ନୟାଗଡ଼: ୬ ବର୍ଷର ଝିଅକୁ ମୋବାଇଲ୍‌ ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇ ରେପ୍‌ କରିବା ପରେ ହତ୍ୟା କଲା

Nayagarh man murders minor girl after showing her obscene video on mobile and rape | ଗାଁ ଦାଣ୍ଡରେ ଝିଅଟି ଖେଳୁଥିବା ବେଳେ ତାକୁ ମୋବାଇଲ୍‌ ଫୋନରେ ଭିଡିଓ ଦେଖାଇବ ବୋଲି କହି ପଡ଼ୋଶୀ ଘରର ଯୁବକ ଗାଁ ନିକଟରେ ଥିବା ଏକ ଜଙ୍ଗଲକୁ ନେଇଥିଲା ଓ ସେଇଠି ତାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ବୋଲି ପୋଲିସ କହିଛି ।

ନୟାଗଡ଼: ୬ ବର୍ଷର ଝିଅକୁ ମୋବାଇଲ୍‌ ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇ ରେପ୍‌ କରିବା ପରେ ହତ୍ୟା କଲା
ଝିଅଟିର ଗଳିତ ମୃତ ଦେହ; (ଡାହାଣ) ଗିରଫ ହେବା ପରେ ସାଗର ଦଳେଇ
  • News18 Odia
  • Last Updated: June 17, 2021, 10:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୟାଗଡ଼: ଅଉ ଗୋଟିଏ କୁନି ଝିଅ ସହ ବଳାତ୍କାର ଓ ଜଘନ୍ୟ ହତ୍ୟା ଘଟଣା ଆସିଛି ନୟାଗଡ଼ ଜିଲ୍ଲାରୁ । ଗତ ବର୍ଷର ଯଦୁପୁର ମର୍ଡ଼ର ମାମଲା ପରି ଘଟଣା ଘଟିଛି ଦଶପଲ୍ଲା ବାଣୀଗୋଚ୍ଛା ଅଞ୍ଚଳରେ । ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ଦେଖି କାମାନ୍ଧ ଯୁବକ ଜଣେ ଗୋଟିଏ ଛଅ ବର୍ଷର ନାବାଳିକାକୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିବା ପରେ ତାକୁ ଶ୍ବାସରୁଦ୍ଧ କରି ହତ୍ୟା କରିଛି ଓ ମୃତ ଦେହକୁ ଫିଙ୍ଗି ଦେଇଛି ସେହି ଜଙ୍ଗଲରେ ।

ଦଶପଲ୍ଲା ବାଣୀଗୋଚ୍ଛା ଥାନା ଅନ୍ତର୍ଗତ ଧୁନ୍ଦୁଗାଡ଼ିଆ ଗାଁରେ ଘଟିଥିବା ଏହି ଲୋମହର୍ଷକ ହତ୍ୟା ଘଟଣା ନୟାଗଡ଼ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ଛଅ ବର୍ଷର ଝିଅଟି ଖେଳୁ ଖେଳୁ ହଠାତ ନିଖୋଜ ହୋଇଯିବାର ପାଞ୍ଚ ଦିନ ପରେ ତା’ ଖଣ୍ଡବିଖଣ୍ଡିତ ଗଳିତ ଶବ ଜୁନ୍‌ ୧୬ ତାରିଖରେ ମିଳିଥିଲା । ପୋଲିସର ତଦନ୍ତ ଅନୁସାରେ ଅଭିଯୁକ୍ତ ସାଗର ଦଳେଇ ନାମକ ସେହି ଗାଁର ଯୁବକ ହିଁ ଝିଅଟି ସହ ଦୁଷ୍କର୍ମ କରିବା ପରେ ତାକୁ ହତ୍ୟା କରିଥିଲା । ଅଭିଯୁକ୍ତ ଯୁବକକୁ ଗିରଫ କରି ଏହି ଲୋମହର୍ଷକ ଅପରାଧର ପର୍ଦ୍ଦାଫାସ୍ କରିଛି ନୟାଗଡ଼ ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖୁଥିଲେ କେତେ ରୋଗୀ ମରିବେ; ମିନିଟରେ ମଲେ ୨୨ – VIDEO

‘‘ଗାଁ ଦାଣ୍ଡରେ ଝିଅଟି ଖେଳୁଥିବା ବେଳେ ତାକୁ ମୋବାଇଲ୍‌ ଫୋନରେ ଭିଡିଓ ଦେଖାଇବ ବୋଲି କହି ଗାଁଠାରୁ ୫୦୦ ମିଟର ଦୂରରେ ଥିବା ଏକ ଜଙ୍ଗଲ ଭିତରକୁ ନେଇଯାଇଥିଲା ସାଗର ଦଳେଇ । ସେଠାରେ ତାକୁ ଦୁଷ୍କର୍ମ କରିବା ପରେ ଝିଅଟି ଅଚେତ ହୋଇଯାଇଥିଲା । ସେ ଚେତା ଫେରିପାଇଲେ ଅନ୍ୟମାନଙ୍କୁ କହି ଦେବ ବୋଲି ଡରି ତାକୁ ସେଇଠି ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା ସେ । ଶବକୁ ଜଙ୍ଗଲ ଭିତରକୁ ଫିଙ୍ଗିଦେଇଥିଲା,’’ କହିଛନ୍ତି ଏହି ମାମଲାରେ ପୋଲିସ ତଦନ୍ତର ନେତୃତ୍ୱ କରୁଥିବା ନୟାଗଡ଼ ଏସ୍‌.ପି. ସିଦ୍ଧାର୍ଥ କଟାରିଆ ।

