ବାତ୍ୟା ‘ୟସ୍’ର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପଠାଗଲା NDRF ଓ ଅଗ୍ନିଶମ ଟିମ୍

ପ୍ରଥମ ପର୍ଯ୍ୟାୟରେ ବାଲେଶ୍ବରକୁ ସର୍ବାଧିକ ସାତଟି NDRF ଟିମ୍ ପଠାଯାଇଥିବା ବେଳେ ଭଦ୍ରକକୁ ଚାରିଟି, କେନ୍ଦ୍ରପଡ଼ା ପାଇଁ ତିନିଟି, ଯାଜପୁର ପାଇଁ ଦୁଇଟି, ଓ ଜଗତସିଂରପୁର ଏବଂ ମୟୂରଭଞ୍ଜକୁ ଗୋଟିଏ ଲେଖାଏଁ ଟିମ୍ ପଠାଯାଇଛି ।

ଏନ.ଡି.ଆର.ଏଫ୍. ଟିମମାନଙ୍କ ପାଖରେ ଆଧୁନିକ କମ୍ୟୁନିକେସନ୍ ଡିଭାଇସ୍ ରହିଛି ।

ଏନ.ଡି.ଆର.ଏଫ୍. ଟିମମାନଙ୍କ ପାଖରେ ଆଧୁନିକ କମ୍ୟୁନିକେସନ୍ ଡିଭାଇସ୍ ରହିଛି ।

  • Share this:
News18 Odia Digital

କଟକ: ବାତ୍ୟା ୟଶ ଏବେ ସମୁଦ୍ର ତଟ ଠାରୁ ଅନେକ ଦୁରରେ ଥିଲେ ମଧ୍ୟ ଏହା ଧୀରେ ଧୀରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି । ଏହାର ଅଧିକ ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପଡ଼ିବା ଆଶଙ୍କା ଥିବାରୁ ସେହି ସବୁ ସ୍ଥାନରେ ଏନ.ଡି.ଆର.ଏଫ୍‌. ଟିମମାନଙ୍କୁ ମୁତୟନ କରିବା ଆରମ୍ଭ ହୋଇଛି । କଟକ ମୁଣ୍ଡଳୀ ସ୍ଥିତ ଏନ.ଡି.ଆର.ଏଫ୍‌.ର ତୃତୀୟ ବଟାଲିୟନରୁ ରବିବାର ସକାଳେ ଟିମ୍‌ ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ବାଲେଶ୍ବରକୁ ସର୍ବାଧିକ ସାତଟି ଟିମ୍‌ ପଠାଯାଇଥିବା ବେଳେ ଭଦ୍ରକକୁ ଚାରିଟି, କେନ୍ଦ୍ରପଡ଼ା ପାଇଁ ତିନିଟି, ଯାଜପୁର ପାଇଁ ଦୁଇଟି, ଓ ଜଗତସିଂରପୁର ଏବଂ ମୟୂରଭଞ୍ଜକୁ ଗୋଟିଏ ଲେଖାଏଁ ଟିମ୍‌ ପଠାଯାଇଛି । ବାକି ଚାରିଟି ଟିମକୁ ରିଜର୍ଭରେ ରଖାଯାଇଛି । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍‌ କରିବ ଏହାର ପୂର୍ବାନୁମାନ ପରେ ବା ବାତ୍ୟା ପରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକୁ ରିଜର୍ଭରେ ଥିବା ଟିମଗୁଡ଼ିକୁ ପଠାଯିବ । ଦ୍ବତୀୟ ଦଫାରେ ପଠାଯିବାକୁ ଥିବା ଏହି ଟିମ ସେଠାରେ ପୂର୍ବରୁ ନିୟୋଜିତ ହୋଇଥିବା ଟିମକୁ ସହଯୋଗ କରିବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଆସିଗଲା Coviself; ଏବେ ଘରେ ବସି ନିଜ COVID ପରୀକ୍ଷା କରିପାରିବେ; ଜାଣନ୍ତୁ କେମିତି କରିବେ

‘‘ବାତ୍ୟା ମୁକାବିଲା ନେଇ ଆମ ପାଖରେ ଯଥେଷ୍ଟ ଅଭିଜ୍ଞତା ରହିଛି । ଆମେ କିଛି ନୂଆ ଉପକରଣ ମଧ୍ୟ ଟିମରେ ସାମିଲ କରିଛୁ । ସେଗୁଡ଼ିକ ମଧ୍ୟରେ କମ୍ୟୁନିକେସନ୍ ଡିଭାଇସ ଅନ୍ୟତମ । ଟିମଗୁଡ଼ିକ ଆଜି ବିଭିନ୍ନ ଜିଲ୍ଲାରେ ମୁତୟନ ହେବେ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ସେଗୁଡିକୁ ଆବଶ୍ୟକତା ଅନୁଯାୟୀ ବ୍ୟବାହାର କରିବେ,’’ କହିଛନ୍ତି ମୁଣ୍ଡଳି ସ୍ଥିତ ଏନ.ଡି.ଆର.ଏଫ୍‌. ତୃତୀୟ ବଟାଲିୟନର ସହକାରୀ କମାଣ୍ଡାଣ୍ଟ ଏ.କେ. ପଟ୍ଟନାୟକ ।

ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ମହେଶ୍ବର ସ୍ବାଇଁ


ଅଗ୍ନିଶମ ବିଭାଗ ମଧ୍ୟ ବାତ୍ୟା ଆଶଙ୍କା ଥିବା ଜିଲ୍ଲାଗୁଡ଼ିକୁ ଟିମ ପଠାଇବା ଆରମ୍ଭ କରିଛି । ବାତ୍ୟା ମୁକାବିଲା ପାଇଁ ବିଭାଗ ୧,୨୦୦ ଜବାନଙ୍କୁ ନେଇ ଗଠିତ ମୋଟ ୧୭୫ଟି ଟିମ୍‌ ବିଭିନ୍ନ ସ୍ଥାନକୁ ପଠାଇଛି । ଏହା ବ୍ୟତୀତ ବାତ୍ୟା ଆଶଙ୍କା ନ ଥିବା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅତିରିକ୍ତ ୪୪ଟିମକୁ ମଧ୍ୟ ଉପକୁଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପଠାଯାଉଛି ।

ଏହା ବି ପଢ଼ନ୍ତୁ | କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞମାନେ

ବାତ୍ୟା ସହିତ ହେବାକୁ ଥିବା ପ୍ରବଳ ବର୍ଷା ଯୋଗୁଁ ଅନେକ ତଳି ଅଞ୍ଚଳରେ ପାଣି ଜମା ହେବା ଆଶଙ୍କା ରହିଛି । ଫଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଅଗ୍ନିଶମ ବିଭାଗ ପକ୍ଷରୁ ମୁତୟନ ହୋଇଥିବା ଏହି ଟିମଗୁଡ଼ିକୁ ଜଳ ନିଷ୍କାସନ ପାଇଁ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ପ୍ରତି ଟିମକୁ ଭଲଭୋ ପମ୍ପ୍‌ ସେଟ୍‌ ଦିଆଯାଇଛି । ଏହା ସହିତ ବାତ୍ୟା ସମୟରେ ଓ ପରେ ଭାଙ୍ଗି ପଡ଼ିଥିବା ଗଛ ଓ ବିଦ୍ୟୁତ ଖୁଣ୍ଟ ଆଦିକୁ କାଟି ରାସ୍ତା ସଫା କାର୍ୟ୍ୟ ଏହି ଟିମଗୁଡ଼ିକ କରିବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

‘‘ବାତ୍ୟା ପାଇଁ ଆମେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଥିବା ସବୁ ଦମକଳ କେନ୍ଦ୍ରକୁ ଆଲର୍ଟ କରିଦେଇଛୁ । ସେମାନଙ୍କ ପାଖରେ ପୂର୍ବରୁ ଅନେକ ଉପକରଣ ମହଜୁଦ ରହିଛି । ଏହା ସହିତ ଆମେ ଅତିରିକ୍ତ ଉପକରଣଗୁଡ଼ିକୁ ମଧ୍ୟ ସେମାନଙ୍କୁ ଯୋଗାଇ ଦେଇଛୁ । ସେଗୁଡ଼ିକ ମଧ୍ୟରେ ପାୱାର ବୋଟ୍ ଓ ଜେନେରେଟର ଇତ୍ୟାଦି ରହିଛି,’’ କହିଛନ୍ତି ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ମହେଶ୍ବର ସ୍ବାଇଁ ।



ଏନ.ଡି.ଆର.ଏଫ୍‌. ଓ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଥିବା ଓ ହେବାକୁ ଥିବା ଟିମଗୁଡ଼ିକ ସମ୍ପୃକ୍ତ ଜିଲ୍ଲାପାଳଙ୍କ ପ୍ରଶାସନ ଅଧୀନରେ କାର୍ଯ୍ୟ କରିବେ । ବାତ୍ୟା ଆସିବା ପୂର୍ବରୁ ଏହି ଟିମଗୁଡ଼ିକ ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା କାର୍ଯ୍ୟରେ ନିୟୋଜିତ ହେବେ ।
Published by:Anand S.T. Das
First published: