ଟଙ୍କା ପାଇଁ ଅମ୍ରିତଙ୍କୁ କରାଯାଇଥିଲା ଅପହରଣ
- News18 Odia
- Last Updated :
- Cuttack, India
News18 Odia Digital
ନୟାଗଡ: ଓଡ଼ିଶାର ଚର୍ଚ୍ଚିତ ଅମ୍ରିତ ଅପହରଣ ମାମଲାରେ ସାମ୍ନାକୁ ଆସିଲା ବଡ଼ ଖବର। ଟଙ୍କା ପାଇଁ ଅମ୍ରିତଙ୍କୁ କରାଯାଇଥିଲା ଅପହରଣ। ଯାହାକୁ ନେଇ ବର୍ତ୍ତମାନ ସବୁ ଜିନିଷ ସ୍ପଷ୍ଟ ହୋଇଛି। ଘଟଣାର ୪ଜଣ ସମ୍ପୃକ୍ତ ଥିବାବେଳେ ସେଥିମଧ୍ୟରୁ ତିନି ଜଣଙ୍କୁ ଅଟକ ରଖିଛି ଓଡ଼ଗାଁ ପୋଲିସ। ସେହିପରି ଅଭିଯୁକ୍ତ କୁରାଳ ଗାଁର ଦୁଇ ଭାଇ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ବାହାରର ବୋଲି କୁହାଯାଉଛି।
ଗତ ୧୫ ତାରିଖରେ ଅମ୍ରିତଙ୍କୁ ଅପହରଣ କରାଯାଇଥିଲା। ସେ ଟ୍ୟୁସନରୁ ଫେରୁଥିବା ସମୟରେ ଗାଁର ସ୍ବପ୍ନ ପଣ୍ଡା, ତାଙ୍କ ଭାଇ ସୁନିଲ ପଣ୍ଡା ଓ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ବୋଲୋରେ ଭ୍ୟାନରେ ଅମ୍ରିତଙ୍କୁ ଅପହରଣ କରିଥିଲେ।
ଅପହରଣକାରୀ ପ୍ରଥମେ ଅମ୍ରିତକୁ ଅପହରଣ କରିବା ପରେ ଏକ ଗୋଦାମ ଘରେ ରହିଥିଲେ। ପରେ କୁରାଳ ଗାଁ ପଣ୍ଡିତ ସାହିରେ ବନ୍ଦ ଘର କୋଠରୀରେ ରଖିଥିବା ନେଇ ଅମ୍ରିତ ପୋଲିସକୁ ସୂଚନା ଦେଇଛି। ଅପହରଣକାରୀ ଅମ୍ରିତଙ୍କ ଆଖିକୁ କଳାପଟିରେ ବାନ୍ଧି ଅପହରଣ କରିଥିବା ପୋଲିସ ଆଗରେ କହିଛି ସେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।