ଗିରଫ ହେଲା ଠକ ପ୍ରେମିକ; ନ୍ୟୁଡ଼ କଲ ରେକର୍ଡ଼ କରି କରୁଥିଲା ବ୍ଲାକମେଲିଂ

ଜଣେ ନାବାଳିକାଙ୍କୁ ପ୍ରେମ କରି ତାଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଓ ୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଇଥିବା ଠକ ପ୍ରେମିକକୁ ଗିରଫ କରିଛି ପୋଲିସ । ନାବାଳିକାଙ୍କୁ ଭିଡ଼ିଓ କଲ କରି ନ୍ୟୁଡ଼ କଲ ସ୍କ୍ରିନ ରେକର୍ଡ଼ କରି ବ୍ଲାକ ମେଲିଂ କରୁଥିଲା ଅଭିଯୁକ୍ତ ।

ଠକ ପ୍ରେମିକକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ (ପ୍ରତୀକାତ୍ମକ ଛବି)

ଠକ ପ୍ରେମିକକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ପ୍ରେମ ପ୍ରତାରଣାର ଆଉ ଏକ ସାଙ୍ଘାତିକ ଚିତ୍ର ନୟାପଲ୍ଲୀ ଅଞ୍ଚଳରୁ ସାମ୍ନାକୁ ଆସିଛି । ଜଣେ ନାବାଳିକାଙ୍କୁ ପ୍ରେମ କରି ତାଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଓ ୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଇଥିବା ଠକ ପ୍ରେମିକକୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ଆଶିଷ କୁମାର ଜେନା (୨୧) । ଆଶିଷକୁ ଗିରଫ ପରେ ଶନିବାର ତାଙ୍କୁ କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ଥାନା ପୋଲିସ ।

ତଦନ୍ତ ବେଳେ ଜଣା ପଡ଼ିଛି ଆଶିଷ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଭିଡ଼ିଓ କଲ କରି ନ୍ୟୁଡ଼ କଲ ସ୍କ୍ରିନ ରେକରର୍ଡ଼ କରିଥିଲା । ଏହାପରେ ବିଭିନ୍ନ ସମୟରେ ଏ ସବୁକୁ ନେଇ ନାବାଳିକାଙ୍କୁ ବ୍ଲାକ ମେଲିଂ କରିବା ସହ ଟଙ୍କା ଓ ସୁନା ଗହଣା ନେଇଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ଠକକୁ ଗିରଫ କରିଛି ପୋଲିସ।

ଲୁଟିଥିବା ୫ଲକ୍ଷ ଟଙ୍କାର ସୁନା ଗହଣା


ଗତ ୨୬.୦୪୨୦୨୨ ରିଖରେ ଅଭିଯୋଗକାରୀଙ୍କ ଅଭିଯୋଗକ୍ରମେ ନୟାପଲ୍ଲୀ ଥାନାରେ ଉପରୋକ୍ତ ମାମଲା ରୁଜ୍ଜୁ କରାଯାଇଥିଲା। ଏହି ମାମଲାର ତଦନ୍ତ ପରେ ନୟାପଲ୍ଲୀ ପୁଲିସ ଟିମ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ନାବାଳିକା ଜଣଙ୍କ ପ୍ରତ୍ୟକ ଦିନ ସନ୍ଧ୍ୟା ଭ୍ରମଣ ପାଇଁ ନିକଟସ୍ଥ ଖେଳ ପଡ଼ିଆକୁ ବୁଲିବା ପାଇଁ ଯାଆନ୍ତି। ଅଭିଯୁକ୍ତ ଆଶିଷ ନାବାଳିକା ଝିଅକୁ ଅନୁସରଣ କରୁଥିଲେ । ପରେ  ଛଳନା କରି ନିଜ ପ୍ରେମ ଜାଲରେ ପକାଇଥିଲେ। ଉଭୟେ ଫୋନରେ ଭିଡିଓ କଲରେ କଥା ହେଉଥିବା ସମୟରେ ଅଭିଯୁକ୍ତ ଜଣକ ଝିଅଟିର କିଛି ନଗ୍ନ ଚିତ୍ର / ଭିଡ଼ିଓ ରେକର୍ଡ଼ କରିଥିଲେ।

"ଅଭିଯୁକ୍ତ ଆଶିଷ ଉକ୍ତ ନଗ୍ନ ଚିତ୍ର କିମ୍ବା ଭିଡ଼ିଓ ଜରିଆରେ ପିଡ଼ୀତାଙ୍କୁ ଅଶ୍ଳୀଳ ଭିଡ଼ିଓ ଡିଲିଟ କରିବା ପାଇଁ ଟଙ୍କା ମାଗିବା ସହିତ ବ୍ଲାକମେଲ କରି ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ ଓ ଯଦି ଆବଶ୍ୟକ ପରିମାଣର ନ ଦିଅନ୍ତି ସେହି ଭିଡ଼ିଓ ଗୁଡ଼ିକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବେ କିମ୍ବା ସେ ସହପାଠୀ, ପରିବାର ଓ ସମ୍ପର୍କୀୟଙ୍କ ନିକଟକୁ ପଠାଇବେ ବୋଲି ଧମକ ଦେଇଥିଲେ। ଏଣୁ ପୀଡ଼ିତା ଲଜ୍ୟା ଭୟରେ ପର୍ଯ୍ୟାୟ କ୍ରମେ ୧,୫୦,୦୦୦/- ଟଙ୍କା ଓ ୧୦୦ ଗ୍ରାମ ସୁନା ଦେଇଥିବା ପରେ ମଧ୍ୟ ଅଭିଯୁକ୍ତ ଆଶା ପୂରଣ କରିପାରିନଥିବାରୁ ବାଧ୍ୟ ହୋଇ ପୀଡ଼ିତା ଥାନାର ଦ୍ୱାରସ୍ଥ ହୋଇଥିଲେ," କହିଛନ୍ତି ନୟାପଲ୍ଲୀ ଥାନା ଅଧିକାରୀ ବିଶ୍ୱରଂଜନ ସାହୁ ।

ଅଭିଯୋଗ ଆଧାରରେ ତଦନ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।  ତେବେ କେବଳ ଜଣେ ଯୁବତୀ ନା ଆଉ କାହାକୁ ମଧ୍ୟ ସମାନ ଢଙ୍ଗରେ ବ୍ଲାକମେଲିଂ କରିଛି ଅଭିଯୁକ୍ତ ତାକୁ ନେଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଆବଶ୍ୟକ ପଡିଲେ ଅଭିଯୁକ୍ତ ଙ୍କୁ ରିମାଣ୍ଡ ରେ ଆଣି ଜେରା କରାଯିବା ସହ ଯୁବତୀଙ୍କ ଠାରୁ ନେଇଥିବା ଦେଢ଼ଲକ୍ଷ ଟଙ୍କା କେଉଁଠି ଅଛି ତାହାର ତଦନ୍ତ କରାଯିବ ବୋଲି ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।
Published by:Soumya Das
First published: