NEET UG 2021: ଫେଜ୍-୨ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହେଲା; ଜାଣନ୍ତୁ କିଛି ଜରୁରୀ ତଥ୍ୟ

NEET UG Phase 2 registration starts | ଡାକ୍ତରୀ ପ୍ରାର୍ଥୀମାନେ ଧ୍ୟାନ ଦେବା ଉଚିତ ଯେ ଦ୍ୱିତୀୟ ସେଟ୍ ପାଇଁ ଆବେଦନ ଫର୍ମ ପୂରଣ କରିବା ପାଇଁ ସେମାନଙ୍କୁ ଆଉ କୌଣସି ଅତିରିକ୍ତ ଫି ଦେବାକୁ ପଡ଼ିବ ନାହିଁ ।

ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ NEET ଫେଜ୍-୨ ଆପ୍ଲିକେଶନ୍ ୱିଣ୍ଡୋ ଖୋଲା ରହିବ ।

ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ NEET ଫେଜ୍-୨ ଆପ୍ଲିକେଶନ୍ ୱିଣ୍ଡୋ ଖୋଲା ରହିବ ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ନୀଟ୍‌ ୟୁ.ଜି. (NEET UG) ପାଇଁ ପଞ୍ଜୀକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହି ବର୍ଷ ଡାକ୍ତରୀ ପ୍ରାର୍ଥୀମାନଙ୍କୁ NEET UG ପାଇଁ ଆବେଦନର ଦ୍ୱିତୀୟ ସେଟ୍‌ ପୂରଣ କରିବାକୁ ପଡି଼ବ । ଏମିତି କରାଯିବାର କାରଣ ହେଉଛି ଯେ ଏହା ଦ୍ୱାରା ଡାକ୍ତରୀ ପ୍ରାର୍ଥୀମାନଙ୍କ ତଥ୍ୟ ଶୀଘ୍ର ସଂଗ୍ରହ କରାଯାଇପାରିବ । ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ NEET ଫେଜ୍‌-୨ ଆପ୍ଲିକେଶନ୍‌ ୱିଣ୍ଡୋ ଖୋଲା ରହିବ ।

ଏନ୍‌.ଟି.ଆର୍‌.ର ବିଜ୍ଞପ୍ତିରେ କୁହାଯାଇଛି ଯେ ସଫଳତାର ସହ ପଞ୍ଜୀକୃତ ହୋଇଥିବା ଓ ପରୀକ୍ଷା ଫି ଜମା କରିଥିବା ସବୁ ପ୍ରାର୍ଥୀଙ୍କୁ NEET (UG)-୨୦୨୧ ପାଇଁ ଦ୍ୱିତୀୟ ଆବେଦନ ଫର୍ମ ପୂରଣ କରିବାକୁ ପଡି଼ବ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଯଦି ପ୍ରାର୍ଥୀମାନେ ପ୍ରଥମ ପର୍ଯ୍ୟାୟ ଆବେଦନ ଫର୍ମରେ କୌଣସି ସଂଶୋଧନ କରିବାକୁ ଚାହାଁନ୍ତି, ତେବେ NTA ଏଭଳି ପ୍ରାର୍ଥୀଙ୍କୁ ଲିଙ୍ଗ, ଜାତୀୟତା, ଇମେଲ, ବର୍ଗ, ଉପ-ବର୍ଗ ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଶିକ୍ଷାଗତ ବିବରଣୀ ସଂଶୋଧନ କରିବାର ସୁଯୋଗ ଦେବ ।

ଏହା ବି ପଢ଼ନ୍ତୁ | Jobs Alert: ଓଡ଼ିଶାରେ ଅମିନ, RI ଓ ଫରେଷ୍ଟ ଗାର୍ଡ଼ ଆଦି ୨,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁ

ପ୍ରାର୍ଥୀମାନେ ଧ୍ୟାନ ଦେବା ଉଚିତ ଯେ ଦ୍ୱିତୀୟ ସେଟ୍ ପାଇଁ ଆବେଦନ ଫର୍ମ ପୂରଣ କରିବା ପାଇଁ ସେମାନଙ୍କୁ ଆଉ କୌଣସି ଅତିରିକ୍ତ ଫି ଦେବାକୁ ପଡ଼ିବ ନାହିଁ । ଯଦି ଜଣେ ପ୍ରାର୍ଥୀ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପଞ୍ଜୀକରଣ କରିବାରୁ ବଞ୍ଚିତ ହୁଅନ୍ତି, ତେବେ ତାଙ୍କର ପ୍ରାର୍ଥୀପତ୍ର ବାତିଲ ହୋଇଯିବ ଓ ଏମିତି ପ୍ରାର୍ଥୀଙ୍କୁ NEET ଫଳାଫଳ ୨୦୨୧ ଦିଆଯିବ ନାହିଁ ବୋଲି କୁହାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଫ୍ରି ଫାୟାର୍ ଗେମ୍ ଖେଳିବାକୁ ମା’ ମନା କଲାରୁ ଆତ୍ମହତ୍ୟା କଲା କେନ୍ଦୁଝରର ସ୍କୁଲ୍ ଛାତ୍ର

NEET ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ସମୟରେ ପ୍ରାର୍ଥୀମାନଙ୍କୁ ଏହି ବିବରଣୀଗୁଡିକ ପ୍ରବେଶ କରିବାକୁ ପଡିବ:

ଆବାସିକ ପ୍ରମାଣ;
ପରୀକ୍ଷା ପ୍ରସ୍ତୁତିର ପଦ୍ଧତି (Mode of Preparation)
ଦଶମ ଓ ଏକାଦଶ ଶ୍ରେଣୀର ଶିକ୍ଷାଗତ ବିବରଣୀ

ଦଶମ ଓ ଏକାଦଶ ଶ୍ରେଣୀ ପରୀକ୍ଷା ପାସ୍ କରିବା ବର୍ଷ

ପିତାମାତାଙ୍କ ବାର୍ଷିକ ଆୟ
Published by:Anand S.T. Das
First published: