୮ ମାସ ହେଲା ନୀଳାଚଳ ଇସ୍ପାତର କର୍ମଚାରୀମାନଙ୍କୁ ମିଳିନି ଦରମା; ରାଜନୈତିକ ଦୋଷ ଲଦାଲଦି ଚାଲିଛି

ନୀଳାଚଳ ଇସ୍ପାତ କାରଖାନା ପରିସରରେ ବିକ୍ରିଯୋଗ୍ଯ ପ୍ରାୟ ୨୫୦ କୋଟି ଟଙ୍କାର ପ୍ରସ୍ତୁତ ସାମଗ୍ରୀ ପଡ଼ିରହିଛି । ଏହାକୁ ନେଇ ବର୍ତ୍ତମାନ ରାଜନୀତି ତୀବ୍ର ହୋଇଛି । ଘରୋଇକରଣ ପ୍ରସଙ୍ଗ ଓ କର୍ମଚାରୀଙ୍କ ଦୁର୍ଦ୍ଦଶାକୁ ନେଇ ରାଜନୀତି ତୀବ୍ର ହୋଇଛି ।

୮ ମାସ ହେଲା ନୀଳାଚଳ ଇସ୍ପାତର କର୍ମଚାରୀମାନଙ୍କୁ ମିଳିନି ଦରମା; ରାଜନୈତିକ ଦୋଷ ଲଦାଲଦି ଚାଲିଛି
କାରଖାନାକୁ ଚାଲୁ କରିବା ପାଇଁ ଦାବି କରି ଆନ୍ଦୋଳନ କରୁଛନ୍ତି କର୍ମଚାରୀମାନେ ।
  • News18 Odia
  • Last Updated: October 29, 2020, 10:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କଳିଙ୍ଗ ନଗରରେ ପ୍ରତିଷ୍ଠିତ ଏକ ମାତ୍ର ରାଷ୍ଟ୍ରାୟତ୍ତ ଉଦ୍ଯୋଗ ନୀଳାଚଳ ଇସ୍ପାତ କାରଖାନାର ଅଚଳାବସ୍ଥାକୁ ନେଇ ତେଜିଛି ରାଜନୀତି । ଦୀର୍ଘ ଆଠ ମାସ ଧରି ନୀଳାଚଳ ଇସ୍ପାତର ପାଞ୍ଚ ହଜାର କର୍ମଚାରୀ ଦରମା ନ ପାଇ ହନ୍ତସନ୍ତ ହେଉଥିବା ବେଳେ ଉଦ୍ଯୋଗର ଘରୋଇକରଣ ବି ହୋଇପାରୁନି । ଏଭଳି ସ୍ଥିତିରେ ବିଜେଡି ଏ ପ୍ରସଙ୍ଗରେ କେନ୍ଦ୍ରକୁ ଦୋଷ ଦେଇଛି।

କେନ୍ଦ୍ର ସରକାର ଦ୍ବିତୀୟ ଇସ୍ପାତ କାରଖାନା କଥା ପୋଷ୍ଟରରେ କହିଥିଲେ, କିନ୍ତୁ ଏବେ ରାଷ୍ଟ୍ରାୟତ୍ତ ଉଦ୍ଯୋଗ ଯାଇ ଘରୋଇ କମ୍ପାନୀ ଆସୁଥିବାରୁ ଏହା ଏକ ଖରାପ ବାର୍ତ୍ତା ଦେଉଛି ବୋଲି କହିଛି ରାଜ୍ୟର ଶାସକ ଦଳ ବିଜେଡି କହିଛି । ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଦଳ ଉଭୟ ମୁଖ୍ଯ ମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ ମଧ୍ଯ ଏହାର ଉତ୍ତର ମିଳି ନାହିଁ ବୋଲି ଏଆଇସିସି ସମ୍ପାଦକ ଶରତ ରାଉତ କହିଛନ୍ତି । ଏହି ସବୁ ସ୍ଥିତିରେ ଅସହାୟ ହୋଇ ପଡ଼ିଛନ୍ତି କର୍ମଚାରୀମାନେ ।

ଏହା ବି ପଢ଼ନ୍ତୁ ବିହାର ନିର୍ବାଚନ ପ୍ରଚାରରୁ ଫେରି ଅମିଶା ପଟେଲ କହିଲେ, ‘‘ସେଠି ମୋର ରେପ୍ ହୋଇଯାଇଥାନ୍ତା’’

ରାଜ୍ଯର ଦ୍ବିତୀୟ ଇସ୍ପାତ କାରଖାନା ନୀଳାଚଳ ଇସ୍ପାତ ଅଶୀ ଦଶକରେ ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥା ସହଯୋଗରେ କାର୍ଯ୍ୟକାରୀ ହୋଇଥିଲା । ୧.୧ ମିଲିୟନ ଟନ୍‌ ଇସ୍ପାତ ଉତ୍ପାଦନ କ୍ଷମତା ରଖିଥିବା ଏହି କାରଖାନାରେ ଓଡ଼ିଶା ସରକାରଙ୍କ ଅଧୀନରେ ପରିଚାଳିତ ବିଭିନ୍ନ ସଂସ୍ଥା ଜରିଆରେ ୩୨.୪୭ ପ୍ରତିଶତ ଓ ଭାରତ ସରକାରଙ୍କ ଏମ୍‌.ଏମ୍‌.ଟି.ସି.ର (MMTC) ୪୯.୭୮ ପ୍ରତିଶତ ଅଂଶଧନ ରହିଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ବାରା ନୀଳାଚଳ ଇସ୍ପାତରୁ ପୁଞ୍ଜି ନିବେଶ ସମ୍ପୂର୍ଣ୍ଣ ପ୍ରତ୍ଯାହାର କରିନେବା ନିଷ୍ପତ୍ତି ଫଳରେ ପ୍ରମୁଖ ଅଂଶୀଦାର ଏମଏମଟିସି (MMTC) ସମେତ ଅନ୍ଯ ଅଂଶୀଦାରମାନେ ଅର୍ଥ ବିନିଯୋଗ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଫଳରେ କାରଖାନା ପୂରା ବନ୍ଦ ହୋଇଯାଇଛି । ଶ୍ରମିକ ଓ କର୍ମଚାରୀମାନେ ଗତ ଆଠ ମାସ ଧରି ଦରମା ନ ପାଇ ହନ୍ତସନ୍ତ ହେଉଛନ୍ତି।

ବିଜେଡି ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକଙ୍କ ଟ୍ୱିଟ୍


ଏହା ବି ପଢ଼ନ୍ତୁ ଏହି ନେତାଙ୍କୁ ଗୁରୁ ମାନୁଥିଲେ ନରେନ୍ଦ୍ର ମୋଦୀ, ନିର୍ବାଚନ ଜିତିବା ପରେ ତାଙ୍କ ଆଶିର୍ବାଦ ନେଉଥିଲେ, ମିଠା ଖୁଆଉଥିଲେ

କାରଖାନା ପରିସରରେ ବିକ୍ରିଯୋଗ୍ଯ ପ୍ରାୟ ୨୫୦ କୋଟି ଟଙ୍କାର ପ୍ରସ୍ତୁତ ସାମଗ୍ରୀ ରହିଥିଲେ ମଧ୍ଯ ଏଭଳି ଦୋଦୁଲ୍ଯମାନ ସ୍ଥିତିରେ ସେ ସବୁ ସେହିଭଳି ପଡ଼ି ରହିଛି । ଏହାକୁ ନେଇ ବର୍ତ୍ତମାନ ରାଜନୀତି ତୀବ୍ର ହୋଇଛି । ବିରୋଧୀ ଦଳ କଂଗ୍ରେସ ଏ ପ୍ରସଙ୍ଗରେ ମୁଖ୍ଯ ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ ବି ଏହାର ଉତ୍ତର ମିଳି ନାହିଁ । ଏଭଳି ସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାଣିଶୁଣି ଗୋଟିଏ ଲାଭଜନକ ଉଦ୍ଯୋଗକୁ ଏକ ଘରୋଇ କମ୍ପାନୀ ହାତରେ ଟେକି ଦେବାକୁ ବସିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ ।

