ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସଫେଇ କର୍ମଚାରୀଙ୍କ ହାତରେ ଉଦ୍ଘାଟନ ହେଲା ମାଗଣା ଲୁଗା ଷ୍ଟଲ; 'ଥିଲେ ଦିଅ ନଥିଲେ ନିଅ'

ସଫେଇ କର୍ମଚାରୀଙ୍କ ହାତରେ ଉଦ୍ଘାଟନ ହେଲା ମାଗଣା ଲୁଗା ଷ୍ଟଲ; 'ଥିଲେ ଦିଅ ନଥିଲେ ନିଅ'

ରାଜଧାନୀରେ ଗରିବ ଲୋକଙ୍କୁ ସହଯୋଗ ନାଁରେ ଅଭିନବ ପ୍ରୟାସ ଆରମ୍ଭ କରିଛି ଲଷ୍ମୀସାଗର ଭଗତ ସିଂ ୟୁଥ ଆସୋସିଏସନ । ଗରିବ ଲୋକଙ୍କୁ ମାଗଣାରେ ଡ୍ରେସ, ଲୁଗା ପ୍ରଦାନ କରାଯାଉଛି ।

ସଫେଇ କର୍ମଚାରୀଙ୍କ ହାତରେ ଉଦ୍ଘାଟନ ହେଲା ମାଗଣା ଲୁଗା ଷ୍ଟଲ; 'ଥିଲେ ଦିଅ ନଥିଲେ ନିଅ'
ଗରିବ ଲୋକଙ୍କ ପାଇଁ ମାଗଣା ଲୁଗା ଷ୍ଟଲ ଖୋଲାଯାଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 3, 2021, 11:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଗରିବ ଲୋକଙ୍କୁ ସହଯୋଗ ନାଁରେ ଅଭିନବ ପ୍ରୟାସ ଆରମ୍ଭ କରିଛି ଲଷ୍ମୀସାଗର ଭଗତ ସିଂ ୟୁଥ ଆସୋସିଏସନ । ଗରିବ ଲୋକଙ୍କୁ ମାଗଣାରେ ଡ୍ରେସ, ଲୁଗା ପ୍ରଦାନ କରାଯାଉଛି । ଯାହାର ନାମ ରଖାଯାଇଛି 'ଯାହାର ଅଛି ଦିଅ, ଯାହାର ନାହିଁ ନିଅ' ।

ଆଜିକାଲି ଦୁନିଆରେ ଏପରି ଲୋକ ଅଛନ୍ତି ଯେଉଁମାନେ ନିଜର ଲାଜ ଲୁଚାଇବାକୁ କପଡ଼ା ଖଣ୍ଡେ ମଧ୍ୟ ପାଇପାରୁନାହାନ୍ତି। ଏହାକୁ ଆଖି ଆଗରେ ରଖି ଭୁବନେଶ୍ୱର ଲକ୍ଷ୍ମୀ ସାଗରରେ ଏକ ନୂଆ ପ୍ରୟାସ ଆରମ୍ଭ କରାଯାଇଛି।ଯେଉଁମାନଙ୍କର ପୁରୁଣା ଡ୍ରେସ ରହି ଯାଇଛି କିମ୍ବା ଅଦରକାରୀ ହୋଇ ରହିଛି ସେମାନେ ତାକୁ ଏଣେ ଏଣେ ନ ଫିଙ୍ଗି ସେଠାରେ ରଖିବାର ବ୍ୟବସ୍ଥା କରାଯାଇଛି। ଯେଉଁମାନଙ୍କର ନାହିଁ, ସେମାନେ ଆସି ନିଜ ଇଛା ମୁତାବକ ପୋଷାକ ନେଇପାରିବେ।

ପବିତ୍ର ଗାନ୍ଧୀ ଜୟନ୍ତୀରେ ଏହାର ଶୁଭାରମ୍ଭ କରି ଲଷ୍ମୀସାଗର ସ୍କୁଲ ନିକଟରେ ଏକ ଷ୍ଟଲ ପକାଇଛନ୍ତି ଭଗତ ସିଂ ୟୁଥ ଆସୋସିଏସନର କର୍ମକର୍ତ୍ତା । ଏହି ଷ୍ଟଲର ଉଦଘାଟନ କେହି ବଡ଼ ବଡ଼ ନେତା ବା କର୍ମୀଙ୍କ ଦ୍ଵାରା ହୋଇନି । ଜଣେ ସଫେଇ କର୍ମଚାରୀଙ୍କ ହାତରେ ଏହାର ଉଦଘାଟନ କରିଛନ୍ତି କ୍ଲବ ସଦସ୍ୟ।

