କଳିଙ୍ଗ ଷ୍ଟାଡିୟମରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଧସ୍ତାଧସ୍ତି
News 18 Odia Digital
ଭୁବନେଶ୍ୱର; କଳିଙ୍ଗ ଷ୍ଟାଡିୟମରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ନେପାଳ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଚାଲିଥିଲା । ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ହଠାତ୍ ଠେଲାପେଲା-ଧସ୍ତାଧସ୍ତି ହୋଇଥିବାର ଦେଖିବାକୁ ମିଳିଥିଲା ।
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୨୦ ବର୍ଷରୁ କମ୍ ଦକ୍ଷିଣ ଏସୀୟ ଫୁଟବଲ ଚମ୍ପିଆନସିପ ଅନୁଷ୍ଠିତ ହୋଇଛି । ଗତ ୨୫ ତାରିଖରୁ ଏହି ମ୍ୟାଚ୍ ଆରମ୍ଭ ହୋଇଥିବାବେଳେ ଆସନ୍ତା ୫ ତାରିଖରେ ଫାଇନାଲ ମ୍ୟାଚ୍ ରହିଛି । ଆଜି ଲିଗ୍ ପର୍ଯ୍ୟାୟ ଶେଷ ମ୍ୟାଚ ଖେଳାଯାଉଥିବା ସମୟରେ ଏହି ଘଟଣା ଘଟିଥିବା ଖବର ମିଳିଛି । ଯେଉଁ ଖେଳାଳିଙ୍କୁ ମ୍ୟାଚ୍ରେ ରେଡ୍ କାର୍ଡ ଦିଆଯାଇଛି ସେମାନେ ଫାଇନାଲ ମ୍ୟାଚ୍ରୁ ବାସନ୍ଦ ରହିବେ ।
ଏଭଳି ପରିସ୍ଥିତିକୁ ଦେଖି କିଛି ସମୟ ପାଇଁ ମ୍ୟାଚ୍ ସ୍ଥଗିତ ରହିଥିଲା । ଉତ୍ତେଜନା କମିବା ପରେ ମ୍ୟାଚ୍ ରେଫରି ଉଭୟ ପକ୍ଷର ଦୁଇ ଖେଳାଳିଙ୍କୁ ରେଡ୍ କାର୍ଡ ଦେଖାଇଥିଲେ । ସେପଟେ ଗ୍ରାଉଣ୍ଡରେ ଏଭଳି ସ୍ଥିତି ଦେଖି ଉପସ୍ଥିତ ଦର୍ଶକ ବି ଛାନିଆ ହୋଇଯାଇଥିଲେ । ତେବେ କଣ ପାଇଁ ସେମାନେ ପଡ଼ିଆରେ ଏଭଳି ମାରପିଟ୍ କରୁଥିଲେ ତାହାର ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ମ୍ୟାଚ ପୁଣିଥରେ ଆରମ୍ଭ କରାଯାଇଥିଲା । ତେବେ ବିଳମ୍ବରେ ଖେଳାଯାଇଥିବାରୁ ଏହି ମ୍ୟାଚର ଶେଷ ମଧ୍ୟ ବିଳମ୍ବରେ ହୋଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।