ପୁରୀ ସମୁଦ୍ରକୂଳ ବେଳାଭୂମିରେ ଏନସିସିର ପୁନିତ୍ ସାଗର ଅଭିଯାନ

ଏନସିସିର ମହାନିର୍ଦ୍ଦେଶକଙ୍କ ଉପସ୍ଥିତିରେ ପୁରୀ ସମୁଦ୍ରକୂଳ ବେଳାଭୂମିରେ ଏନସିସିର ପୁନିତ୍ ସାଗର ଅଭିଯାନ ।

ପୁରୀ ସମୁଦ୍ରକୂଳ ବେଳାଭୂମିରେ ଏନସିସିର ପୁନିତ୍ ସାଗର ଅଭିଯାନ

ପୁରୀ ସମୁଦ୍ରକୂଳ ବେଳାଭୂମିରେ ଏନସିସିର ପୁନିତ୍ ସାଗର ଅଭିଯାନ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଏନସିସିର ମହାନିର୍ଦ୍ଦେଶକଙ୍କ ଉପସ୍ଥିତିରେ ପୁରୀ ସମୁଦ୍ରକୂଳ ବେଳାଭୂମିରେ ଏନସିସିର ପୁନିତ୍ ସାଗର ଅଭିଯାନ । ଜାତୀୟ କ୍ୟାଡେଟ୍ କୋର (ଏନସିସି) ଦ୍ଵାରା ସମୁଦ୍ର କୂଳ ତଥା ହ୍ରଦ, ନଦୀ, ପୁଷ୍କରିଣୀ ଓ ଜଳସ୍ରୋତକୁ ପରିଷ୍କାର ଏବଂ ଅବକ୍ଷୟ ଯୋଗ୍ୟ ବର୍ଜ୍ୟବସ୍ତୁରୁ ମୁକ୍ତ ରଖିବା ପାଇଁ ସଚେତନତା ସୃଷ୍ଟି କରିବାର ଏକ ଅଭିନବ ପ୍ରୟାସ ।



ଆଜି ସକାଳେ ପୁରୀ ଜିଲ୍ଲା ପ୍ରଶାସନ ପ୍ରଶାସନ ଓ ଷଷ୍ଠ ଓଡ଼ିଶା ଏନସିସି ବାଟାଲିୟନର ମିଳିତ ଆନୁକୂଲ୍ୟରେ ଏହି ସଫେଇ କାର୍ଯକ୍ରମ ଦିଗବାରେଣୀ ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ୩୫୦ ଏନସିସି କ୍ୟାଡେଟ୍,  ୫୦ ଏନସିସି ଆଲୁମିନି, ପୂର୍ବତନ ସେନାବାହିନୀ ଏବଂ ତଟରକ୍ଷୀ ବାହିନୀ ସମେତ ସେନା, ନୌସେନା , ବାୟୁସେନାର ୧୦୦ ଜଣ, ଜିଲ୍ଲା ପ୍ରଶାସନ, ପୁରୀ ପୌରପାଳିକାର ଅଧିକାରୀ , ସମୁଦ୍ରକୂଳ ବିକ୍ରେତା ଏବଂ ପର୍ଯ୍ୟଟକମାନେ ଏକତ୍ରିତ ହୋଇଥିଲେ । ସମୁଦାୟ ୭୫୬ କିଲୋଗ୍ରାମ ପ୍ଲାଷ୍ଟିକ ଏବଂ ଅବକ୍ଷୟ ଯୋଗ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ପୁରୀ ପୌରପାଳିକାର ପ୍ରତିନିଧିଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଏହି କାର୍ଯ୍ୟକ୍ରମର ମହତ୍ତ୍ୱକୁ ଆଲୋକିତ କରିବା ପାଇଁ ଏନସିସି କ୍ୟାଡେଟମାନେ ନୁକ୍କଡ ନାଟକ “ଜଳ ଲକ୍ଷ୍ୟ ତଳେ ଜୀବନ” ଏବଂ “ସ୍ବଚ୍ଛ ସାଗର ସୁରକ୍ଷିତ୍ ସାଗର” ପ୍ରଦର୍ଶନ କରିଥିଲେ। ପୁରୀ ବେଳାଭୂମିର ସୁବର୍ଣ୍ଣ ବାଲି ବର୍ଜ୍ୟବସ୍ତୁ ଦ୍ୱାରା ନଷ୍ଟ ହେବା ବିରୋଧରେ ଏନସିସି କ୍ୟାଡେଟମାନେ ବିକ୍ରେତା ଏବଂ ପର୍ଯ୍ୟଟକଙ୍କୁ ମଧ୍ୟ ସଚେତନ କରିଥିଲେ । ତାଙ୍କର ଅବଦାନ ଏବଂ ନେତୃତ୍ୱ ଗୁଣ ପାଇଁ ଏନସିସି କ୍ୟାଡେଟ୍ ଶୁଭେନ୍ଦୁଶଙ୍କର ପ୍ରଧାନଙ୍କୁ ଡିଜି ଏନସିସି ପଦକ ପ୍ରଦାନ କରାଯାଇଥିଲା ଏବଂ ତାଙ୍କୁ “ପୁନିତ୍ ସାଗର ଯୋଡା” ଭାବରେ ମନୋନୀତ କରାଯାଇଥିଲା ।

ବର୍ଷ ବର୍ଷ ଧରି ସମୁଦ୍ର କୂଳକୁ ପରିଷ୍କାର ରଖିବାରେ ଉତ୍ସର୍ଗୀକୃତ ହୋଇଥିବାରୁ ପୁରୀ ମ୍ୟୁନିସିପାଲିଟିକୁ ଡିଜି ଏନସିସିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲା । ଆମର ସମୁଦ୍ରକୂଳକୁ ସଫା ରଖିବାର ମହତ୍ତ୍ୱ ଦର୍ଶାଇବା ପାଇଁ ପୁରୀ ସାଗର ବେଳାଭୂମିରେ ଜଣାଶୁଣା ବାଲୁକା କଳାକାର ମାନସ କୁମାର ସାହୁଙ୍କ ଦ୍ୱାରା ଏକ “ବାଲୁକା କଳା” ନିର୍ମାଣ କରାଯାଇଥିଲା । ଏହି ଉତ୍ସବରେ ଏନସିସିର ମହା ନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀରପାଲ ସିଂ, ଏଭିଏସଏମ, ଭିଏସଏମ, ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟର ଜେନେରାଲ କମୋଡୋର ସୋମନ ବାନାର୍ଜୀ, ପୂରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଯୋଗ ଦେଇଥିଲେ।

ଡିଜି ଏନସିସି ତାଙ୍କ ଉଦବୋଧନରେ ପୁରୀ ବିଚକୁ ପରିଷ୍କାର ରଖିବାରେ ଉତ୍ସାହ ଏବଂ ଉତ୍ସର୍ଗୀକୃତତା ପାଇଁ ଏନସିସି କ୍ୟାଡେଟମାନଙ୍କୁ ସାଧୁବାଦ ଜଣାଇଥିଲେ । ରାଷ୍ଟ୍ର ନିର୍ମାଣର ଏହି ଉତ୍ତମ କାରଣକୁ ସମର୍ଥନ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ସ୍ୱଚ୍ଛ ଭାରତ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଡିଜି ଏନସିସି ଜିଲ୍ଲା ପ୍ରଶାସନର ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଷଷ୍ଠ ଓଡ଼ିଶା ବାଟାଲିୟନ ଏନସିସିର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସୁନ କୁମାର ପଣ୍ଡା ସଂଯୋଜନା କରିଥିଲେ ଏବଂ କ୍ୟାପ୍ଟେନ ଡକ୍ଟର ଶୁଭେନ୍ଦୁ ମିଶ୍ର ଏବଂ ସୁବେଦାର ମେଜର ରୋହତଶ ସକ୍ରିୟ ଭାବରେ ସହଯୋଗ କରିଥିଲେ । ଜିଲ୍ଲା ପ୍ରଶାସନ ପୁରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୀ ପୌରପାଳିକା ଶ୍ରୀ ସରୋଜ ସ୍ୱାଇଁଙ୍କ ସହ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

ପୁରୀ ସାଗର ବେଳାଭୂମିକୁ ଷଷ୍ଠ ଓଡ଼ିଶା ବାଟାଲିୟନ ଏନସିସିର କ୍ୟାଡେଟ ମାନେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଏବଂ ଏହାକୁ ପରିଷ୍କାର ଏବଂ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ସ୍ଥାନୀୟ ତଥା ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏନସିସି ପ୍ରତିଶ୍ରୁତି ଦେଇଛି । ଏହାର ମୁକାବିଲା ପାଇଁ ଏନସିସି ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନଇ ପି) ସହିତ ଏମଓୟୁ ସ୍ୱାକ୍ଷର କରିଛି ଏନସିସି ପକ୍ଷରୁ ସୂଚନା ଦିଆଯାଇଛି ।
Published by:Soubhagya Mishra
First published: