ଓଡ଼ିଶା ବିଜେପିରେ ନୂଆ ଅଧ୍ୟାୟ ଆରମ୍ଭ: ସମୀର ମହାନ୍ତି ଆନୁଷ୍ଠାନିକ ଭାବେ ଦାୟିତ୍ବ ନେଲେ

ସମୀର ମହାନ୍ତି କହିଛନ୍ତି ଯେ ସେ ଦଳର ନୀତି ଓ ଆଦର୍ଶକୁ ନେଇ ଚାଲିବେ ଓ ସମସ୍ତଙ୍କୁ ସାଥିରେ ନେବା ତାଙ୍କର ପ୍ରାଥମିକତା ହେବ । ‘‘ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଁ କାର୍ଯ୍ୟ କରିଆସୁଛି ଓ ତାହା ଜାରୀ ରଖିବି,’’ ସମର୍ଦ୍ଧିତ ହେବା ପରେ ସେ କହିଛନ୍ତି ।

ଓଡ଼ିଶା ବିଜେପିରେ ନୂଆ ଅଧ୍ୟାୟ ଆରମ୍ଭ: ସମୀର ମହାନ୍ତି ଆନୁଷ୍ଠାନିକ ଭାବେ ଦାୟିତ୍ବ ନେଲେ
ଆନୁଷ୍ଠାନିକ ଭାବେ ଦାୟିତ୍ବ ନେବା ପରେ ଅଭିଭାଷଣ ରଖୁଛନ୍ତି ସମୀର ମହାନ୍ତି ।
  • News18 Odia
  • Last Updated: January 17, 2020, 1:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ଆନୁଷ୍ଠାନିକ ଭାବେ ଦାୟିତ୍ବ ନେଇଛନ୍ତି ସମୀର ମହାନ୍ତି । ବିଦାୟୀ ସଭାପତି ବସନ୍ତ ପଣ୍ଡାଙ୍କ ଠାରୁ ଦାୟିତ୍ବ ନେବା ପରେ ସମୀର ଓଡ଼ିଶା ବିଜେପିର ନବମ ସଭାପତି ହେଲେ ।

ନୂଆ ସଭାପତି ଭାବେ ସମୀର ମହାନ୍ତିଙ୍କୁ ସମର୍ଦ୍ଧନା ଓ ଦାୟିତ୍ୱ ହସ୍ତାନ୍ତର ପାଇଁ ଦଳର ରାଜ୍ୟ ମୁଖ୍ୟାଳୟରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, ବିଜେପି କେନ୍ଦ୍ରୀୟ ଅଧିକାରୀ ସୌଦାନ ସିଂ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହଦେଓ, ବିଦାୟୀ ସଭାପତି ବସନ୍ତ ପଣ୍ଡା ଓ ଅନ୍ୟ ନେତାଗଣ । ବହୁ ଦଳୀୟ କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।

ଦୀର୍ଘ ୧୬ ବର୍ଷ ପରେ ଓଡ଼ିଶା ବିଜେପି ରାଜ୍ୟ ସଭାପତି ଭାବେ ପାଇଛି ଜଣେ  ଉପକୂଳ ନେତାଙ୍କୁ । ସମ୍ବର୍ଦ୍ଧନା ଲାଗି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବ୍ୟାପକ ଆୟୋଜନ କରାଯାଇଥିଲା। ବାଣ, ବାଜା ରୋଷଣୀ ରେ ସମୀରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆନୁଷ୍ଠାନିକ ଭାବେ ଦାୟିତ୍ବ ହସ୍ତାନ୍ତର କରିଥିଲେ ବସନ୍ତ ପଣ୍ଡା ।

ବିଦାୟୀ ସଭାପତି ବସନ୍ତ ପଣ୍ଡା ତାଙ୍କ ଅଭିଭାଷଣରେ କହିଥିଲେ ଯେ ତାଙ୍କ କାର୍ଯ୍ୟକାଳରେ ସେ ସମସ୍ତଙ୍କ ଠାରୁ ସହଯୋଗ ପାଇଛନ୍ତି। ନୂଆ ସଭାପତିଙ୍କୁ ସମସ୍ତେ ସହଯୋଗ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ଦଳର ତୁଙ୍ଗ ନେତୃତ୍ୱ ସମୀରଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ପ୍ରକାଶ କରିଥିଲେ।

‘‘ଦଳର ନୀତି ଓ ଆଦର୍ଶକୁ ନେଇ ଚାଲିବା ଓ ସମସ୍ତଙ୍କୁ ସାଥିରେ ନେବା ମୋ’ ପାଇଁ ହେବ ପ୍ରାଥମିକତା । ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଁ କାର୍ଯ୍ୟ କରିଆସୁଛି ଓ ତାହା ଜାରୀ ରଖିବି,’’ ସମର୍ଦ୍ଧିତ ହେବା ପରେ ନିଜ ଅଭିଭାଷଣରେ କହିଥିଲେ ସମୀର ।

ସମ୍ବର୍ଦ୍ଧନା ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀରଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯୋ ୨୦ ତାରିଖ ସୋମବାର ଦିନ ସଭାପତି ଆନୁଷ୍ଠାନିକ ଦାୟିତ୍ୱ ନେବେ ।

‘‘ତା’ ପୂର୍ବରୁ ରାଜ୍ୟରେ ବିଜେପି ସଶକ୍ତ ହୋଇ ପାରିଛି ଓ ନୂଆ ସଭାପତିଙ୍କ ନେତୃତ୍ୱରେ ରାଜ୍ୟରେ ଦଳ ଅଧିକ ମଜବୁତ ହେବ। ଆମର ଲକ୍ଷ୍ୟ କ୍ଷମତା ହାସଲ ଲାଗି ନୁହେଁ, ଏକ ଉନ୍ନତ ଓଡ଼ିଶା ଗଠନ କରିବା। ଯେଉଁ ସବୁ କେନ୍ଦ୍ରିୟ ଯୋଜନା ଲୋକାଭିମୁଖୀ ହୋଇ ପାରିନାହିଁ, ତାକୁ ଗୁରୁତ୍ବ ଦିଆଯିବ,’’ କହିଥିଲେ ଧର୍ମେନ୍ଦ୍ର ।
First published: January 17, 2020, 1:49 PM IST