ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗିରଫ ଭୟରେ ବେଶ ବଦଳାଇ ବୁଲୁଥିଲେ ଅଭିଯୁକ୍ତ; ୨୦ଜଣଙ୍କୁ ଖୋଜୁଛି ପୋଲିସ

ଗିରଫ ଭୟରେ ବେଶ ବଦଳାଇ ବୁଲୁଥିଲେ ଅଭିଯୁକ୍ତ; ୨୦ଜଣଙ୍କୁ ଖୋଜୁଛି ପୋଲିସ

ଅଭିଯୁକ୍ତମାନେ ଗିରଫ ଭୟରେ ନିଜର ବେଶଭୁଷା ବଦଳାଇଥିବା ନୟାପଲ୍ଲୀ ଥାନା ପୋଲିସ ପକ୍ଷରୁ କୁହାଯାଇଛି । ୯ଜଣ ଗିରଫ ହୋଇ ଜେଲ ଯାଇଥିବା ବେଳେ ଆହୁରି ୨୦ଜଣଙ୍କୁ ଖୋଜୁଛି କମିସନରେଟ ପୋଲିସ ।

ଗିରଫ ଭୟରେ ବେଶ ବଦଳାଇ ବୁଲୁଥିଲେ ଅଭିଯୁକ୍ତ; ୨୦ଜଣଙ୍କୁ ଖୋଜୁଛି ପୋଲିସ
ଆହୁରି ୨୦ ଜଣଙ୍କୁ ଖୋଜୁଛି ପୋଲିସ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 16, 2021, 7:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଆତଙ୍କ ମଚାଉଥିବା କେ.ବି.ଏନ( କୋଇ ଭାଇ ନେହିଁ) ଗ୍ରୁପ ନିକଟରୁ ଦୁଇଟି ଖେଳନା ବନ୍ଧୁକ ଓ ଖଣ୍ଡା ଜବତ କରିଛି ନୟାପଲି ଥାନା ପୋଲିସ । ଜବତ ବନ୍ଧୁକ ଓ ଖଣ୍ଡା ଧରି ଅଭିଯୁକ୍ତ ମାନେ  ଭିଡ଼ିଓ ସୁଟିଂ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି, କେବିଏନ ଗ୍ୟାଙ୍ଗ 'ଟାଉନ ଟାଇଗର' ନାମରେ ଏକ ହ୍ଵାଟ୍ସଆପ ଗ୍ରୁପ ଖୋଲିଥିଲେ । ସେହି ଗ୍ରୁପ କୁ ନେଇ ଏବେ ତଦନ୍ତ କରୁଛି ପୋଲିସ ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣି ଜେରା କରିଥିଲା ପୋଲିସ । ରିମାଣ୍ଡରେ ଆସିଥିବା ଅଭିଯୁକ୍ତ ହେଲେ ରାହୁଲ ଜେନା, ଚେଙ୍ଗ ଓରଫ ରାଜେଶ ବେହେରା, ଶନିଆ ଓରଫ ସନାତନ ବେହେରା, ସୁମନ ପରିଡା ଓ ନରେନ୍ଦ୍ର ସାହୁ । ଟାଉନ ଟାଇଗର ହ୍ଵାଟ୍ସଆପ ଗ୍ରୁପର ଆଡ଼ମିନ ଥିଲା ସନିଆ ଓରଫ ସନାତନ ବେହେରା । ଏହି ଗ୍ରୁପରେ ଇଣ୍ଟରନେଟ ରୁ ବିଭିନ୍ନ ଭୟାନକ ଭିଡ଼ିଓ ପୋଷ୍ଟ ହେବା ସହ ବିଭିନ୍ନ ତଥ୍ୟ ସେୟାର ହେଉଥିଲା । ତେଣୁ ଗ୍ରୁପ ରେ କେଉଁ ତଥ୍ୟ ସେୟାର ହେଉଥିଲା ସେନେଇ ତଦନ୍ତ କରୁଛି ନୟାପଲି ଥାନା ପୋଲିସ ।

"ଏମାନଙ୍କ ମଧ୍ୟରୁ କିଛି ଜଣଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଛି । ଏମାନେ ଏକ ଗୋଷ୍ଠୀ, ଖଟିରେ ଏକାଠି ହୁଅନ୍ତି । ସଉକ ପାଇଁ କିମ୍ବା ବହାପିଆ ପାଇଁ ଏମାନେ ଏ ସବୁ କରୁଥିଲେ । ଏମାନଙ୍କର ଏକ ଟାଉନ ଟାଇଗର ନା ରେ ଏକ ଗ୍ରୁପ କରିଥିଲେ । ସେ ଗ୍ରୁପ କୁ ନେଇ ଏବେ ତଦନ୍ତ ଚାଲିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ଖୋଜା ଚାଲିଥିବା" କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ୍ ।

ରିମାଣ୍ଡବେଳେ ସେମାନଙ୍କ ପାଖରୁ ଖଣ୍ଡା ,ବନ୍ଧୁକ ଓ  କାତି ଭଳି ମାରଣାସ୍ତ୍ର ଜବତ କରିଛି ପୋଲିସ । ଏସବୁ ମାରଣାସ୍ତ୍ର କୁ ଅଭିଯୁକ୍ତ ମାନେ ଭିଡ଼ିଓରେ ବ୍ୟବହାର କରିଥିଲେ । ପୋଲିସ ମାମଲା ରୁଜୁ କରିବା ପରେ ଅଭିଯୁକ୍ତ ମାନେ ଗିରଫ ଭୟରେ ନିଜର ବେଶଭୁଷା ବଦଳାଇଥିବା ନୟାପଲି ଥାନା ପୋଲିସ ପକ୍ଷରୁ କୁହାଯାଇଛି ।

"ଏବେ ସୁଦ୍ଧା ଅଭିଯୁକ୍ତଙ୍କ ନାମରେ କୌଣସି ପ୍ରକାରର ଦାଦାବଟି କିମ୍ବା ଗୁଣ୍ଡାଗରଦି ଭଳି ଅଭିଯୋଗ ଆସିନି । ଏମାନଙ୍କ ଦ୍ୱାରା ଯଦି କେହି ହରିରାଣ କିମ୍ବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ତେବେ ପୋଲିସ କୁ ଅବଗତ କଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ" ବୋଲି କହିଛନ୍ତି ଡିସିପି ଶ୍ରୀ ଦାଶ୍ ।

ସୂଚନାଯୋଗ୍ୟ, ଗତ କିଛିଦିନ ହେବ ରାଜଧାନୀରେ ତଥା କଥିତ କେ.ବି.ଏନ ଗ୍ୟାଙ୍ଗ ବେଶ ସକ୍ରିୟ ହୋଇଉଠିଥିଲେ । ଅଭିଯୁକ୍ତ ମାନେ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଦେଖାଇ ଭିଡ଼ିଓ ଶୁଟ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଥିଲେ । ଯାହାକୁ ନେଇ ପୋଲିସ ୨୯ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା  ଏବେ ସୁଦ୍ଧା ୯ଜଣ ଗିରଫ ହୋଇ ଜେଲ ଯାଇଥିବା ବେଳେ ଆହୁରି ୨୦ଜଣଙ୍କୁ ଖୋଜୁଛି କମିସନରେଟ ପୋଲିସ ।
Published by: Soumya Das
First published: November 16, 2021, 7:32 PM IST