ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କରୋନା କଟକଣାରେ ବ୍ରହ୍ମପୁରରେ ଆରମ୍ଭ ହେଲା ନବରାତ୍ରୀ ପୂଜା; ପୂଜା ମଣ୍ଡପର ତଦାରଖ କରୁଛି BMCର ୪ଟି ଟିମ୍

କରୋନା କଟକଣାରେ ବ୍ରହ୍ମପୁରରେ ଆରମ୍ଭ ହେଲା ନବରାତ୍ରୀ ପୂଜା; ପୂଜା ମଣ୍ଡପର ତଦାରଖ କରୁଛି BMCର ୪ଟି ଟିମ୍

ମା'ଙ୍କୁ ବିଭିନ୍ନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଥିବା ବେଳେ କରୋନା କଟକଣାକୁ ଦୃଷ୍ଟିରେ ରଖି ପୂଜା ପାଳନ କରାଯାଉଛି । ସେପଟେ ମଣ୍ଡପରେ ମା'ଙ୍କୁ ଦର୍ଶନ ନିମନ୍ତେ ଭକ୍ତଙ୍କୁ ନିଷେଧ ରହିଥିବା ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି ଭକ୍ତମାନେ ।

କରୋନା କଟକଣାରେ ବ୍ରହ୍ମପୁରରେ ଆରମ୍ଭ ହେଲା ନବରାତ୍ରୀ ପୂଜା; ପୂଜା ମଣ୍ଡପର ତଦାରଖ କରୁଛି BMCର ୪ଟି ଟିମ୍
କରୋନା କଟକଣାରେ ବ୍ରହ୍ମପୁରରେ ଆରମ୍ଭ ହେଲା ନବରାତ୍ରୀ ପୂଜା
  • News18 Odia
  • Last Updated: October 8, 2021, 10:29 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: କରୋନା କଟକଣା ମଧ୍ୟରେ ବ୍ରହ୍ମପୁରରେ ଗୁରୁବାରଠୁ ଆରମ୍ଭ ହୋଇଛି ମା'ଙ୍କ ନବରାତ୍ରୀ ପୂଜା । ମନ୍ଦିର ଠାରୁ ଆରମ୍ଭ କରି ମଣ୍ଡପରେ ହୋଇଛି ଚଳଚଞ୍ଚଳ । ବି.ଏମ.ସି.ର ନିର୍ଦ୍ଦେଶକୁ ସମସ୍ତ ପୂଜା କମିଟିମାନେ ପାଳନ କରି ପୂଜା ଆରମ୍ଭ କରିଛନ୍ତି । ସହରରେ ପୂର୍ବରୁ ସାହି ସାହିରେ ଉଚ୍ଚ ଉଚ୍ଚ ମାନର ଦୁର୍ଗା ପୂଜା ମଣ୍ଡପ କରାଯାଉଥିଲା । ହେଲେ କୋରୋନା କଟକଣା ଯୋଗୁଁ ସର୍ବସାଧାରଣରେ ପୂଜା କରିବା ନିମନ୍ତେ ବାରଣ କରାଯାଇଥିବା ଯୋଗୁଁ ବିଧିକୁ ବଞ୍ଚାଇବା ନିମନ୍ତେ ଏକ ଛୋଟ କୋଠରୀ ମଧ୍ୟରେ ମା'ଙ୍କୁ ପୂଜା କରାଯାଉଥିବା ଦେଖିବାକୁ ମିଳିଛି ।

ସେହିପରି ମନ୍ଦିର ଗୁଡ଼ିକରେ ମଧ୍ୟ ମା'ଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ମା'ଙ୍କୁ ବିଭିନ୍ନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଥିବା ବେଳେ କରୋନା କଟକଣାକୁ ଦୃଷ୍ଟିରେ ରଖି ପୂଜା ପାଳନ କରାଯାଉଛି । ସେପଟେ ମଣ୍ଡପରେ ମା'ଙ୍କୁ ଦର୍ଶନ ନିମନ୍ତେ ଭକ୍ତଙ୍କୁ ନିଷେଧ ରହିଥିବା ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି ଭକ୍ତମାନେ ।