କର୍ମଚାରୀମାନେ ମଧ୍ଯ ଦରମା ନ ପାଇଁ ଅତି କଷ୍ଟରେ କାଳାତିପାତ କରୁଛନ୍ତି । ଏ ନେଇ ବାରମ୍ବାର ଆନ୍ଦୋଳନ କଲେ ମଧ୍ଯ କିଛି ଫଳ ମିଳୁ ନ ଥିବା କହିଛନ୍ତି ସେମାନେ । ଏମଏମଟିସି ପାଇଁ ଏହି ଉଦ୍ଯୋଗ ବ୍ଯାପକ କ୍ଷତି ସହିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ୨୦୧୩ ମସିହାରୁ ଏମଏମଟିସି ଟ୍ରେଡିଂ କମିଶନ ନେବା ଆରମ୍ଭ କରିଥିବାରୁ କମିଶନ ଓ ଲୋନ ମିଶାଇ କ୍ଷତି ହୋଇଥିବା ସେମାନେ କହିଛନ୍ତି । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ଯ ସରକାର ଚାହିଁଲେ କର୍ମଚାରୀମାନେ ଦରମା ପାଇବା ସହ ଉଦ୍ଯୋଗ ପୁଣି ଥରେ ଲାଭ କରିପାରିବ ବୋଲି ସେମାନେ ଦାବି କରିଛନ୍ତି ।

ଏହା ବି ପଢ଼ନ୍ତୁ | Jio ଧାଁସୁ ପ୍ଲାନ୍! ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଅନେକ ସୁବିଧା ପାଆନ୍ତୁ

ବିଜେଡି ମଧ୍ଯ ନୀଳାଚଳ ଇସ୍ପାତ ପ୍ରସଙ୍ଗରେ କେନ୍ଦ୍ର କୋର୍ଟକୁ ବଲ୍‌ ଫିଙ୍ଗିଛି । ‘‘କେନ୍ଦ୍ର ସରକାର ଦ୍ବିତୀୟ ଇସ୍ପାତ କାରଖାନା କଥା ପୋଷ୍ଟରରେ କହିଥିଲେ, ହେଲେ କିଛି ହେଲାନି । ଏବେ ସେ ବିଚାର କରନ୍ତୁ । ରାଷ୍ଟ୍ରାୟତ୍ତ ଉଦ୍ଯୋଗକୁ ଘରୋଇ କମ୍ପାନୀ ହାତକୁ ଯିବା ଏକ ଖରାପ ବାର୍ତ୍ତା ଦେଉଛି । କର୍ମଚାରୀମାନେ ଦରମା ନ ପାଇବା ଏକ ଅନ୍ୟାୟପୂର୍ଣ୍ଣ କଥା,’’ କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ବାରମ୍ବାର ଏ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ବି କିଛି ଫଳ ନ ମିଳିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅମର କହିଛନ୍ତି।

ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଚିଠି ଲେଖିଥିବା କହିଛନ୍ତି । ବହୁ ଲୋକଙ୍କ ଦରମା ବାକି ଥିବା ବିଷୟରେ ଚିଠି ଲେଖାଯାଇଥିବା ବେଳେ ଯାଜପୁରକୁ ଷ୍ଟିଲ୍‌ ହବ୍‌ କରିବାକୁ ସରକାର କହିଥିଲେ ବି କୌଣସି ବି ଶିଳ୍ପ କାର୍ଯ୍ୟକ୍ଷମ ହୋଇ ନାହିଁ ବୋଲି ସେ କହିଛନ୍ତି ।



ବର୍ତ୍ତମାନ ନୀଳାଚଳ ଇସ୍ପାତ ଉଦ୍ଯୋଗ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଥିବା ବେଳେ କରୋନା ସମୟରେ ନା ସଂସ୍ଥାର ଘରୋଇକରଣ ହେଉଛି ନା ଏଥିରେ କୌଣସି ଅଗ୍ରଗତି ହେଉଛି । କର୍ମଚାରୀମାନେ ଦୀର୍ଘ ମାସର ଦରମା ନ ପାଇଁ ଯନ୍ତ୍ରଣାରେ ସଢୁଥିବାରୁ ସେମାନଙ୍କ କଲ୍ୟାଣ ପାଇଁ ସରକାର ପଦକ୍ଷେପ ନେବାକୁ ଦାବି ହେଉଛି ।
Published by: Anand Shankar Thankur Das
First published: October 29, 2020, 10:25 PM IST
corona virus btn
corona virus btn
Loading