"କରୋନା ପରଠୁ ଆମେ ଦେଖୁଛୁ ଗରିବ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଅର୍ଥ ଅଭାବରୁ ନିଜର ପରିବାରଙ୍କୁ ଭଲ ଡ୍ରେସ ଖଣ୍ଡେ ଦେଇ ପାରୁନାହଁନ୍ତି। ତେଣୁ ଆମେ କ୍ଲବ ପିଲା ଏଭଳି ଏକ ଯୋଜନା କରିବାକୁ ଆଲୋଚନା କଲୁ । ପ୍ରଥମ ଦିନରେ ଲୋକମାନେ ମଧ୍ୟ ବେଶ ସହଯୋଗ କରୁଛନ୍ତି । ଯାହାର ଅଦରକାରୀ ଡ୍ରେସ ଲୁଗାପଟା ରହିଯାଇଛି, ତାକୁ ସଫା କରି ଏହି ଷ୍ଟଲରେ ଦେଉଛନ୍ତି । ଫଳରେ ଗରିବ ଶ୍ରେଣୀର ଲୋକେ ମନ ଖୁସିରେ ନେଉଛନ୍ତି" ବୋଲି କହିଛନ୍ତି ଭଗତ ସିଂ ୟୁଥ ଆସୋସିଏସନର ସଭାପତି ବିଜୟ କେତନ ସାହୁ ।

ଜଣେ ସଫେଇ କର୍ମଚାରୀ ଏହି ଲୁଗା ଷ୍ଟଲ ଉଦଘାଟନ କରିଛନ୍ତି (ପ୍ରତୀକାତ୍ମକ ଛବି)


କ୍ଲବ ପିଲାଙ୍କ ଏଭଳି ପଦକ୍ଷେପକୁ ବେଶ ପ୍ରସଂଶା କରିଛନ୍ତି ସ୍ଥାନୀୟ ଲୋକେ । ସ୍ବଇଚ୍ଛାରେ ବହୁ ଲୋକ ନିଜ ଘରେ ଥିବା ଲୁଗାପଟାକୁ ଏଠାରେ ଦେଇଛନ୍ତି । ଆଉ କେହି କେହି ଏଭଳି ଷ୍ଟଲ ଅଧିକ ସ୍ଥାନରେ ଖୋଲିବାକୁ ମଧ୍ୟ ଆସୋସିଏସନ ପିଲାଙ୍କୁ ଅନୁରୋଧ କରିଛନ୍ତି ।

"ମୁଁ ଜଣେ ବି.ଏମ.ସି ର ସଫେଇ କର୍ମଚାରୀ । ମୁଁ ପ୍ରତିଦିନ ସକାଳୁ ରାସ୍ତା ଘାଟ ସଫାକରେ । ଭଗତ ସିଂ ୟୁଥ ଆସୋସିଏସନ ସଦସ୍ୟ ମାନେ ମୋତେ ମୁଖ୍ୟ ଅତିଥି ଭାବେ ଡାକିବା ସହ ଏହି ଷ୍ଟଲର ଉଦଘାଟନ କରେଇଥିବାରୁ ମୋତେ ଖୁସି ଲାଗୁଛି। ମୁଁ ପୂର୍ବରୁ କେବେ କେଉଁଠି ଏତେ ସମ୍ମାନର ଅଧିକାରୀ ହୋଇନି। ଆମ ପରି ଗରିବ ଖଟିଖିଆ ଲୋକଙ୍କ ପ୍ରତି ଏହା ବେଶ ଉପଯୋଗ ହେବ ବୋଲି କହିଛନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଜଣେ ସଫେଇ କର୍ମଚାରୀ ।
Published by: Soumya Das
First published: October 3, 2021, 11:01 AM IST