ବ୍ରହ୍ମପୁରରେ ଆରମ୍ଭ ହୋଇଛି ମା'ଙ୍କ ନବରାତ୍ର ପୂଜା । କିନ୍ତୁ ମା'ଙ୍କ ଏହି ପୂଜାକୁ ସମ୍ପୂର୍ଣ୍ଣ ରୂପେ ଫିକା କରିଦେଇଛି କରୋନା । କରୋନା ସଂକ୍ରମଣ ଭୟ ରହିଥିବା ଯୋଗୁଁ ପୂଜା ପାଳନ ନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଥିଲେ ବ୍ରହ୍ମପୁର ମହାନଗର ନିଗମ । ନିଗର ନିର୍ଦ୍ଦେଶକୁ ପାଳନ କରି ଚଳିତ ବର୍ଷ ସର୍ବସାଧାରଣରେ ମଣ୍ଡପରେ ମା'ଙ୍କୁ ସ୍ଥାପନ କରାଯାଇ ପାଳନ ହେଉନାହିଁ ଦୁର୍ଗା ପୂଜା ।

କରୋନା କଟକଣା ମଧ୍ୟରେ ବ୍ରହ୍ମପୁରରେ ଗୁରୁବାରଠୁ ଆରମ୍ଭ ହୋଇଛି ମା'ଙ୍କ ନବରାତ୍ରୀ ପୂଜା


‘‘କେବଳ ବିଧିକୁ ବଞ୍ଚାଇବା ନିମନ୍ତେ ଏକ ଛୋଟ କୋଠରୀ ମଧ୍ୟରେ ମା'ଙ୍କ ଚାରି ଫୁଟର ମୂର୍ତ୍ତିକୁ ସ୍ଥାପନ କରି ପୂଜା କରୁଛନ୍ତି କମିଟିମାନେ । କମିଟିର ସଦସ୍ୟ ଓ ପୂଜକ ଦୁଇଟି ଡ଼ୋଜ୍‌ ଟିକା ନେଇଥିବା ବେଳେ ମା'ଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତଙ୍କୁ ବାରଣ କରୁଛନ୍ତି । ଏତେ କଟକଣା ରହିଥିଲେ ସୁଦ୍ଧା ସେହି ଶ୍ରଦ୍ଧା ଓ ଭକ୍ତିର ସହିତ ମା'ଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି,’’ କହିଛନ୍ତି କୋର୍ଟପେଟା ପୂଜା କମିଟିର ସଭାପତି ରାମ କୁମାର ପାତ୍ର ।

ଦକ୍ଷିଣକାଳୀ ମନ୍ଦିରର ପୂଜକ ଅକ୍ଷୟ କୁମାର ପାଢ଼ୀ କହିଛନ୍ତି, ‘‘ସହରରେ ରହିଥିବା ଠାକୁରାଣୀ ମନ୍ଦିରରେ ମଧ୍ୟ ପାଳନ ହୋଇଛି ନବରାତ୍ରୀ ପୂଜା । ସେହିପରି ଲାଞ୍ଜିପଲ୍ଲୀ ଜେଲରୋଡ଼ ଠାରେ ରହିଥିବା ମା' ଦକ୍ଷିଣକାଳୀଙ୍କ ମନ୍ଦିରରେ ମଧ୍ୟ ନବରାତ୍ରୀ ପୂଜା ନିରାଡ଼ମ୍ବରରେ ଆରମ୍ଭ ହୋଇଛି । ବୁଧବାର ମା' ଶୈଳପୁତ୍ରୀ ଭାବେ ପୂଜା ପାଇଥିବା ବେଳେ ଗୁରୁବାର ଦିନ ମା' ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ ରୂପେ ପୂଜା ପାଇଥିଲେ । ମା'ଙ୍କ ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠ ସହ ବିଭିନ୍ନ ରୀତିନୀତିରେ ପୂଜା ଜାରି ରହିଛି । ମନ୍ଦିରରେ କରୋନା କଟକଣାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରାଯାଉଥିବା ବେଳେ ସେହିପରି ଭକ୍ତ ମାନେ ମଧ୍ୟ ଭିଡ଼ ନ କରି କଟକଣା ମଧ୍ୟରେ ରହି ମା'ଙ୍କୁ ଦର୍ଶନ କରୁଛନ୍ତି।

