News18 Odia Digital
ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ବଡ଼ ଟୁଇଷ୍ଟ ଆସିଛି । ଘଟଣାରେ SIT ଯଦୁପୁର ଗାଁରୁ ଗିରଫ କରିଥିବା ମୁଖ୍ୟ ଅଭିଯୁକ୍ତ ସାବାଳକ ନୁହେଁ ବରଂ ନାବାଳକ ବୋଲି ନୟାଗଡ଼ର ପୋକ୍ସୋ କୋର୍ଟ ମଙ୍ଗଳବାର ଦିନ କହିଛନ୍ତି । ତେଣୁ ଏବେ ଅଭିଯୁକ୍ତର ବିଚାର ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହେବ ।
ଗିରଫ ହୋଇଥିବା ଅଭିଯୁକ୍ତର ଜନ୍ମ ଫେବୃଆରୀ ୬, ୨୦୦୩ରେ ହୋଇଥିବା ପ୍ରମାଣିତ ହୋଇଯାଇଛି । ତେଣୁ ସେ ନାବାଳକ ହୋଇଥିବାରୁ ତାକୁ ଅନୁଗୁଳ ବାଳସୁଧାର ଗୃହକୁ ପଠାଯିବ । ସେହି କାରଣରୁ ଅଭିଯୁକ୍ତର ନାର୍କୋ ଟେଷ୍ଟ ପାଇଁ SIT କରିଥିବା ଆବେଦନକୁ ବି ଗ୍ରହଣ କରିନାହାନ୍ତି କୋର୍ଟ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନୂଆ ବର୍ଷ ୨୦୨୧: ଦେଖନ୍ତୁ ବଲିଉଡ୍ ସେଲିବ୍ରିଟିମାନେ କେମିତି ଛୁଟି ବିତାଉଛନ୍ତି – Viral Photosଅଭିଯୁକ୍ତର ଅରିଜିନାଲ ସ୍କୁଲ ସାର୍ଟିଫିକେଟ ଓ ଜନ୍ମଗତ ପ୍ରମାଣ ପତ୍ରକୁ ପରୀକ୍ଷା କରିବା ପରେ ନୟାଗଡ଼ ପୋକ୍ସୋ କୋର୍ଟ ରାୟ ଦେଇଛନ୍ତି ଯେ ସେ ଜଣେ ନାବାଳକ । ଅଭିଯୁକ୍ତ ୧୮ ବର୍ଷରୁ କମ୍ ହୋଇଥିବାରୁ ତାକୁ ଜୁଭେନାଇଲ କୋର୍ଟରେ ହାଜର କରିବାକୁ SITକୁ ନିର୍ଦ୍ଦେଶ ଦେଇଛନ୍ତି ପୋକ୍ସୋ କୋର୍ଟ । ବୟସ ନେଇ ଅଭିଯୁକ୍ତର ସ୍କୁଲ ସାର୍ଟିଫିକେଟ ଓ ଜନ୍ମ ପ୍ରମାଣପତ୍ର ଦିଆଯାଇଥିଲା । ଏଥି ସହ ଅଭିଯୁକ୍ତର ମାଆ ଓ ଭଉଣୀଙ୍କ ବୟାନ ମଧ୍ୟ ରେକର୍ଡ଼ କରାଯାଇଥିଲା ।
ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ବରିଷ୍ଠ IPS ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗଠିତ ଏସ୍.ଆଇ.ଟି. ଅଭିଯୁକ୍ତକୁ ଗିରଫ କରିବା ପରେ କୋର୍ଟରେ ତାକୁ ସାବାଳକ ବୋଲି ଦର୍ଶାଯାଇଥିଲା । ହେଲେ ବୟସ ବିଷୟରେ ତା’ ପରିବାରର ଦାବିକୁ ନେଇ ଏହାକୁ ଚ୍ୟାଲେଞ୍ଜ କରିଥିଲେ ଅଭିଯୁକ୍ତର ଓକିଲ ।
