ଟିକିରିର ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲାରେ ସଜାପ୍ରାପ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କର ମୃତ୍ୟୁ ହେଲା

ଗତ କିଛି ଦିନ ତଳେ ଝିଅର ବାହାଘର ପାଇଁ ପରୋଲ୍ ପାଇଁ ଆବେଦନ କରିଥିଲେ ନେତ୍ରାନନ୍ଦ, ହେଲେ ତାଙ୍କୁ ତାହା ମିଳି ନ ଥିଲା । ସେ ନିର୍ଦୋଷ ଥିଲେ ବୋଲି କହି ତାଙ୍କ ଝିଅ କହିଛନ୍ତି ଯେ ତାଙ୍କୁ ଷଡ଼ଯନ୍ତ୍ର କରି ଫସେଇବା ପରେ ପୁଣି ଷଡ଼ଯନ୍ତ୍ର କରି ମାରିଦିଆଯାଇଛି ।

ଟିକିରିର ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲାରେ ସଜାପ୍ରାପ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କର ମୃତ୍ୟୁ ହେଲା
ଦଣ୍ଡସେନାଙ୍କ ଝିଅ ଓ ସ୍ତ୍ରୀ (ବାମ)
  • News18 Odia
  • Last Updated: August 17, 2020, 11:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଜୟପୁର: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲାର ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କର ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ପାଇଁ ସରକାର, ପ୍ରଶାସନ ଓ ନେତାମାନଙ୍କୁ ଦାୟୀ କରି ତାଙ୍କ ଝିଅ ନଳିନି ପ୍ରଭା ଦଣ୍ଡସେନା କହିଛନ୍ତି ଯେ ନେତ୍ରାନନ୍ଦଙ୍କୁ ହତ୍ୟା କରାଯାଇଛି ।

ଇତିଶ୍ରୀ ହତ୍ୟା ମାମଲାରେ ୨୦୧୬ ଏପ୍ରିଲରେ ଦୋଷୀ ସାବ୍ୟସ୍ତ ହେବା ପର ଠାରୁ ନେତ୍ରାନନ୍ଦ କୋରାପୁଟ ମଣ୍ଡଳ କାରାଗାରରେ ଆଜୀବନ କାରାଦଣ୍ଡରେ ସଜା କାଟୁଥିଲେ । ରବିବାର ସନ୍ଧ୍ୟାରେ ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଜେଲ କତ୍ତୃପକ୍ଷ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରିବା ପରେ ଚିକିତ୍ସିତ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଥିବା ଜେଲ୍‌ ଓ ପୋଲିସ ପକ୍ଷରୁ କୁହାଯାଇଛି ।

ଦଣ୍ଡସେନାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ଲୋକେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି । ତାଙ୍କ ଝିଅ ନଳିନୀ ପ୍ରଭା ଦଣ୍ଡସେନା କହିଛନ୍ତି ଯେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି ।

ଶିକ୍ଷୟତ୍ରୀ ଇତିଶ୍ରୀ


‘‘ମୋ’ ବାପାଙ୍କୁ ଷଡ଼ଯନ୍ତ୍ର କରି ଫସେଇ ଦିଆଯାଇଥିଲା, ଆଉ ଆଜି ତାଙ୍କୁ ଷଡ଼ଯନ୍ତ୍ର କରି ମାରିଦିଆଗଲା । ମୋ’ ବାପାଙ୍କୁ କଲେକ୍ଟର ଓ ଏସ୍‌.ପି. ମିଶି ମାରିଦେଲେ । ସିବିଆଇ ତଦନ୍ତ କରିବା ପରେ ବି ମୋ’ ବାପାଙ୍କ ବିରୋଧରେ ଥିବା କୌଣସି ଅପରାଧ ଅଭିଯୋଗର ପ୍ରମାଣ ହୋଇ ନ ଥିଲା । ଏ ପର୍ଯ୍ୟନ୍ତ ତତ୍କାଳୀନ ଥାନା ଅଧିକାରୀ ଓ ରାୟଗଡର ବଡ଼ବଡ଼ିଆ ଦୁଇ ନେତାଙ୍କୁ ଏହି ମାମଲାରେ ଜଡିତ କରାଯାଉନି । ଆମ ପରିବାରର ଭରଣ ପୋଷଣ କେମିତି ହେବ?’’ କାନ୍ଦି କାନ୍ଦି କହିଛନ୍ତି ନଳିନୀ ପ୍ରଭା ।

ଗତ କିଛି ଦିନ ତଳେ ଝିଅର ବାହାଘର ପାଇଁ ପରୋଲ୍‌ ପାଇଁ ଆବେଦନ କରିଥିଲେ ନେତ୍ରାନନ୍ଦ, ହେଲେ ତାଙ୍କୁ ତାହା ମିଳି ନ ଥିଲା ।

ଏହା ବି ପଢ଼ନ୍ତୁ | ୯୬ ବର୍ଷ ବୟସରେ ସ୍ନାତକ ହୋଇ ଇତିହାସ ରଚିଲେ ଏହି ଇଟାଲି ନାଗରିକ

ଏହା ବି ପଢ଼ନ୍ତୁ | ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା; ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମେ ଦିଆଗଲା

ସମଗ୍ର ଇତିଶ୍ରୀ ହତ୍ୟାକାଣ୍ଡର ପୁର୍ନବାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ନଳିନୀ ପ୍ରଭା । ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ବି ଚେତାବନୀ ଦେଇଛନ୍ତି ଓ ସରକାରଙ୍କ ଠାରୁ କ୍ଷତିପୂରଣ ଦାବି କରିଛନ୍ତି । ‘‘ଆଜି ମୋ’ ନିର୍ଦୋଷ ବାପା ମରିଗଲେ । କାଲି ଯଦି ମୁଁ ଆତ୍ମହତ୍ୟା କରେ, ସେଥି ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ ରହିବେ,’’ ସେ କହିଛନ୍ତି ।



ପୂର୍ବତନ ସ୍କୁଲ୍‌ ହେଡମାଷ୍ଟର ତଥା ତତ୍କାଳୀନ ସ୍କୁଲ୍‌ ଇନସ୍ପେକ୍ଟର୍‌ ନେତ୍ରାନନ୍ଦ ଦଣ୍ଡସେନା ସ୍କୁଲ୍‌ ଶିକ୍ଷୟତ୍ରୀ ଇତିଶ୍ରୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ତା’ପରେ ଇତିଶ୍ରୀଙ୍କୁ କେହି ଜଣେ ନିଆଁ ଲଗାଇ ଜଳାଇ ଦେଇଥିଲା । ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଇତିଶ୍ରୀ ୨୦୧୩ ନଭେମ୍ବର ୧ ତାରିଖରେ ମୃତ୍ୟୁ ବରଣ କରିଥିଲେ ।
Published by: Anand Shankar Thankur Das
First published: August 17, 2020, 11:44 PM IST
corona virus btn
corona virus btn
Loading