ଖରାଛୁଟି ଘୋଷଣା ପରେ ନୂଆ ନିଷ୍ପତ୍ତି: ଆରମ୍ଭ ହେବ Online class !

ଅନଲାଇନ କ୍ଲାସ୍ ମାଧ୍ୟମରେ ହେବ ଅନ୍‌ଲାଇନ ପାଠପଢ଼ା । ଅନଲାଇନ କ୍ଲାସ୍‌ ମାଧ୍ୟମରେ ସରିବ ଏପ୍ରିଲ ମାସର କୋର୍ସ ।

ଖରାଛୁଟି ଘୋଷଣା ପରେ ନୂଆ ନିଷ୍ପତ୍ତି: ଆରମ୍ଭ ହେବ Online class !

ଖରାଛୁଟି ଘୋଷଣା ପରେ ନୂଆ ନିଷ୍ପତ୍ତି: ଆରମ୍ଭ ହେବ Online class !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ସ୍କୁଲରେ ଖରାଛୁଟି ଘୋଷଣା ପରେ ନୂଆ ନିଷ୍ପତ୍ତି (new decision) । ଅନଲାଇନ କ୍ଲାସ୍ (online class) ମାଧ୍ୟମରେ ହେବ ଅନ୍‌ଲାଇନ ପାଠପଢ଼ା । ତେବେ ଇଂରାଜୀ ମିଡିୟମ ସ୍କୁଲ (english medium school) ତଥା ଘରୋଇ ସ୍କୁଲରେ ଏହି ନିୟମ ଲାଗୁ ହେବାକୁ ଯାଉଛି । ଅନଲାଇନ କ୍ଲାସ୍‌ ମାଧ୍ୟମରେ ସରିବ ଏପ୍ରିଲ (april) ମାସର କୋର୍ସ ।

ସ୍କୁଲ ଛୁଟି ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ (chief minister) । କାଲିଠାରୁ ଆରମ୍ଭ ହୋଇଗଲା ଖରାଛୁଟି । ମେ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଅନଲାଇନ କ୍ଲାସ୍ ପାଇଁ ଯୋଜନା ରହିଛି । କିଛି ଘରୋଇ ସ୍କୁଲ (private school)ରେ ଏପ୍ରିଲ ୧୬ ଯାଏଁ ଅନଲାଇନ କ୍ଲାସ୍ ହୋଇଥିଲା ।

ସେପଟେ ଝାରସୁଗୁଡ଼ା ରାଜ୍ୟର ପୁଣି ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ଦିନ ୨ଟା ୩୦ ସୁଦ୍ଧା ଆସିଥିବା ତାପମାତ୍ରା (temperature) ରେକର୍ଡ ଅନୁସାରେ, ଝାରସୁଗୁଡ଼ାରେ ପାରଦ ଛୁଇଁଛି ୪୨.୮ ଡିଗ୍ରୀ । ଝାରସୁଗୁଡ଼ା ତଳକୁ ରହିଛି ରାଜଧାନୀ ଭୁବନେଶ୍ବର । ଭୁବନେଶ୍ବରର ତାପମାତ୍ରା ରେକର୍ଡ କରାଯାଇଛି ୪୨.୬ ଡିଗ୍ରୀ । ଚାନ୍ଦବାଲି-୪୧.୨ ଡିଗ୍ରୀ, ସମ୍ବଲପୁର-୪୧.୨ ଡିଗ୍ରୀ, କେନ୍ଦୁଝର-୪୦.୬ ଡିଗ୍ରୀ, ହୀରାକୁଦର ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବାଲେଶ୍ବରର ତାପମାତ୍ରା ୩୯ ଡିଗ୍ରୀ, ପୁରୀର ତାପମାତ୍ରା ୩୩ ଡିଗ୍ରୀ, ଗୋପାଳପୁରର ତାପମାତ୍ରା ୩୩ ଡିଗ୍ରୀ ଏବଂ ପାରାଦୀପର ତାପମାତ୍ରା ୩୨ ଡିଗ୍ରୀ ରେକର୍ଡ କରାଯାଇଛି ।

ଆହୁରି ୩୬ ଘଣ୍ଟା ପର୍ଯ୍ୟନ୍ତ ଏପରି ପ୍ରକୋପ ରହିବ ବୋଲି ପାଣିପାଗ ବିଭାଗ (weather department) ସୂଚନା ଦେଇଛି । ଦିନ ୨.୩୦ ସୁଦ୍ଧା ଝାରସୁଗୁଡ଼ାର ତାପମାତ୍ରା ୪୩ ଡିଗ୍ରୀ ପାଖାପାଖି ପହଞ୍ଚିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି, ଗତ ୨୪ ଘଣ୍ଟାରେ ୩୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । କଟକ, ଭୁବନେଶ୍ୱର ଓ ବାରିପଦାରେ ହିଟ୍ ୱେଭ ସ୍ଥିତି ରହିଥିଲା । ତେବେ ଆଜି ଝାରସୁଗୁଡ଼ା, ମୟୂରଭଂଜ ସମେତ ଭୁବନେଶ୍ବର ଓ କଟକରେ ପ୍ରବଳ ଗ୍ରୀଷ୍ମ ଲହରୀ ବହିବ । ଏଥିପାଇଁ ଏହି ୪ଟି ସହରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏଥିସହ ବାକି ୮ଟି ସହରକୁ ହିଟ୍ ୱେଭ ୱାର୍ଣ୍ଣିଂ ଦିଆଯାଇଛି । ଆସନ୍ତାକାଲି ମଧ୍ୟ ଏଭଳି ସ୍ଥିତି ରହିବ । ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ପ୍ରବାହିତ ହେବ । ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, କେନ୍ଦୁଝର, ସୋନପୁର ଓ ବଲାଙ୍ଗିରରେ ହିଟ୍ ୱେଭ୍ ରହିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ । ତେବେ ଆଶ୍ବସ୍ତିର କଥା ହେଲା, ୩୬ ଘଣ୍ଟା ପରେ ତାତି କମିପାରେ । ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ଗୁରୁଚାପ ବଳୟ ଥିବାରୁ ଜଳୀୟବାଷ୍ପ ଆସିବ । ଯାହା ତାପମାତ୍ରାରେ ହ୍ରାସ ଘଟାଇବ । ୨୧ରୁ ୨୩ ଯାଏଁ କିଛି ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା କହିଛନ୍ତି ଉମାଶଙ୍କର ଦାଶ ।

ଏହି ଖବର ପଢ଼ନ୍ତୁ -  ହୃଦୟକୁ ଛୁଇଁଯିବା ପରି ଦୃଶ୍ୟ ! ସମୁଦ୍ର ମୁହାଁ ଅଲିଭ ରିଡ଼ଲେ କଇଁଛ ଶାବକ
Published by:Soubhagya Mishra
First published: