ନିଜ ଉତ୍ପାଦନ କ୍ଷମତା ୧.୧ ମେଟ୍ରିକ୍‌ ଟନ୍‌ରୁ ୧୦ ମେଟ୍ରିକ୍ ଟନ୍କୁ ବଢ଼ାଇବ ନିଳାଚଳ ଇସ୍ପାତ ନିଗମ

ଏଯାବତ୍‌ ରାଷ୍ଟ୍ରାୟତ୍ତ ଥିବା ଏହି କମ୍ପାନୀରେ ବର୍ତ୍ତମାନ ୧,୫୪୦ ଜଣ ସ୍ଥାୟୀ କର୍ମଚାରୀ ଥିବା ବେଳେ ବାହାରୁ ବା ଠିକା କର୍ମଚାରୀ ଭାବେ ୯୭୦ ଜଣ କର୍ମଚାରୀ କାମ କରୁଛନ୍ତି । ଉତ୍ପାଦନ କ୍ଷମତା ବଢ଼ିଲେ ନିଯୁକ୍ତି ସୁଯୋଗ ଆହୁରି ବଢ଼ିବ ବୋଲି କହିଛି କମ୍ପା‌ନୀ ।

ନିଜ ଉତ୍ପାଦନ କ୍ଷମତା ୧.୧ ମେଟ୍ରିକ୍‌ ଟନ୍‌ରୁ ୧୦ ମେଟ୍ରିକ୍ ଟନ୍କୁ ବଢ଼ାଇବ ନିଳାଚଳ ଇସ୍ପାତ ନିଗମ
ନିଳାଚଳ ଇସ୍ପାତ ଲିମିଟେଡ୍‌ କମ୍ପାନୀର ଫାଇଲ ଫୋଟ
  • News18 Odia
  • Last Updated: January 10, 2020, 1:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନିଜର ଉତ୍ପାଦନ କ୍ଷମତାକୁ ୧୦ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ନିଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌) । ବର୍ତ୍ତମାନ କମ୍ପାନୀର ଉତ୍ପାଦନ କ୍ଷମତା ୧.୧ ମେଟ୍ରିକ୍‌ ଟନ୍‌ ଥିବା ବେଳେ ୨ଟି ପର୍ଯ୍ୟାୟରେ ଏହାକୁ ବୃଦ୍ଧି କରାଯିବ ।

କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବାର ନିଷ୍ପତ୍ତି ନେବା ପରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କହିଛି କମ୍ପାନୀ । ଏଯାବତ୍‌ ରାଷ୍ଟ୍ରାୟତ୍ତ ଥିବା ଏହି କମ୍ପାନୀରେ ବର୍ତ୍ତମାନ ୧,୫୪୦ ଜଣ ସ୍ଥାୟୀ କର୍ମଚାରୀ ଥିବା ବେଳେ ବାହାରୁ ବା ଠିକା କର୍ମଚାରୀ ଭାବେ ୯୭୦ ଜଣ କର୍ମଚାରୀ କାମ କରୁଛନ୍ତି । ଉତ୍ପାଦନ କ୍ଷମତା ବଢ଼ିଲେ ନିଯୁକ୍ତି ସୁଯୋଗ ଆହୁରି ବଢ଼ିବ ବୋଲି କହିଛି କମ୍ପା‌ନୀ ।

ଉତ୍ପାଦିତ ଷ୍ଟିଲ୍‌ର ପ୍ରତୀକାତ୍ମକ ଫୋଟ


ଉତ୍ପାଦନ ବଢ଼ିଲେ ଏମଏସ୍‌ଏମ୍‌ଇ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ । ଏଥିସହ ବର୍ତ୍ତମାନ କମ୍ପାନୀରେ ଲାଗି ରହିଥିବା ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ କର୍ମଚାରୀଙ୍କ ଦରମା ମିଳିବାରେ ହେଉଥିବା ବିଳମ୍ବ ମଧ୍ୟ ଦୂର ହେବ ।

ନୂଆ ନିବେଶକମାନେ ସେମାନଙ୍କ ପୁଞ୍ଜି ନିବେଶ କରିବେ । ଯଦ୍ବାରା କମ୍ପାନୀ ବିଶ୍ବସ୍ତରୀୟ ହୋଇପାରିବ ।

୨୦୩୦ ସୁଦ୍ଧା କମ୍ପାନୀ ୩୦୦ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ଲକ୍ଷ୍ୟ ରଖିଥିବା ବେଳେ ଓଡ଼ିଶାରୁ ତାର ୩୦ ପ୍ରତିଶତ ଉତ୍ପାଦ ଆସିବ ବୋଲି ଆଶା କରାଯାଉଛି ।

ଛୋଟ ଛୋଟ ଇଣ୍ଡଷ୍ଟ୍ରିଜ୍‌ମାନେ ମଧ୍ୟ ସେମାନଙ୍କ ଅଗ୍ରଗତି କ୍ଷେତ୍ରରେ ସୁଧାର ଆଣିପାରିବେ ।

ଖାଲି ସେତିକି ନୁହେଁ, ନିଳାଚଳ ଇସ୍ପାତ କଳିଙ୍ଗ ନଗର ଇସ୍ପାତ ହବ୍‌ର ଏକ ପ୍ରମୁଖ ସଦସ୍ୟ ହୋଇପାରିବ । ଏଥିସହ ଦକ୍ଷତା ବିକାଶ, ଉଚ୍ଚଶିକ୍ଷା ଓ ଇସ୍ପାତ ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ବିକାଶ ହୋଇପାରିବ ।

କମ୍ପାନୀ ବିଗତ ୨୦ ବର୍ଷରେ ତାର ଗୁଣବତ୍ତାରେ ଯଥେଷ୍ଟ ପ୍ରଗତି କରାଇ ପାରିବ ବୋଲି ଆଶା କରାଯାଉଛି ।
First published: January 10, 2020, 1:01 PM IST