ଏହା ବି ପଢ଼ନ୍ତୁ | ‘‘ମା’ ଦେଖ୍, ମୁଁ ଶିକାର କରିଛି!’’ ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା‘‘ପୋକ୍ସୋ କୋର୍ଟ ଅଭିଯୁକ୍ତର ଜନ୍ମ ସାର୍ଟିଫିକେଟ୍ ଓ ତା’ ମ୍ୟାଟ୍ରିକ୍ ସାର୍ଟିଫିକେଟ୍ ଦେଖିବା ଓ ଯାଞ୍ଚ କରିବା ପରେ ଏହି ରାୟ ଦେଇଛନ୍ତି । ଅଭିଯୁକ୍ତର ବିଚାର ଏବେ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହେବ,’’ କହିଛନ୍ତି ଅଭିଯୁକ୍ତର ଓକିଲ ପ୍ରଫୁଲ ଶତପଥୀ ।
ଏହି ଚାଞ୍ଚଲ୍ୟକର ଓ ସମ୍ବେଦନଶୀଳ ମାମଲାରେ ମୁଖ୍ୟ ଅଭିଯୁକ୍ତ ଜଣକ ନାବାଳକ ଘୋଷିତ ହେବା ପରେ SIT ପାଇଁ ଏବେ ଚ୍ୟାଲେଞ୍ଜ ବଢିଛି । SIT ପକ୍ଷରୁ ଅଭିଯୁକ୍ତର ନାର୍କୋ ଟେଷ୍ଟ ପାଇଁ ହୋଇଥିବା ଆବେଦନକୁ କୋର୍ଟ ବିଚାରକୁ ନ ନେଇ ଖାରଜ କରିଦେଇଥିବାରୁ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ଜାଣିବା ଓ ଘଟଣା ସହିତ ସମ୍ଭାବ୍ୟ ରୂପେ ଜଡ଼ିତ ଅନ୍ୟମାନଙ୍କୁ ଧରିବା କଷ୍ଟକର ହୋଇପଡ଼ିବ ।
ଏହା ବି ପଢ଼ନ୍ତୁ | ମୁମ୍ବାଇର ମଡେଲ୍ କହିଲେ ଝାଡ଼ଖଣ୍ଡ CM ହେମନ୍ତ ସୋରେନ ତାଙ୍କୁ ବଳତ୍କାର କରିଥିଲେ‘‘ଅଭିଯୁକ୍ତର ବୟସ ୧୬ ବର୍ଷରୁ ଅଧିକ ହୋଇଥିବାରୁ ପରବର୍ତ୍ତୀ ସମୟରେ ଚିଲଡ୍ରେନ କୋର୍ଟରେ ଏହି ମାମଲାରେ ତା’ର ଟ୍ରାଏଲ ହୋଇପାରେ । ନିୟମ ଅନୁସାରେ ତିନି ମାସ ମଧ୍ୟରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ଏହା ବିଷୟରେ ନିଷ୍ପତ୍ତି ନେବ । ତା’ ପରେ ମାମଲା ଚିଲଡ୍ରେନ୍ କୋର୍ଟକୁ ଆସିବ,’’ କହିଛନ୍ତି ଜୁଭେନାଇଲ ଜଷ୍ଟିସ ବୋର୍ଡର ଲିଗାଲ ଓ ପ୍ରୋଭିଜିନାଲଭ ଅଫିସର ଅର୍ଶଦ ଅନସାରୀ ।
ପୋକ୍ସୋ କୋର୍ଟଙ୍କ ରାୟ ପରେ ମଙ୍ଗଳବାର ଦିନ ନୟାଗଡ଼ କିଶୋର ନ୍ୟାୟାଳୟ ପରିଷଦରେ (ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼, JJB) ଏହି ମାମଲାର ଏକ ଶୁଣାଣି ହୋଇଥିଲା । ନାବାଳକ ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହକୁ ପଠାଇଥିଲେ ବୋର୍ଡ଼ । ଏହି ମାମଲାରେ ଜାନୁଆରି ୮ରେ ପୁଣି ବୋର୍ଡ଼ରେ ହାଜର ହେବ ନାବାଳକ ଅଭିଯୁକ୍ତ ଓ ତା’ର ନାର୍କୋ ଟେଷ୍ଟ ପାଇଁ SITର ଆବେଦନ ଉପରେ ବିଚାର ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।