍ନ ବିକାଶ ଦିଗରେ କାର୍ଯ୍ୟ କରିବା ସହ ପରିଚାଳନା, ଯାତ୍ରୀଙ୍କ ପାଇଁ ସୁବିଧା, ଏୟାରପୋର୍ଟର ଦକ୍ଷତା ବଢାଇବା କ୍ଷେତ୍ରରେ ପ୍ରସନ୍ନ କାର୍ଯ୍ୟ କରିବେ ।
Published by:Soubhagya Mishra
First published: