ଭାରତୀୟ ପ୍ରସାଶନିକ ସେବା ଭଳି ଲୋଭନୀୟ ଚାକିରିକୁ ଗୋଇଠା ମାରିଥିଲେ ଓଡ଼ିଆ ପୁଅ ସୁବାଷ : ଜୟନ୍ତୀରେ ଜାଣନ୍ତୁ ତାଙ୍କ ଜୀବନ ସମ୍ପର୍କରେ

ଭାରତୀୟ ସ୍ବାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନକୁ ସହଜରେ ଭୁଲାଯାଇପାରିବ ନାହିଁ ତଥାପି ଅନେକେ ପ୍ରଶ୍ନ କରନ୍ତି ତାଙ୍କୁ ଯେଉଁ ସମ୍ମାନ ମିଳିବା କଥା ପ୍ରକୃତରେ ସେତିକି ମିଳିନାହିଁ ।

ଭାରତୀୟ ପ୍ରସାଶନିକ ସେବା ଭଳି ଲୋଭନୀୟ ଚାକିରିକୁ ଗୋଇଠା ମାରିଥିଲେ ଓଡ଼ିଆ ପୁଅ ସୁବାଷ : ଜୟନ୍ତୀରେ ଜାଣନ୍ତୁ ତାଙ୍କ ଜୀବନ ସମ୍ପର୍କରେ
ଜର୍ମାନୀରେ ନେତାଜୀଙ୍କର ଏକ ପୁରୁଣା ଫଟୋ
  • News18 Odia
  • Last Updated: January 23, 2020, 1:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ୧୯୨୦ରେ ଭାରତ ବ୍ରିଟିସ୍ ମାନଙ୍କ ଦ୍ବାରା ଶାସିତ ହେଉଥିବା ବେଳେ ଜଣେ ଭାରତୀୟ ସେ ସମୟରେ ଆଇସିଏସ୍(ଇଣ୍ଡିଆନ ସିଭିଲ ସର୍ଭିସ ପରୀକ୍ଷା)ପରୀକ୍ଷାରେ ଟପ୍ପର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସେତେବେଳର ବ୍ରିଟିସ ସରକାର ମଧ୍ୟ ଏହି ପିଲାର ମେଧା ଦେଖି ବିସ୍ମିତ ହେବା ସହ ତାଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କୃତ କରିଥିଲେ । ଏହି ବିସ୍ମୟ ବାଳକ ଥିଲେ ନେତାଜୀ ସୁବାଷଚନ୍ଦ୍ର ବୋଷ । ମାତ୍ର ଏତେବଡ଼ ସଫଳତା ପାଇବା ପରେ ବି ନେତାଜୀଙ୍କୁ ଏହା ଶାନ୍ତି ଦେଇପାରିନଥିଲା । କାରଣ ତାଙ୍କର ମାତୃଭୂମିକୁ ପରାଧୀନ କରିଥିବା ବ୍ରିଟିସ୍ ମାନଙ୍କ ପାଖରେ ଚାକିରି କରିବାକୁ ସେ ଲଜ୍ଜା ବୋଲି ଅନୁଭବ କରିଥିଲେ । ପରେ ୨୨-୪-୧୯୨୧ରେ ହଠାତ୍ ଏକ ଚିଠି ଲେଖି ନେତାଜୀ ବ୍ରିଟିସ୍ ସରକାରଙ୍କୁ କହିଥିଲେ ଯେ, ଜଣେ ଭାରତୀୟ ପ୍ରଶାସନିକ ପ୍ରୋବେସନାରୀ ଭାବେ ଲିଷ୍ଟରୁ ତାଙ୍କ ନାମକୁ ହଟାଯାଉ ଏବଂ ସେ ପାଉଥିବା ୧୦୦ ପାଉଣ୍ଡ ମଧ୍ୟ ତୁରନ୍ତ ଏହି ଚିଠି ଗ୍ରହଣ ହେଲେ ଫେରସ୍ତ ମଧ୍ୟ କରିଦେବେ । ମାତୃଭୂମିର ପରାଧୀନତା ତାଙ୍କୁ ଏକ ଏତେମାତ୍ରାରେ କଷ୍ଟ ଦେଇଥିଲା ଯ, ସେ ଆଇସିଏସ୍ ଭଳି ଏକ ଲୋଭନୀୟ ଚାକିରିକୁ ମଧ୍ୟ ତ୍ୟାଗ କରିବାକୁ ପଛାଇନଥିଲେ ।

ଆଇସିଏସ୍ ଚାକିରି ଛାଡିବା ସମୟରେ ବ୍ରିଟସ୍ ସରକାରଙ୍କୁ ନେତାଜୀ ଲେଖିଥିବା ଚିଠି


‘‘ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ହିରୋସୀମା ଓ ନାଗାସାକି ଉପରେ ଯେଉଁସମୟରେ ଆମେରିକା ପକ୍ଷରୁ ପରମାଣୁ ବୋମା ନିକ୍ଷେପ ପରେ ଜାପାନ ସରକାର ଦୟନୀତି ସ୍ଥିତିକୁ ଚାଲି ଆସିବାରୁ ବ୍ରିଟିସ ସରକାର ବିରୋଧରେ ଯୁଦ୍ଧର ଡାକରା ଦେଇଥିବା ନେତାଜୀ ଯୁଦ୍ଧ ବିରତି ଘୋଷଣା କରିଥିଲେ । ଆଜାଦ ହିନ୍ଦ୍ ଫୌଜରେ ଥିବା ଭାରତୀୟ ସୈନ୍ୟମାନେ ଘରକୁ ଫେରିଆସିଥିଲେ । ପରେ ହଠାତ୍ ଖବର ଆସିଥିଲା ଯେ, ନେତାଜୀ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଏହାପରେ ବ୍ରିଟିସ୍ ସରକାର ଆଜାଦ ହିନ୍ଦ ଫୌଜରେ ଯୋଗଦେଇଥିବା ଭାରତୀୟମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଥିଲେ । ତେବେ ଏହାକୁ ବ୍ରିଟିସ୍ ସରକାରରେ କାର୍ଯ୍ୟକରୁଥିବା ଭାରତୀ ସୈନ୍ୟମାନେ ସହଜରେ ଗ୍ରହଣ କରିପାରିନଥିଲେ । ସେମାନେ ୧୯୪୬ରେ ବିଦ୍ରୋହ ଆରମ୍ଭ କରିଦେବା ସହ ୪୦ଟି ୟୁନିଟରେ ଥିବା କ୍ୟାମ୍ପ ଏବଂ ବିଭିନ୍ନ ଜିନିଷପତ୍ରକୁ ଜାଳିଦେଇଥିଲେ । ୧୭୭ଟି ଜାହାଜକୁ ବୁଡ଼ାଇଦେଇଥିଲେ ଫଳରେ ଇଂରେଜମାନେ କଂଗ୍ରେସକୁ ପାଓ୍ବାରଅଫ ଆଟର୍ଣ୍ଣି ଦେବା ନେଇ ଚିନ୍ତା କରିଥିଲେ‘‘ ବୋଲି ଲେଖକ ବିଭୁଧ ରଞ୍ଜନଙ୍କ ପୁସ୍ତକରେ ଉଲ୍ଲେଖ କରିଥିବାବେଳେ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗାଲ ‘ବୋଷ ଦ ଫରଗଟନ ହିରୋ‘ ପୁସ୍ତକରେ ମଧ୍ୟ ଏ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।

 

 

୨୩ ଜାନୁଆରୀ ୧୮୯୭ରେ ଓଡ଼ିଶାର ତତ୍କାଳୀନ ରାଜଧାନୀ କଟକଠାରେ ଜାନକୀନାଥ ବୋଷ ଏବଂ ପ୍ରଭାତୀ ଦେବୀଙ୍କ ଔରଷରୁ ଜନ୍ମ ଗ୍ରହଣ କରିଥିଲେ ସୁବାଷ ଚନ୍ଦ୍ର ବୋଷ । ପିତା ଜଣେ ପ୍ରସିଦ୍ଧ ଓକିଲ ଥିବାବେଳେ ମାତା ଅତ୍ୟନ୍ତ ଧର୍ମପ୍ରାୟଣା ଥିଲେ । ସୁବାଷ ବୋଷ ଛୋଟବେଳୁ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ ଏବଂ କଲିକତା ପ୍ରୋଭିନ୍ସରୁ ସେତେବେଳେ ମାଟ୍ରିକରେ ଟପ୍ କରିଥିବାବେଳେ କଲିକତାର ସ୍କଟିସ୍ କଲେଜରୁ ଫିଲୋସଫିରେ ପ୍ରଥମଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ । ସ୍ବାମୀ ବିବେକାନନ୍ଦଙ୍କ  ଜୀବନୀରେ ପ୍ରଭାବିତ ହୋଇ ଛୋଟବେଳୁ ତାଙ୍କ ଭିତରେ ଦେଶଭକ୍ତିରେ ବୀଜ ରୋପଣ ହୋଇଥିଲା । ପରିବାରର ଇଚ୍ଛା ପୂରଣ ଲାଗି ୧୯୧୯ରେ ଇଂଲଣ୍ଡ ଯାଇଥିଲେ ସୁବାଷ ଏବଂ ୧୯୨୦ରେ ଆଇସିଏସ୍ ପାଇଁ ଚୟନ ହୋଇଥିଲେ ମାତ୍ର ଜାଲିଆନାଓ୍ବାଲା ବାଗ୍ ହତ୍ୟାକାଣ୍ଡ ତାଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା ଏବଂ ସେ ୧୯୨୧ରେ ଚାକିରି ଛାଡ଼ି ବ୍ରିଟିସମାନଙ୍କ ବିରୋଧରେ ଲଢ଼େଇ କରିବା ଲାଗି ଭାରତ ଫେରିଆସିଥିଲେ ।
First published: January 23, 2020, 1:40 PM IST
corona virus btn
corona virus btn
Loading