ନୟାଗଡ଼ରେ ଟିକଟକ୍ ଭିଡିଓ କରୁ କରୁ ପଙ୍ଖାରୁ ଝୁଲି ମଲା ମ୍ୟାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ର

ଘର ଭିତରୁ ଜବତ ହୋଥିବା ମୋବାଇଲ ଫୋନରେ ରହିଛି ପ୍ରେମାନନ୍ଦ ସାହୁଙ୍କ ଫ୍ୟାନରେ ଝୁଲନ୍ତା ଟିକଟକର ଭିଡିଓ । ତାଙ୍କର ଏଭଳି ମୃତ୍ୟୁକୁ ତାଙ୍କ ପରିବାରର ସହଜରେ ଗ୍ରହଣ କରି ପାରୁନାହାନ୍ତି ।

ହସପିଟାଲରେ ବିଳାପ କରୁଥିବା ପରିଜନ

ହସପିଟାଲରେ ବିଳାପ କରୁଥିବା ପରିଜନ

  • Share this:
News18 Odia Digital

ନୟାଗଡ଼: ମୁନିସିପାଲିଟି ଅନ୍ତର୍ଗତ ସାଇ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜ ଘରେ ଏକ ରୁମର କବାଟ ବନ୍ଦ କରି ଜଣେ ଦଶମ ଶେଣୀ ପରୀକ୍ଷା ଦେଇଥିବା ଛାତ୍ର ଫ୍ୟାନରୁ ଝୁଲି ଆତ୍ମହତ୍ୟା କେମିତି ହୁଏ ତା’ର ଏକ ଟିକଟକ ଭିଡିଓ ବନାଉ ବନାଉ ମୃତ୍ୟୁ ବରଣ କରିଛି ।

ପ୍ରେମାନନ୍ଦ ସାହୁ ନାମକ ଏହି ଛାତ୍ର ନିଜର ଜଣେ ସମ୍ପର୍କୀୟଙ୍କ ଘରେ ଏହି କାଣ୍ଡ କରିଛି । ସେ ଦୁଇ ଦିନ ହେଲା ତାଙ୍କ ଘରେ ଥିଲା । ସେହି ପରିବାର କହିଛନ୍ତି ଯେ ପୂର୍ବରୁ ମଧ୍ୟ ପ୍ରେମାନନ୍ଦ ବହୁବାର ଟିକଟକରେ ଖେଳାଖେଳି କରୁଥିବାର ଭିଡିଓ ବନେଇଛି ।

ବହୁ ବାର ଡାକିବା ପରେ ପ୍ରେମାନନ୍ଦ କବାଟ ନ ଖୋଲିବାରୁ ସେହି ପରିବାର ଓ ଆଖ ପାଖର ଲୋକେ ଆସି କବାଟ ଭାଙ୍ଗି ଭିତରକୁ ପଶିଥିଲେ । ସିଲିଂ ଫ୍ୟାନରୁ ଏକ ଶାଢ଼ୀରେ ପ୍ରେମାନନ୍ଦର ମୃତ ଦେହ ଓହଳିଥିବାର ଦେଖି ସମସ୍ତେ ଶୋକାକୁଳ ହୋଇଯାଇଥିଲେ ।

ଏହି ଫ୍ୟାନରେ ଏହି ଶାଢ଼ୀ ବେକରେ ବାନ୍ଧି ଓହଳିଥିଲା ପ୍ରେମାନନ୍ଦ ।


ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ପ୍ରେମାନନ୍ଦକୁ ଉଦ୍ଧାର କରି ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘର ଭିତରୁ ଜବତ ହୋଥିବା ମୋବାଇଲ ଫୋନରେ ରହିଛି ପ୍ରେମାନନ୍ଦ ସାହୁଙ୍କ ଫ୍ୟାନରେ ଝୁଲନ୍ତା ଟିକଟକର ଭିଜୁଆଲ । ତାଙ୍କର ଏଭଳି ମୃତ୍ୟୁକୁ ତାଙ୍କ ପରିବାରର ସହଜରେ ଗ୍ରହଣ କରି ପାରୁ ନ ଥିବା ବେଳେ ଖବର ପାଇ ନୟାଗଡ଼ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରୁ ଦୁଇଟି ମୋବାଇଲ ଫୋନକୁ ଜବତ କରିଛି ପୋଲିସ । ଆଜି ମୃତ ପ୍ରେମାନନ୍ଦଙ୍କ ଶବ ବେବଚ୍ଛେଦ କରାଯିବ ବୋଲି ଟାଉନ ଥାନା ପକ୍ଷରୁ କୁହାଯାଇଛି ।

‘‘ସେ ଏମିତି ଟିକଟକ୍‌ ଭିଡିଓ ସବୁବେଳେ ବନାଏ । ଆମ ଛାତରେ ବନାଏ ଓ ତାଙ୍କ ନିଜ ଛାତରେ ବି ବନାଏ । ହେଲେ ସେ ଫ୍ୟାନରେ ଲୁଗା ବାନ୍ଧି ଟିକଟକ ବନେଇବ ବୋଲି ଆମେ କେହି ଜାଣି ନ ଥିଲୁ,’’ କାନ୍ଦି କାନ୍ଦି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ଲଷ୍ମୀପ୍ରିୟା ବେହେରା ।
Published by:Anand Shankar Thankur Das
First published: