ପୁଣି ଚିନ୍ତା ବଢ଼ାଇଲା କରୋନା
News 18 Odia Digital
ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଲା କରୋନା । ଆଜି ୨୦୪ଟି ନୂଆ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଖ୍ୟା ପହଞ୍ଚିଛି ୮୭୨ । ଦିନକ ତଳେ ୧୫୫ କେସ୍ ସାମ୍ନାକୁ ଆସିଥିବାବେଳେ ଆଜିର ସଂଖ୍ୟା ବୃଦ୍ଧି ପୁଣି ଚିନ୍ତା ବଢ଼ାଇଛି। କ୍ୱାରେଣ୍ଟାଇନ କେନ୍ଦ୍ରରୁ ୧୧୯ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କଣ୍ଟାକ୍ଟରୁ ୯୫ଟି ମାମଲା ଆସିଛି।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟ ଅନୁଯାୟୀ ୧୮ ବର୍ଷରୁ କମ୍ ବୟସର ୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ପରି ଆଜି ମଧ୍ୟ ଖୋର୍ଦ୍ଧାରୁ ଅଧିକ ସଂଖ୍ୟକ ନୂଆ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସିଛି।
ଖୋର୍ଦ୍ଧାରେ ୮୬ ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୁଲରୁ ୨୨, କଟକରୁ ୩୮, ସୁନ୍ଦରଗଡ଼ରୁ ୧୮, ମୟୁରଭଞ୍ଜରୁ ୫ , ପୁରୀରୁ ୫, ସମ୍ୱଲପୁରରୁ ୩, ନୂଆପଡ଼ାରୁ ୪, ଦେବଗଡ଼ରୁ ୩, କେନ୍ଦ୍ରାପଡ଼ାରୁ ୨, ରାୟଗଡା, କନ୍ଧମାଳ, ଯାଜପୁର, ଢେଙ୍କାନାଳ ଓ ନୟାଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ଉଲ୍ଲେଖ ରହିଛି । ତେବେ ୬୧ ଜଣ କରୋନାରୁ ସୁସ୍ଥ ହୋଇଥିବା ଜଣାପଡ଼ିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।