ପୂଜା ମଣ୍ଡପର ତଦାରଖ କରୁଛି BMCର ୪ଟି ଟିମ୍


ବ୍ରହ୍ମପୁର ସହରରେ ପୂର୍ବରୁ ପ୍ରତ୍ୟେକ ସାହି ସାହିରେ ମା'ଙ୍କୁ ପୂଜା କରାଯାଉଥିଲା । ସୁଉଚ୍ଚ ମାନର ତୋରଣ କରାଯାଇ ବହୁ ଆଡ଼ମ୍ବର ସହକାରେ ମା'ଙ୍କୁ ପୂଜା କରାଯାଉଥିଲା । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମୂର୍ତ୍ତିର ଉଚ୍ଚତା ଚାରି ଫୁଟ ରହିବା ନିମନ୍ତେ ନିର୍ଦ୍ଦେଶ ରହିଥିବା ବେଳେ ଅନେକ କଟକଣା କରାଯାଇଛି । ଯାହାଫଳରେ ଅନେକ ପୂଜା କମିଟି ଚଳିତ ବର୍ଷ ପୂଜା କରୁନଥିବା ବେଳେ କାଁ ଭାଁ ସ୍ଥାନରେ ପୂଜା ପାଉଛନ୍ତି ମା' । ପୂର୍ବରୁ ସାହି ସାହି ବୁଲି ବୁଲି ମାଁଙ୍କୁ ଦେଖିବାରେ ଯେଉଁ ଆନନ୍ଦ ମିଳୁଥିଲା ତାହା କରୋନା ଛଡ଼େଇ ନେଇଛି ବୋଲି କହିଛନ୍ତି ବ୍ରହ୍ମପୁର ବାସିନ୍ଦା ରଗୁନାଥ ।

‘‘କୋରାନା ପୂର୍ବରୁ ଲୋକେ ସନ୍ଧ୍ୟା ସମୟରେ ମା'ଙ୍କୁ ଦର୍ଶନ କରିବା ନିମନ୍ତେ ନିଜ ସପରିବାର ସହିତ ବୁଲୁଥିଲେ । କିନ୍ତୁ ଚଳିତ ବର୍ଷ ବି.ଏମ.ସି.ର କଟକଣା ଯୋଗୁଁ ମା'ଙ୍କୁ ମଣ୍ଡପରେ କେହି ଭକ୍ତମାନେ ଦର୍ଶନ କରିପାରୁନାହାନ୍ତି । ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଭକ୍ତମାନେ । ଖୁବ୍ ଶୀଘ୍ର ଏହି କରାନା ଚାଲିଗଲେ ମା'ଙ୍କୁ ଆସନ୍ତା ବର୍ଷକୁ ଦର୍ଶନ କରିବୁ,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା କୃଷ୍ଣଚନ୍ଦ ।

ବି.ଏମ.ସି. ଦ୍ବାରା ଜାରି କରାଯାଇଥିବା ଗାଇଡ଼ଲାଇନକୁ ସହରର ପୂଜା କମିଟିମାନେ କିଭଳି ପାଳନ କରୁଛନ୍ତି ତାହାର ଅନୁଧ୍ୟାନ କରୁଛନ୍ତି ଚାରୋଟି ଟିମ୍‌ ।
Published by: Lipina Das
First published: October 8, 2021, 10:29 AM IST