ଏହା ବି ପଢ଼ନ୍ତୁ | SBI ଆଲର୍ଟ! ଏବେ ATMରୁ ଟଙ୍କା ଉଠାଇବା ମହଙ୍ଗା ହେବ, ଚେକ୍ ବୁକ୍ ନିୟମ ବି ବଦଳିବ

ଅଭିଯୁକ୍ତ ସାଗର ଦଳେଇ ପୋଲିସକୁ ଝିଅଟିକୁ ଫିଙ୍ଗିଥିବା ସ୍ଥାନ ଦେଖାଇଥିଲା ।


ଝିଅଟି ହଠାତ୍‌ ନିଖୋଜ ହୋଇଯିବା ପରେ ତା’ ପରିବାର ପକ୍ଷରୁ ପୋଲିସରେ ଏତାଲା ଦିଆଯିବା ପରେ ସ୍ଥାନୀୟ ପୋଲିସ ଖୋଜିବା ଆରମ୍ଭ କରିଥିଲା । ଗଲା ବର୍ଷର ଯଦୁପୁର ଗାଁରେ ଘଟିଥିବା ଏହି ପ୍ରକାର ଏକ ନାବାଳିକା ହତ୍ୟା ପରେ ହୋଇଥିବା ଉତ୍ତେଜନାକୁ ଏଡ଼ାଇବା ପାଇଁ ନିଜେ ଏସ୍‌.ପି. ତଦନ୍ତକୁ ମନିଟରିଂ କରୁଥିଲେ । ଝିଅଟିର ପଡ଼ୋଶୀ ସାଗର ଦଳେଇକୁ ସନ୍ଦେହରେ ଅଟକାଇ ପଚରାଉଚରା କରିବା ପରେ ସେ ସତ ମାନିଥିଲା ଓ ପୋଲିସକୁ ଝିଅଟିର ଶବ ଫିଙ୍ଗିଥିବା ସ୍ଥାନକୁ ନେଇ ଦେଖାଇଥିଲା ବୋଲି କହିଛନ୍ତି ଏସ୍‌.ପି. ।

ଏହା ବି ପଢ଼ନ୍ତୁ | ଛୋଟ ପିଲାଙ୍କୁ କରୋନାର ତୃତୀୟ ଲହରରେ ବେଶୀ ବିପଦ; ତାଙ୍କ ପାଇଁ ଭ୍ୟାକ୍ସିନ୍ ଆଶା ଉଜ୍ଜ୍ୱଳ ହେଲା

‘‘ଅଭିଯୁକ୍ତ ଯୁବକ ମୋବାଇଲ୍‌ ଫୋନରେ ଝିଅଟିକୁ ଅଶ୍ଳୀଳ ଭିଡିଓ ଦେଖାଇବା ପରେ ତା’ ସହ ଦୁଷ୍କର୍ମ କରିଥିବା ମାନିଛି । ଝିଅଟିର ବେକରେ ଏକ ରଶି ଲଗାଇ ତାକୁ ଶ୍ୱାସରୁଦ୍ଧ କରି ସେ ହତ୍ୟା କରିଥିବା କହିଛି । ଅଭିଯୁକ୍ତର ଡାକ୍ତରୀ ମାଇନା ପରେ ତାକୁ ଦଶପଲ୍ଲା କୋର୍ଟ ଚାଲାଣ କରାଯାଇଛି,’’ କହିଛନ୍ତି ସିଦ୍ଧାର୍ଥ କଟାରିଆ ।

ଅଭିଯୁକ୍ତ ସାଗର ଦଳେଇ


ଏମିତି ଏକ ଜଘନ୍ୟ ହତ୍ୟାକାଣ୍ଡ ଭିଆଇ ଗାଁରେ ନିର୍ଭୟରେ ବୁଲୁଥିଲା ସାଗର । ତା’ର ହାବଭାବ ଦେଖି ସନ୍ଦେହ କରିଥିଲେ ନାବାଳିକାର ପରିବାର । ପୋଲିସ ଏହା ଜାଣିବା ପରେ ସାଗରକୁ ଡାକି ଜେରା କରିଥିଲା । ତା’ ମୋବାଇଲ୍‌ ଫୋନରୁ ଅଶ୍ଳୀଳ ଭିଡିଓ ମିଳିବା ପରେ ଏହି ରେପ୍ ଓ ମର୍ଡରର ଖିଅ ଖୋଲିଥିଲା ।



ପଡ଼ୋଶୀ ଘରର ଯୁବକ ହିଁ ଏମିତି କାଣ୍ଡ କରିଥିବା ଜଣାପଡ଼ିବା ପରେ ତା’ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ତାକୁ ଏହି ଜଘନ୍ୟ ଅପରାଧ ପାଇଁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।
Published by: Anand ST Das
First published: June 17, 2021, 10:33 PM IST