ପରୀକୁ ତା’ ୧୮-ବର୍ଷୀୟ ପଡ଼ୋଶୀ ରେପ୍ କରିବା ପରେ ହତ୍ୟା କରିଥିଲା! ଗିରଫ ହୋଇଛି

ଯେଉଁ ସ୍ଥାନରେ ଏହି ଲୋମହର୍ଷକ ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିଥିଲା ସେହି ପୋଖରୀକୁ ଶୁଖାଇବାକୁ ଉଦ୍ୟମ ଚାଲିଛି । ଅଭିଯୁକ୍ତକୁ ସେଠାକୁ ନେଇ କ୍ରାଇମ ସିନ ରିକ୍ରିଏଟ କରାଯିବ । ପରୀର ଅଙ୍ଗ ଚୋରି ବିଷୟରେ SITକୁ କୌଣସି ପ୍ରମାଣ ମିଳି ନ ଥିବା ଜଣାପଡ଼ିଛି ।

ପରୀକୁ ତା’ ୧୮-ବର୍ଷୀୟ ପଡ଼ୋଶୀ ରେପ୍ କରିବା ପରେ ହତ୍ୟା କରିଥିଲା! ଗିରଫ ହୋଇଛି
ପରୀ; (ଡାହାଣ) ମୁଖ୍ୟ ଅଭିଯୁକ୍ତକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ହସପିଟାଲକୁ ଅଣାଯାଉଛି
  • News18 Odia
  • Last Updated: December 21, 2020, 2:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର/ନୟାଗଡ଼: ବହୁ-ଚର୍ଚ୍ଚିତ ନାବାଳିକା ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏସ୍‌.ଆଇ.ଟି. (SIT) ଯେଉଁ ‘‘ମୁଖ୍ୟ ଅଭିଯୁକ୍ତ’’କୁ ରବିବାର ବିଳମ୍ବିତ ରାତିରେ ଗିରଫ କରିଛି ସେ ଏହି ପାଞ୍ଚ-ବର୍ଷୀୟା ନାବାଳିକାର ପଡ଼ୋଶୀ । ଯୁକ୍ତ-୩ର ଛାତ୍ର ଏହି ୧୮-ବର୍ଷୀୟ ଯୁବକର ଘର ପରୀର ଘର ଠାରୁ ମାତ୍ର ୧୦୦ ମିଟର ଦୂରରେ । ସେ ଗିରଫ ହେବା ପରେ ପରୀର ଗାଁରେ (ନୟାଗଡ଼ ଜିଲ୍ଲାର ଯଦୁପୁର) ଆଶ୍ଚର୍ଯ୍ୟ, ଦୁଃଖ ଓ କରୋଧର ପରିବେଶ ସୃଷ୍ଟି ହୋଇଛି ।

‘‘ଆମେ ପ୍ରମାଣ ଭିତ୍ତିରେ ଅଭିଯୁକ୍ତକୁ ଗିରଫ କରିଛୁ । ଯୌନ ନିର୍ଯ୍ୟାତନା ହିଁ ଏହି ହତ୍ୟା ପଛର ପ୍ରମୁଖ କାରଣ । ଆମକୁ ଯାହା କହିବା କଥା ଆମେ କୋର୍ଟରେ କହିବୁ । ମୋତେ ବ୍ୟକ୍ତିଗତ ଭାବେ ବଦନାମ କରାଯାଇଛି,’’ କହିଛନ୍ତି SITର ନେତୃତ୍ୱ କରୁଥିବା ବରିଷ୍ଠ ଆଇ.ପି.ଏସ୍‌. (IPS) ଅଫିସର୍‌ ଅରୁଣ ବୋଥ୍ରା ।

ଏହା ବି ପଢ଼ନ୍ତୁ | ମା ଦେଖ୍, ମୁଁ ଶିକାର କରିଛି! ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା

ଭାରତୀୟ ଦଣ୍ଡ ସଂହିତାର (IPC) ଦଫା ୩୭୬A, ୩୭୬AB, ୩୬୪, ୩୦୨ ଓ ୨୦୧ ଦଫା ସମେତ ପୋକସୋ (POCSO) ଆଇନର ଦଫା ୬ରେ ଏକ ମାମଲା ରୁଜୁ କରିଛି SIT । ଅଭିଯୁକ୍ତକୁ ପୋକସୋ କୋର୍ଟରେ ଉପସ୍ଥିତ କରାଯିବ । ମାମଲାର ଅଧିକ ତଦନ୍ତ ଏବେ ବି ଜାରି ରହିଥିବା SIT ପକ୍ଷରୁ ସୂଚନା ଦିଆଯାଇଛି ।

ଅଭିଯୁକ୍ତ ଗିରଫ ହେବା ପରେ ହତପ୍ରଭ ଗ୍ରାମବାସୀମାନେ


‘‘ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିବା ପାଇଁ ଆମେ ଅନେକ ଦୃଢ଼ ପ୍ରମାଣ ପାଇ ସାରିଛୁ । ଭୁବନେଶ୍ୱରର ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀରେ ଅଭିଯୁକ୍ତର ପଲିଗ୍ରାଫ୍ ପରୀକ୍ଷା ବି କରାଯାଇଥିଲା । ଆମକୁ ତଦନ୍ତ ଦାୟିତ୍ୱ ମିଳିବା ପରେ ଏସଆଇଟି ପକ୍ଷରୁ ଅଭିଯୁକ୍ତଙ୍କ ସମେତ ଯଦୁପୁରର ପ୍ରାୟ ୬୦ରୁ ୭୦ ଜଣ ବାସିନ୍ଦାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା,’’ କହିଛନ୍ତି SITର ଜଣେ ଅଧିକାରୀ ।

ଏହା ବି ପଢ଼ନ୍ତୁ | ହାତ ପାପୁଲିରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

SIT ତଦନ୍ତ ଅଧିକାରୀମାନେ ପୀଡ଼ିତା ପରୀ ଘଟଣା ଦିନ ପିନ୍ଧିଥିବା ଫ୍ରକକୁ ବି ଖୋଜି ପାଇଥିଲା । ସେହି ଫ୍ରକରେ ପରୀ ସହ ହୋଇଥିବା ଯୌନ ନିର୍ଯାତନାକୁ ସୂଚିତ କରୁଥିବା ବୀର୍ଯ୍ୟର ଦାଗ ବି ମିଳିଥିଲା । ହେଲେ SIT ଅଧିକାରୀ ଜଣକ କହିଛନ୍ତି ଯେ ପର ଦେହରୁ ଅଙ୍ଗ କାଢ଼ି ନିଆଯାଇଥିବା ବିଷୟରେ କୌଣସି ସୂଚନା ମିଳିନାହିଁ । ହେଲେ ପରୀର ବାପା ଅଶୋକ ସାହୁ ତାଙ୍କ ଝିଅର କିଡନୀ ଓ ଆଖି କାଢ଼ି ନିଆଯାଇଥିବା ଅଭିଯୋଗ କରି କହିଛନ୍ତି ଯେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ମୁକ୍ତ ଭାବରେ ବୁଲୁଛି ।

SIT ମୁଖ୍ୟ ଅରୁଣ ବୋଥ୍ରା 


‘‘ଅଙ୍ଗ ଚୋରିର ଏହି ରାକେଟର ପର୍ଦ୍ଦାଫାଶ ହୋବା ଉଚିତ । ଏହି ଘଟଣା ପଛର ସତ୍ୟ ବାହାରକୁ ନ ବାହାରିଲେ ମୁଁ ନବୀନ ନିୱାସ (ମୁଖ୍. ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବାସ) ସାମନାରେ ଆତ୍ମହତ୍ୟା ନିଜକୁ ଜାଳି ମାରିବି,’’ କହିଛନ୍ତି ଅଶୋକ ସାହୁ । ସେ ଓ ତାଙ୍କ ପତ୍ନୀ ଗତ ମାସ ବିଧାନ ସଭା ସାମନାରେ ଆତ୍ମାହୂତି ଦେବାର ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ଠିକ୍‌ ସମୟରେ ରୋକି ସେମାନଙ୍କ ଜୀବନ ବଞ୍ଚାଇଥିଲା ।

ଏହା ବି ପଢ଼ନ୍ତୁ | ଯେବେ ଗବ୍ବର ସିଂ ବେଶରେ ବିସ୍କୁଟ ବିକ୍ରି କରିବାକୁ ରାଜି ହୋଇଥିଲେ ଅଭିନେତା ଅମଜାଦ୍ ଖାନ୍

ଗିରଫ ହୋଇଥିବା ଅଭିଯୁକ୍ତ ଯୁବକର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ସୋମବାର ଦିନ ଯଦୁପୁର ଗାଁକୁ ନିଆଯାଇଛି । ସେଠାରେ କ୍ରାଇମ ସିନ ରିକ୍ରିଏଟ କରାଯିବ । ତା’ ପୂର୍ବରୁ SITର ଏକ ଟିମ୍‌ ଅଭିଯୁକ୍ତର ଘରେ ପଚରାଉଚୁରା କରିଛି । ଯେଉଁ ସ୍ଥାନରେ ଏହି ଲୋମହର୍ଷକ ଘଟଣା ଘଟିଥିଲା ସେ ପୋଖରୀକୁ ଶୁଖାଇବାକୁ ମଧ୍ୟ ଉଦ୍ୟମ ଚାଲିଛି । ତା’ ପରେ ଅଭିଯୁକ୍ତକୁ ସେଠାକୁ ନେଇ କ୍ରାଇମ ସିନ ରିକ୍ରିଏଟ କରାଯିବ ବୋଲି ସୂଚନା ମିଳିଛି ।



ନୟାଗଡ଼ ଯଦୁପୁର ଗାଁର ନାବାଳିକା ପରୀ ଜୁଲାଇ ୧୪ ତାରିଖରୁ ନିଖୋଜ ଥିଲା । ଜୁଲାଇ ୨୩ରେ ତା’ର କଙ୍କାଳ ତା’ ଘର ପଛ ପଟରୁ ଜବତ ହୋଇଥିଲା ।
Published by: Anand Shankar Thankur Das
First published: December 21, 2020, 2:16 PM IST
corona virus btn
corona virus btn
Loading