ପରୀକୁ ଗଳା ଚିପି ହତ୍ୟା କରିବା ପରେ ତା’ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ: ଅରୁଣ ବୋଥ୍ରା

ଅଭିଯୁକ୍ତ ସରୋଜ ସେଠୀ ଗିରଫ ହେବାର ଦୁଇ ଦିନ ପରେ SIT ମୁଖ୍ୟ ଅରୁଣ ବୋଥ୍ରା ଏହି ଜଘନ୍ୟ ହତ୍ୟାକାଣ୍ଡ ବିଷୟରେ ତଦନ୍ତରୁ ମିଳିଥିବା ଲୋମହର୍ଷକ ତଥ୍ୟ ଦେଇଛନ୍ତି । ପରୀର ପୋଷାକ ସରୋଜ ଖୋଲିଦେବା ପରେ ସେ କାନ୍ଦିବାରୁ ସରୋଜ ତାକୁ ହତ୍ୟା କରିଥିଲା ।

ପରୀକୁ ଗଳା ଚିପି ହତ୍ୟା କରିବା ପରେ ତା’ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ: ଅରୁଣ ବୋଥ୍ରା
(ବାମରୁ ଡାହାଣ) ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ, ପରୀ ଓ ଅଭିଯୁକ୍ତ ଗିରଫ ହେବା ସମୟର ଦୃଶ୍ୟ
  • News18 Odia
  • Last Updated: December 22, 2020, 3:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ / ନୟାଗଡ଼: ପାଞ୍ଚ ବର୍ଷର ନିରୀହ ଝିଅ ପରୀକୁ ହତ୍ୟା କରିବା ପରେ ତା’ ସହ ଦୁଷ୍କର୍ମର ପ୍ରୟାସ କରିଥିଲା ତା’ ପଡ଼ୋଶୀ ସରୋଜ ସେଠୀ । ଏହି ବହୁଚର୍ଚ୍ଚିତ ମାମଲାର ଉଦଭେଦନ ପରେ କ୍ରାଇମ୍‌ ବ୍ରାଞ୍ଚ SITର ମୁଖ୍ୟ ତଥା ବରିଷ୍ଠ IPS ଅଧିକାରୀ ଅରୁଣ ବୋଥ୍ରାଙ୍କ ଖୁଲାସା ସାଧାରଣ ମଣିଷର ଛାତି ଥରାଇଦେବ ।

ଅଭିଯୁକ୍ତ ଯୁବକ ସରୋଜ ସେଠୀକୁ ଗିରଫ କରିବାର ଦୁଇ ଦିନ ପରେ ବୋଥ୍ରା ଏହି ଜଘନ୍ୟ ହତ୍ୟାକାଣ୍ଡ ବିଷୟରେ ପୂରା ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି । ସେ କହିଛନ୍ତି ଯେ ନୟାଗଡ଼ ଜିଲ୍ଲାର ଯଦୁପୁର ଗ୍ରାମର ଯୁକ୍ତ-୩ ଛାତ୍ର ସରୋଜ ସେଠୀ ତା’ ଘର ପାଖରେ ରହୁଥିବା ଅଶୋକ ସାହୁଙ୍କ କୁନି ଝିଅ ପରୀ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲା ଓ ପରୀ ବିରୋଧ କରିବାରୁ ତାକୁ ଗଳା ଚିପି ହତ୍ୟା କରିଥିଲା ।

ଏହା ବି ପଢ଼ନ୍ତୁ | ଜଣ ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଲେ ଏହି ଯୁବକ; ସଭିଏଁ ଚକିତ

‘‘ସେ (ଅଭିଯୁକ୍ତ ସରୋଜ ସେଠୀ) ନିଜ ଖାଲି ହାତରେ ଝିଅଟିକୁ ଗଳା ଚିପି ହତ୍ୟା କରିଥିଲା । ତା’ ପରେ ତା’ ମୃତ ଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏଇଟା ଏକ ଆଶ୍ଚର୍ଯ୍ୟଜନକ କଥା, ମାତ୍ର ସତ । ହେଲେ ତାକୁ ଖରାପ ଲାଗିବାରୁ ସେ ଏହି ଉଦ୍ୟମରୁ ନିବୃତ ହୋଇଥିଲା । ପରୀର ମୃତ ଦେହକୁ ପାଦ ଆଡ଼ୁ ଧରି ତା’ ମଥାକୁ ତଳକୁ ଲଟକେଇ ସେ ଏକ ଝୋଟ ଅଖାରେ ପୂରେଇଥିଲା । ତା’ ପରେ ନିକଟରେ ଥିବା ଏକ ପୋଖରୀ ହୁଡ଼ାରେ ଥିବା ବୁଦା ଭିତରେ ଫିଙ୍ଗି ଦେଇଥିଲା । ତା’ ବିରୋଧରେ ସବୁ ପ୍ରମାଣ ମିଳିବା ପରେ ଏ ସମଗ୍ର କଥା ସେ (ସରୋଜ) ସ୍ୱୀକାର କରିଛି,’’ କହିଛନ୍ତି ଅରୁଣ ବୋଥ୍ରା ।

ସରୋଜ ସେଠୀକୁ ପୋକସୋ କୋର୍ଟରେ ଉପସ୍ଥିତ କରାଉଛନ୍ତି SIT ଅଧିକାରୀମାନେ ।


ପରୀ ସରୋଜର ସାନ ଭଉଣୀର ପ୍ରିୟ ଥିଲା ଓ ତାଙ୍କ ଘରକୁ ସବୁ ବେଳେ ଆସୁଥିଲା । ଘଟଣା ଦିନ (ଜୁଲାଇ ୧୪) ସକାଳ ସାଢ଼େ ୧୦ଟା ପାଖାପାଖି ପରୀ ସରୋଜ ଘରକୁ ଜାମୁ କୋଳି ମାଗିବାକୁ ଆସିଥିବା ବେଳେ ଘରେ କେବଳ ସରୋଜ ଏକା ଥିଲା ।

ଏହା ବି ପଢ଼ନ୍ତୁ ସନ୍ନି ଲିଓନ, ଆଲିଆ ଭଟ୍ଟଏହି ସେଲିବ୍ରିଟିମାନେ PETAର ସମର୍ଥନରେ ବୋଲ୍ଡ ଫଟୋସୁଟ୍ କରିଛନ୍ତି

‘‘ସରୋଜ ପରୀକୁ ଭିତରକୁ ଡାକିନେଇଥିଲା ଓ ତା’ ଫ୍ରକ୍‌ ଓ ଲେଗିଂ ବାହାର କରିଥିଲା । ଏତିକି ବେଳେ ପରୀ ବଡ଼ ପାଟିରେ କାନ୍ଦିବା ଆରମ୍ଭ କରିବାରୁ ସରୋଜ ତା’ ତଣ୍ଟି ଚିପି ତାକୁ ହତ୍ୟା କରିଥିଲା । ତା’ ପରେ ତା’ ମୃତ ଦେହ ସହିତ ସେ ଦୁଷ୍କର୍ମ ଉଦ୍ୟମ କରିଥିଲା, ହେଲେ ସେ ଏହା କରିପାରି ନ ଥିଲା ବୋଲି କହିଛି । ମୋ’ ୨୨ ବର୍ଷର ପୋଲିସ ଜୀବନରେ ମୁଁ ଏମିତି ପ୍ରଥମ ଘଟଣାର ସାମନା କରୁଛି,’’ କହିଛନ୍ତି ବୋଥ୍ରା ।

ଏହା ବି ପଢ଼ନ୍ତୁ | ବିବାହ ପରେ ବି ଅଫେୟାର୍ ଚଳାଇଥିଲା; ପତ୍ନୀ ଦେଲା ନିଆରା ଦଣ୍ଡ; ହାତଗୋଡ଼ ବାନ୍ଧିବା ପରେ...

ପରୀର ଫ୍ରକରେ ବୀର୍ଯ୍ୟର ଦାଗ ମିଳିବା ପରେ ତା’ ସହ ମୃତ୍ୟୁ ପୂର୍ବରୁ ବା ପରେ ଦୁଷ୍କର୍ମ ହୋଇଛି ବୋଲି SIT ଅଧିକାରୀମାନେ ସନ୍ଦେହ କରି ତଦନ୍ତକୁ ସେହି ଦିଗରେ ପରିଚାଳିତ କରିଥିଲେ । ସରୋଜ ସେଠୀର ମୋବାଇଲ ଫୋନ ଦେଖିବା ପରେ ସେହି ସନ୍ଦେହ ତା’ ଉପରେ ଘନୀଭୂତ ହୋଇଥିବା କହିଛନ୍ତି ବୋଥ୍ରା ।



ପରୀର ଗଳିତ ମୃତ ଦେହ ଜୁଲାଇ ୨୩ ତାରିଖରେ ମିଳିଥିଲା । ସ୍ଥାନୀୟ ପୋଲିସର ତଦନ୍ତରୁ କୌଣସି ପତ୍ତା ନ ମିଳିବାରୁ ଓ କେହି ଗିରଫ ନ ହେବାରୁ ସ୍ଥାନୀୟ ଲୋକେ ପୋଲିସ ବିରୋଧରେ ପ୍ରଦର୍ଶନ କରିବା ଆରମ୍ଭ କରିଥିଲା । ପରୀର ପିତାମାତା ଗତ ମାସ ବିଧାନ ସଭା ସାମନାରେ ଆତ୍ମାହୂତି ଦେବାର ଉଦ୍ୟମ କରିଥିଲେ । ଏହା ପରେ ସରକାର ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ SIT ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
Published by: Anand Shankar Thankur Das
First published: December 22, 2020, 3:46 PM IST
corona virus btn
corona virus btn
Loading